• search
For Quick Alerts
Turn On Notification  
For Daily Alerts

West Bengal Assembly Election : ଚାରୋଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

|

କୋଲକାତା : ଚଳିତ ମାସ ଶେଷ ଆଡ଼କୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଏନେଇ ସମସ୍ତ ରାଜନୈତି ଦଳ ନିର୍ବାଚନୀ ବୈତରଣୀ ପାରି ହେବାକୁ ସମସ୍ତ ଶକ୍ତି ଲଗାଉଥିବା ବେଳେ ଲୋକପ୍ରିୟ ନେତାମାନଙ୍କୁ ନିର୍ବାଚନୀ ମଇଦାନକୁ ଛାଡ଼ୁଛନ୍ତି । ଏଥି ମଧ୍ୟରେ ବୁଧବାର ବିଜେପି ତାର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ କରିଥିଲା । ଏଥିରେ ଦଳର ବରିଷ୍ଠ ନେତା ତଥା ଅଧ୍ୟକ୍ଷ ଜେ ପି ନଡ୍ଡା, ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ଭଳି ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ବୈଠକରେ ପଶ୍ଚିମବଙ୍ଗରେ ବାକି ରହିଥିବା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ବିଷୟରେ ଆଲୋଚନା କରାଯାଇଥିଲା । ଏହା ପରେ ଆଜି (ଗୁରୁବାର) ଦଳ ନିଜର ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

bjp

ଗୁରୁବାର ବିଜେପି ପ୍ରକାଶ କରିଥିବା ତାଲିକାରେ ବଙ୍ଗଳାରେ ପଞ୍ଚମ, ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ପର୍ଯ୍ୟାୟ ମତଦାନ ପାଇଁ ବିଭିନ୍ନ ଆସନରୁ ପ୍ରାର୍ଥୀଙ୍କ ନାମ ରହିଛି । ଏହା ତାଲିକା ସହ ଦଳ ସମସ୍ତ ଆସନ ପାଇଁ ତାର ପ୍ରାର୍ଥୀତାଲିକା ଘୋଷଣା କରିସାରିଛି । ଏଥିସହ ହାଇକମାଣ୍ଡ ମନିଫେଷ୍ଟୋରେ ବିଜେପି କାମ କରୁଛି । ଆଶା କରାଯାଉଛି ଯେ ଶୀଘ୍ର ଏହା ମଧ୍ୟ ଖୁବ ଶୀଘ୍ର ପ୍ରକାଶ କରାଯିବ । ଏନେଇ ବୁଧବାର ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା ।

ଗୁରୁବାର ଦିନ ପ୍ରକାଶିତ 148 ନାମ ମଧ୍ୟରୁ 19 ଜଣ ମହିଳାଙ୍କୁ ଟିକେଟ୍ ମିଳିଛି । ଏହା ବ୍ୟତୀତ ଦଳ କୃଷ୍ଣନଗର ଉତ୍ତରରୁ ଜାତୀୟ ଉପରାଷ୍ଟ୍ରପତି ମୁକୁଲ ରୟଙ୍କୁ ଟିକେଟ୍ ଦେଇଛି । ଏହି ତାଲିକାରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ସାଂସଦ ଜଗନ୍ନାଥ ସରକାର, ପୂର୍ବତନ ଅଧ୍ୟକ୍ଷ ରାହୁଲ ସିହ୍ନା, ଅଭିନେତା ଇନ୍ଦ୍ରାନିଲ ଘୋଷଙ୍କ ନାମ ମଧ୍ୟ ସାମିଲ ହୋଇଛି । ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଅନୁଯାୟୀ, ଭାଟପଡାରୁ ପୱନ ସିଂ, ଜଗଦଲରୁ ଅରିନ୍ଦମ ଭଟ୍ଟାଚାର୍ଯ୍ୟ, ନୋଭାପଡା ସୁନୀଲ ସିଂ, ବାରାକୋରରୁ ଚନ୍ଦ୍ରମାନି ଶୁକ୍ଲା, ଖଡ଼ଦହ ଆସନରୁ ଶୀଲଭଦ୍ର ଦତ୍ତା, ପୂର୍ବ ସ୍ଥଳୀ ଦକ୍ଷିଣରୁ ରାଜୀବ ଭୌମିକ, କେତୁଗ୍ରାମରୁ ମଥୁରା ଘୋଷ ଟିକେଟ୍ ପାଇଛନ୍ତି । ଅନ୍ୟପକ୍ଷରେ, ବିଧାନନଗରରୁ ସବ୍ୟାସଚୀ ଦତ୍ତ, ଚୌରିଙ୍ଗରୁ ଶିଖା ମିତ୍ର, ବାଲିଗଞ୍ଜରୁ ଲୋକନାଥ ଚାଟ୍ଟାର୍ଜୀ, କାମରହାଟୀରୁ ରାଜୁ ବନ୍ଦୋପାଧ୍ୟାୟ, ପାନିହାଟୀରୁ ସାନମୟ ବନ୍ଦୋପାଧ୍ୟାୟ, ସିଲିଗୁରୀରୁ ଶଙ୍କର ଘୋଷ ଓ ରାୟଗଞ୍ଜରୁ କୃଷ୍ଣ କଲ୍ୟାଣୀ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP Releases Candidate List for Fifth, Sixth, Seventh and Eight Phase.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X