ୟୁପି ପାଇଁ ବିଜେପିର ଘୋଷଣାପତ୍ର : କୃଷକ, ରୋଜଗାର, ମହିଳା ସଶକ୍ତିକରଣ ସହିତ ରହିଛି ଏହି ବଡ ପ୍ରତିଶୃତି

ଘୋଷଣା ପତ୍ରରେ ବିଜେପି କୃଷକ, ରୋଜଗାର, ଆଇନ ଶୃଙ୍ଖଳା, ବ୍ୟବସାୟ, ମହିଳା ସଶକ୍ତିକରଣ ଏବଂ ଯୁବକ ଉପରେ ବିଶେଷ ଗୁରୁତ୍ୱ ଦେଇଛି ।

ଲକ୍ଷ୍ନୌ : କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର 'ଲୋକ କଲ୍ୟାଣ ସଂକଳ୍ପ ପତ୍ର 2022' ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ନିର୍ବାଚନ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର, ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଡକ୍ଟର ଦୀନେଶ ଶର୍ମା, ସଂକଳ୍ପ ପତ୍ର କମିଟିର ସଭାପତି ସୁରେଶ ଖାନ୍ନା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏହି ସମୟ ମଧ୍ୟରେ ଗୃହମନ୍ତ୍ରୀ ବିଜେପିର ନିର୍ବାଚନ ଗୀତ - 'ବିଜେପି ନେ କର କେ ଦିଖାୟା ହୈ' ମଧ୍ୟ ଉନ୍ମୋଚନ କରିଛନ୍ତି ।

bjp

ଘୋଷଣା ପତ୍ରରେ ବିଜେପି କୃଷକ, ରୋଜଗାର, ଆଇନ ଶୃଙ୍ଖଳା, ବ୍ୟବସାୟ, ମହିଳା ସଶକ୍ତିକରଣ ଏବଂ ଯୁବକ ଉପରେ ବିଶେଷ ଗୁରୁତ୍ୱ ଦେଇଛି । ଏହାର ମେନିଫେଷ୍ଟୋରେ ଲତା ମଙ୍ଗେଶକରଙ୍କ ସ୍ମୃତିରେ ଏକ କଳା ଏକାଡେମୀ ପ୍ରତିଷ୍ଠା କରିବାକୁ ମଧ୍ୟ ବିଜେପି ପ୍ରତିଶୃତି ଦେଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ 2022 ନିର୍ବାଚନ ପାଇଁ ଏକ ସଂକଳ୍ପ ପତ୍ର ସହିତ ବିଜେପି ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ଅଛି । ଉତ୍ତରପ୍ରଦେଶର 25 କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ସଂକଳ୍ପ ପତ୍ର ଜାରି କରାଯାଇଛି । 2017 ରେ ଆମେ ଦେଇଥିବା ପ୍ରତିଶ୍ରୁତିକୁ ସଂକଳ୍ପକୁ ଏକ ମନ୍ତ୍ର ଭାବରେ ବିଚାରକୁ ନେଇ ପୂରଣ କରିଛୁ । ଯାହା କହିଥିଲୁ ତାହା କରି ଦେଖାଇଛୁ । ବର୍ତ୍ତମାନ ଯାହା କହିବୁ ତାହା ମଧ୍ୟ କରି ଦେଖାଇବୁ ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ଆଜି ଯେତେବେଳେ ଉତ୍ତରପ୍ରଦେଶରେ ବିଜେପିର 5 ବର୍ଷ ବିତିଯାଉଛି, ଆମେ କହିପାରିବା ଯେ ଆଜି ଉତ୍ତରପ୍ରଦେଶରେ ଆଇନର ଶାସନ ଅଛି । ଆଜି ପ୍ରତ୍ୟେକ ଭଉଣୀ, ଝିଅ ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ ।"

ୟୁପି ନିର୍ବାଚନ ପାଇଁ ମେନିଫେଷ୍ଟୋରେ ବିଜେପିର ପ୍ରତିଶୃତି

  • ସରକାରୀ ଚାକିରିରେ ମହିଳାଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ
  • ଲତା ମଙ୍ଗେସକରଙ୍କ ସ୍ମୃତିରେ କଳା ଏକାଡେମୀ ପ୍ରତିଷ୍ଠା ହେବ
  • ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦିଆଯିବ
  • ରାଜ୍ୟର ଆଉ ପାଞ୍ଚଟି ସହର ବାରଣାସୀ, ମେରଟ, ଗୋରଖପୁର, ବରେଲି, ଝାନସୀ, ପ୍ରୟାଗରାଜରେ ମେଟ୍ରୋ ଟ୍ରେନ୍ ଆରମ୍ଭ ହେବ ।
  • ହୋଲି-ଦିପାବଳୀରେ ଦୁଇଟି ଗ୍ୟାସ୍ ସିଲିଣ୍ଡର ମାଗଣା ।
  • ରାଜ୍ୟରେ 10 ଲକ୍ଷ କୋଟି ନିବେଶ ଲକ୍ଷ୍ୟ ।
  • ୟୁପିର ବାହରାଇଚରେ ମହାରାଜା ସୁହେଲଦେବଙ୍କ ସ୍ମୃତିରେ ବଡ଼ ସ୍ମାରକ
  • ମେରଟ, ରାମପୁର, ଆଜମଗଡ, କାନପୁର, ବାହରାଇଚରେ ଆତଙ୍କବାଦୀ ବିରୋଧୀ କମାଣ୍ଡୋ କେନ୍ଦ୍ର ନିର୍ମାଣ କରାଯିବ
  • 60 ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା, ରାଜ୍ୟର ସମସ୍ତ ନାଗରିକ 339 ଟି ସରକାରୀ ସୁବିଧା ପାଇବେ ।
  • ଆଗାମୀ 5 ବର୍ଷ ପାଇଁ ସମସ୍ତ ଚାଷୀଙ୍କୁ ଜଳସେଚନ ଉପରେ ମାଗଣା ବିଦ୍ୟୁତ ।
  • ଆଖୁ ଚାଷୀଙ୍କୁ 14 ଦିନ ମଧ୍ୟରେ ଭୁଗତାନ୍ ସୁମଙ୍ଗଳା କନ୍ୟା ରାଶିକୁ 15000 ରୁ 25000 କୁ ବୃଦ୍ଧି କରାଯିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+