ବିଜେପି ନଜରରେ ଓଡ଼ିଶା, 2024 ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛି ରଣନୀତି
ଦେଶର ଅନେକ ବଡ଼ ବଡ଼ ରାଜ୍ୟ ଏବଂ କେନ୍ଦ୍ରରେ ସରକାରରେ ଥିବା ବିଜେପି ବର୍ତ୍ତମନାନ ଓଡ଼ିଶା କବଜା କରିବାକୁ ଆଶା କରୁଛି । ଏ ନେଇ ବିଜେପି ନଜରରେ ରହିଛି ଓଡ଼ିଶା ।

ନୂଆଦିଲ୍ଲୀ: ଦେଶର ଅନେକ ବଡ଼ ବଡ଼ ରାଜ୍ୟ ଏବଂ କେନ୍ଦ୍ରରେ ସରକାରରେ ଥିବା ବିଜେପି ବର୍ତ୍ତମନାନ ଓଡ଼ିଶା କବଜା କରିବାକୁ ଆଶା କରୁଛି । ଏ ନେଇ ବିଜେପି ନଜରରେ ରହିଛି ଓଡ଼ିଶା । ରାଜ୍ୟରେ ଦଳ ନିଜର ସଙ୍ଗଠନକୁ ଆହୁରି ମଜବୁତ କରିବା ସହ ଆସନ ସଂଖ୍ୟା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲଗାପଡ଼ିଛି ବିଜେପି ।
ଏପରିକି 2022 ଅଗଷ୍ଟରେ ସୁନୀଲ ବଂଶଲଙ୍କୁ ଓଡ଼ିଶା ପ୍ରଭାରୀ କରିବା ପରେ ରଜ୍ୟରେ କ୍ଷମତାରେ ଥିବା ବିଜେଡ଼ି କୁ ମାତ୍ ଦେବା ପାଇଁ ଜୋରସୋରରେ ଲାଗପଡ଼ିଛି । କେବଳ ଏତିକି ନୁହଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଗସ୍ତ କରିବା ନେଇ ଦଳ ପକ୍ଷରୁ ଯୋଜନା ରହିଛି ।
ଓଡ଼ିଶା ଉପରେ ଦଳ ବିଶେଷ ଧ୍ୟାନ ଦେବା ସହ ଆଗାମୀ ନିର୍ବାଚନରେ ସମସ୍ତ ଶକ୍ତି ଖଟାଇବା ନେଇ ଲକ୍ଷ୍ୟ ରଖିଛି । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ଦଳକୁ ଓଡ଼ିଶାରେ ଆହୁରି ସକ୍ରିୟ କରିବା ପାଇଁ ରାଜ୍ୟ ନେତୃତ୍ୱରେ କେତେକ ପରିବର୍ତ୍ତନ ନେଇ ମଧ୍ୟ ବିଚାର କରାଯାଇପାରେ । ଖାସ୍ କରି ପାର୍ଟିକୁ ତୃଣମୂଳ ସ୍ତରରୁ ଅଧିକ ସଂଗଠିତ କରିବା ଏବଂ ଜିଲ୍ଲା ସ୍ତରକୁ ଅଧିକ ମଜଭୂତ କରିବା ପାଇଁ କେନ୍ଦ୍ର ନେତୃମଣ୍ଡଳୀ ଗୁରୁତ୍ୱାରୋପ କରୁଛନ୍ତି ।ଏହା ସହିତ ଓଡ଼ିଶା ଲୋକଙ୍କୁ ଦଳ ପ୍ରତି ଆକର୍ଷିତ କରିବା ପାଇଁ ଖୁବ୍ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ଚୂଡ଼ାନ୍ତ କରାଯିବ ବୋଲି ସୂଚନା ମିଳିଛି । ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ କିମ୍ବା ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରିପାରନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ କିଛି ରେଳ ଏବଂ ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହା ସହିତ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଗସ୍ତ କରିବେ ।
ପାର୍ଟିକୁ ନିମ୍ନ ସ୍ତରରୁ ଆହୁରି ମଜବୁତ କରିବା ପାଇଁ ଅନେକ ସାଙ୍ଗଠନିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଓଡ଼ିଶାର ପ୍ରତ୍ୟେକ ବିଧାନସଭା ଏବଂ ଲୋକସଭା କ୍ଷେତ୍ରରେ ଦଳର ସ୍ଥିତିକୁ ନିୟମିତ ଭାବେ ତଦାରଖ କରିବ । ପ୍ରତ୍ୟେକ ବିଧାନସଭା ଏବଂ ଲୋକସଭା କ୍ଷେତ୍ର ଉପରେ ନଜର ରଖିବାକୁ କୋର୍ କମିଟି ଗଠନ କରାଯିବ । ଏଥିରେ ଦଳର ଜିଲ୍ଲା ସଭାପତି, ପୂର୍ବରୁ ନିର୍ବାଚନରେ ହାରିଥିବା ପ୍ରାର୍ଥୀ. କ୍ଷେତ୍ରର ପଦାଧିକାରୀଗଣ ସାମିଲ ହେବେ । କମିଟି ପ୍ରତି ମାସରେ ଥରେ ବୈଠକ କରିବ ଓ କ୍ଷେତ୍ର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ରିପୋର୍ଟ ଦେବ । ବିଶେଷକରି, କେନ୍ଦ୍ରର ବିଭିନ୍ନ ଯୋଜନା ତଥା ରେଳ ବଜେଟରେ ରାଜ୍ୟକୁ ଏନ୍ଡିଏ ସରକାରଙ୍କ ଗୁରୁତ୍ୱୱକୁ କିଭଳି ଭୋଟରଙ୍କ ନିକଟରେ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯିବ ତାହା ଫୋକସ୍ କରାଯିବ । ଏହା ସହିତ ରାଜ୍ୟରେ ସରକାରରେ ଥିବା ବିଜେଡ଼ିର ବିଫଳତା ବିଷୟରେ ଭୋଟରଙ୍କୁ ଅବଗତ କରିବାକୁ ଚେଷ୍ଚା କରିବ ଦଳ ।
ନିର୍ବାଚନକୁ ଆଖି ଆଗରେ ରଖି ବୁଥ୍ ପରିଚାଳନକୁ ବିଜେପି ସଂଗଠିତ ଏବଂ ସୁଦୃଢ଼ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବ ।












Click it and Unblock the Notifications