Get Updates
Get notified of breaking news, exclusive insights, and must-see stories!

UP Assembly Election 2022 : କଳ୍ପନାଜଳ୍ପନାର ଅନ୍ତ କଲା ବିଜେପି, ଜାରି କଲା 107 ପ୍ରାର୍ଥୀ ତାଲିକା

ସମସ୍ତ କଳ୍ପନାଜଳ୍ପନା ଉପରେ ଯବନିକା ପକାଇଛି ବିଜେପି । ଆଜି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ 107 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ।

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମସ୍ତଙ୍କ ନଜର ରହିଥିଲା ବିଜେପିର ପ୍ରାର୍ଥୀ ତାଲିକା ଉପରେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନକୁ ନେଇ ଏନେକ ଅଟକଳ ଲଗାଯାଉଥିଲା । ଏହି ସମସ୍ତ କଳ୍ପନାଜଳ୍ପନା ଉପରେ ଯବନିକା ପକାଇଛି ବିଜେପି । ଆଜି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ 107 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ।

BJP

ଉତ୍ତର ପ୍ରଦେଶର ଶାସକ ଦଳ ବିଜେପି ପ୍ରଥମ ପର୍ଯ୍ୟାର 57 ଜଣ ଏବଂ ଦ୍ୱିତୀୟ ପର୍ଯ୍ୟାୟର 55 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 48 ଜଣଙ୍କ ତାଲିକା ଘୋଷଣା କରିଛି । ଏଥିସହିତ 2 ଟି ଆସନ ପାଇଁ ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ଘୋଷଣା କରିଛନ୍ତି । ଆପଣଙ୍କୁ କହି ରଖୁଛୁ ୟୁପିରେ 7 ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଫେବୃଆରୀ 10 ରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଫେବୃଆରୀ 14 ରେ ଭୋଟ୍ ପଡ଼ିବ ।

ମାର୍ଚ୍ଚ 10, 2022 ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଉଲ୍ଲେଖନୀୟ ବିଷୟ ହେଉଛି, ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ପାଇଁ ବର୍ତ୍ତମାନ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମରୁ ପରଦା ଉଠାଇବା ଆରମ୍ଭ କରି ଦେଇଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥର ଗୋରଖପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଜିଲ୍ଲାର ସିରାଥୁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଦଳ ଘୋଷଣା କରିଛି ।

ଅନ୍ୟପକ୍ଷରେ, ସପା-ଆରଏଲଡି ଗଠବନ୍ଧନ ଗୁରୁବାର ଦିନ ୟୁପିରେ ନିର୍ବାଚନ ଲଢେଇ ପାଇଁ 29 ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । କଂଗ୍ରେସ 125 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ସେଥିମଧ୍ୟରୁ 50 ଟି ଟିକେଟ୍ ମହିଳା ପ୍ରାର୍ଥୀଙ୍କୁ ଦିଆଯାଇଛି । ଶନିବାର ଦିନ ବିଏସପି ମୁଖ୍ୟ ମାୟାବତୀ ମଧ୍ୟ 53 ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛନ୍ତି ।

ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଥମ ଥର ପାଇଁ 21 ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ଏଥି ସହିତ, ଅନେକ ଡାକ୍ତର ଏବଂ ମହିଳାଙ୍କ ନାମ ମଧ୍ୟ ପ୍ରାର୍ଥୀ ତାଲିକାରେ ସାମିଲ ହୋଇଛନ୍ତି । ଏଥିସହିତ 21 ଜଣ ବିଧାୟକଙ୍କ ଟିକେଟ୍ ଏଥର ବିଜେପି କାଟିଛି । ପ୍ରକାଶ ପାଇଥିବା ତାଲିକାରେ 10 ଜଣ ମହିଳା, 44 ଜଣ ଓବିସି ଏବଂ 19 ଜଣ ଅନୁସୂଚୁତ ଜାତିର ପ୍ରାର୍ଥୀ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+