Uttarakhand Election 2022 : ବିଜେପି ପ୍ରକାଶ କଲା ପ୍ରଥମ ପ୍ରାର୍ଥୀ ତାଲିକା, ଖଟିମାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଧାମୀ

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ଆସନ ମଧ୍ୟ ଚୂଡ଼ାନ୍ତ ହୋଇଛି । ତାଲିକା ଅନୁଯାୟୀ, ଧାମୀଙ୍କୁ ଖଟିମା ଆସନରୁ ଦଳ ପ୍ରାର୍ଥୀ କରିଛି ।

ଦେହରାଡୁନ୍ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଉତ୍ତରାଖଣ୍ଡର 70 ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଫେବୃଆରୀ 14ରେ ମତଦାନ ଅନୁଷ୍ଠିତ ହେବ । ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ଆସନ ମଧ୍ୟ ଚୂଡ଼ାନ୍ତ ହୋଇଛି । ତାଲିକା ଅନୁଯାୟୀ, ଧାମୀଙ୍କୁ ଖଟିମା ଆସନରୁ ଦଳ ପ୍ରାର୍ଥୀ କରିଛି । ପ୍ରଥମ ତାଲିକାରେ 70 ଟି ସିଟ୍ ମଧ୍ୟରୁ 59 ଟି ସିଟ୍ ପାଇଁ ପ୍ରାର୍ଥୀଙ୍କ ନାମ ଅନୁମୋଦନ କରାଯାଇଛି ।

BJP

ରାଜ୍ୟର ଅନ୍ୟ ବିଜେପି ନେତାଙ୍କ ବିଷୟରେ କହିବାକୁ ଗଲେ ସୁବୋଧ ଉନିୟାଲଙ୍କୁ ନରେନ୍ଦ୍ର ନଗରରୁ ପ୍ରାର୍ଥୀ କରାଯାଇଛି । ପ୍ରୀତମ ସିଂହ ପନୱାର ଧନୌଲ୍ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ଗଣେଶ ଯୋଶୀଙ୍କୁ ମସୁରୀ ଆସନରୁ, ଉତ୍ତରାଖଣ୍ଡର ରାଜ୍ୟ ଅଧ୍ୟକ୍ଷ ମଦନ କୌଶିକ ଙ୍କୁ ହରିଦ୍ୱାର, ଶ୍ରୀନଗରରୁ ଧନ ସିଂହ ରାୱତ ଏବଂ ସତ୍ୟପାଲ ମହାରାଜଙ୍କୁ ଚୌବଟଖାଲରୁ ଦଳ ପ୍ରାର୍ଥୀ କରିଛି ।

ଏହା ବ୍ୟତୀତ ପୁରୋଲା ରୁ ଦୁର୍ଗେଶ ଲାଲ, ଯମୁନୋତ୍ରୀ ରୁ କେଦାର ସିଂହ ରାୱତ ଏବଂ ଗାଙ୍ଗୋତ୍ରୀ ଆସନରୁ ସୁରେଶ ଚୌହ୍ୱାନଙ୍କ ନାମ ଚୂଡାନ୍ତ ହୋଇଛି । ଉମେଶ ଶର୍ମା କାଉଙ୍କୁ ରାୟପୁରରୁ ଫିଲ୍ଡିଂ କରାଯାଇଛି । ରୁଡ଼କୀରୁ ପ୍ରଦୀପ ବତ୍ରା, ରାନୀପୁର ଭେଲରୁ ଆଦେଶ ଚୌହାନ, ଖାନପୁରରୁ କୁୱାରାନୀ ଦେବଯାନୀ, ରାମନଗରରୁ ଦିୱାନ ସିଂହ ବିଷ୍ଚ, ହରିଦ୍ୱାର ଗ୍ରାମୀଣ ଆସନରୁ ସ୍ୱାମୀ ଯତିଶ୍ୱରାନନ୍ଦ, ରୁଦ୍ରପ୍ରୟାଗରୁ ଭରତ ସିଂହ ଚୌଧୁରୀ, ବଦ୍ରିନାଥରୁ ମହେନ୍ଦ୍ର ଭଟ୍ଟ ଏବଂ ରାଲକୁଆଁରୁ ନବୀନ ଦୁମକା ଏବଂ ଜ୍ୱାଳାପୁର ଆସନରୁ ସୁରେଶ ରାଠୌର ଟିକେଟ୍ ପାଇଛନ୍ତି ।

ଅପରପକ୍ଷରେ ଏକ ଖବର ଆସିଛି ଯେ ସ୍ୱର୍ଗତ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସାନଭାଇ କର୍ଣ୍ଣେଲ୍ ବିଜୟ ରାୱତ (ଅବସରପ୍ରାପ୍ତ) ଡୋଇୱାଲା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ବୁଧବାର ଦିନ କର୍ଣ୍ଣେଲ ବିଜୟ ରାୱତ ଦଳରେ ଯୋଗ ଦେଇଥିଲେ, ଯାହା ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ ଆଲୋଚନା ଅଧିକ ଗତିଶୀଳ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+