Puducherry Assembly Election : ବିଜେପିର ଘୋଷଣାପତ୍ର ଜାରି କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମେନିଫେଷ୍ଟୋ ପ୍ରକାଶ କରିବା ପରେ ବିଜେପି ନେତା ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମ ଦଳର ମନିଫେଷ୍ଟୋ 'ନ୍ୟାୟ' ବିଷୟରେ କହୁଛି । ଆମେ ଏସି ରୁମରେ ବସି ଏହି ମନିଫେଷ୍ଟୋ ପ୍ରସ୍ତୁତ କରିନାହୁଁ ।
ପୁଡୁଚେରୀ : ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ଘୋଷଣାପତ୍ର ଜାରି କରିଛି । ତିନି କେନ୍ଦ୍ର ମନ୍ତ୍ରୀ- ନିର୍ମଳା ସୀତାରମଣ, ଅର୍ଜୁନ ରାମ ମେଘୱାଲ ଏବଂ ଗିରିରାଜ ସିଂ ସ୍ଥାନୀୟ ନେତାଙ୍କ ସହ ଶୁକ୍ରବାର ଦିନ ପୁଡୁଚେରୀରେ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ମେନିଫେଷ୍ଟୋ ପ୍ରକାଶ କରିବା ପରେ ବିଜେପି ନେତା ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମ ଦଳର ମନିଫେଷ୍ଟୋ 'ନ୍ୟାୟ' ବିଷୟରେ କହୁଛି । ଆମେ ଏସି ରୁମରେ ବସି ଏହି ମନିଫେଷ୍ଟୋ ପ୍ରସ୍ତୁତ କରିନାହୁଁ, କିନ୍ତୁ ସାଧାରଣ ଲୋକଙ୍କ ପରାମର୍ଶ ନେବା ପରେ ଏହାକୁ ପ୍ରସ୍ତୁତ କରିଛୁ । ଆମର ଦଳ ପ୍ରତିଶୃତି ପୂରଣ ପାଇଁ ଜଣାଶୁଣା । ପୁଡୁଚେରୀର ଲୋକଙ୍କୁ ଆମେ ଦେଇଥିବା ପ୍ରତିଶୃତି ମଧ୍ୟ ପୂରଣ କରିବୁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ପୁଡୁଚେରୀ ପାଇଁ ଜାରି କରାଯାଇଥିବା ମନିଫେଷ୍ଟୋରେ ବିଜେପି ଦେଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ମଧ୍ୟରେ 2.5 ଲକ୍ଷ ନୂତନ ଚାକିରି, ମତ୍ସ୍ୟଜୀବୀଙ୍କୁ ପ୍ରତିବର୍ଷ 6,000 ଟଙ୍କା, ବାଳିକାମାନଙ୍କ ପାଇଁ ମାଗଣା ସ୍କୁଟି, ଜଳ ସୁରକ୍ଷା ଯୋଜନା, ଗୋରୁ ବିକାଶ କେନ୍ଦ୍ର ପ୍ରତିଷ୍ଠା ଭଳି ପ୍ରସଙ୍ଗ ରହିଛି ।
ଏପ୍ରିଲ୍ 6 ରେ ପୁଡୁଚେରୀରେ ନିର୍ବାଚନ
ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ରାଜ୍ୟଗୁଡ଼ିକ ହେଉଛି କେରଳ, ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀ । ପୁଡୁଚେରୀ ହେଉଛି ଏକ କେନ୍ଦ୍ର ଶାସିତ ଅଞ୍ଚଳ । ଏଥିରେ ମୋଟ 33ଟି ବିଧାନସଭା ଆସନ ରହିଛି । ଯେଉଁଥିରେ ତିରିଶଟି ଆସନରେ ନିର୍ବାଚନ ହେଉଥବା ବେଳେ ତିନିଟି ଆସନରୁ ସଦସ୍ୟ ମନୋନୀତ ହୋଇଥାନ୍ତି । ପୁଡୁଚେରୀର ସମସ୍ତ 30 ଟି ବିଧାନସଭା ଆସନ ପାଇଁ ଅପ୍ରେଲ୍ 6 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ପୁଡୁଚେରୀ ସମେତ ସମସ୍ତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା 2 ରେ ପ୍ରକାଶ ପାଇବ ।












Click it and Unblock the Notifications