କୋଇଲା ଦଲାଲରେ 'ହାତ' କଳା, 'କଂଗ୍ରେସ ଫାଇଲ'ର ତୃତୀୟ ଏପିସୋଡ ଜାରି କଲା ବିଜେପି
ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ପୁଣି କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି । ୟୁପିଏ-2 ସରକାର ସମୟରେ କୋଇଲା ଆବଣ୍ଟନରେ ହୋଇଥିବା ଦୁର୍ନୀତି କୁ ନେଇ 'କଂଗ୍ରେସ ଫାଇଲ୍ସ' ର ତୃତୀୟ ଏପିସୋଡ ଜାରି କରିଛି ବିଜେପି ।
ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିନ 1,86,000 କୋଟି କୋଟି ଟଙ୍କାର କୋଇଲା ଘୋଟାଲା ଅଭିଯୋଗରେ ପୂର୍ବ ୟୁପିଏ ସରକାର ଉପରେ ଆକ୍ରମଣ କରିଛି । ବିଜେପି ଜାରି କରିଥିବା 'କଂଗ୍ରେସ ଫାଇଲ'ର ତୃତୀୟ ଏପିସୋଡରେ କୁହାଯାଇଛି ଯେ ୟୁପିଏ ଶାସନ ସମୟରେ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିଲା ।

ବିଜେପିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ରୁ 'କୋଇଲା ଦଲାଲ ରେ ହାଥ କଳା' ଶୀର୍ଷକ ଭିଡିଓ ପୋଷ୍ଟ କରି ଲେଖାଯାଇଛି, "କଂଗ୍ରେସ ଫାଇଲର ତୃତୀୟ ଏପିସୋଡରେ, କୋଇଲା ଦଲାଲରେ 'ହାତ କଳା' କାହାଣୀ ଦେଖନ୍ତୁ ।
ଏହି ଭିଡିଓ ମାଧ୍ୟମରେ କୁହାଯାଇଛି ଆପଣ ନିଶ୍ଚୟ 'କୋଇଲା ଦଲାଲରେ ହାତ କଳା' ବୋଲି ଲୋକବାଣୀ ଶୁଣିଥିବେ । କିନ୍ତୁ ଏହା ଲୋକବାଣୀ ନୁହଁ, ଏହା ମଧ୍ୟ ଏକ ସତ୍ୟ । 2012 ର କୋଇଲା ସ୍କାମରେ କେବଳ ତତ୍କାଳୀନ ୟୁପିଏ ସରକାରଙ୍କ ହାତ ନୁହେଁ, ଅନେକ ଚେହେରା ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
Congress Files के तीसरे एपिसोड में देखिए,
कोयले की दलाली में काले हुए ‘हाथ’ की कहानी... pic.twitter.com/am9L8C4hQs
— BJP (@BJP4India) April 4, 2023
ଭିଡିଓରେ ଦର୍ଶାଯାଇଛି ଯେ ଯେତେବେଳେ ମନମୋହନ ସିଂହ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଅନେକ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ବଦଳରେ ଦୁର୍ନୀତି ତାଙ୍କ ସମୟରେ ହେଡଲାଇନ ପାଲଟିଥିଲା । କୋଇଲା ଦୁର୍ନୀତିରେ ଜାତୀୟ ଖନନକୁ 1,86,000 କୋଟି ଟଙ୍କା କ୍ଷତି ହୋଇଥିବା ବିଜେପି ଦାବି କରିଛି । 2004-2009 ମସିହାରେ, ପ୍ରାୟ 100 ଟି କମ୍ପାନୀକୁ ନିୟମ ଉଲ୍ଲଂଘନ କରି ବିନା ନିଲାମରେ କୋଇଲା ବ୍ଲକ ବଣ୍ଟନ କରାଯାଇଥିଲା ।
ଏହି ଘୋଟାଲା ଯୋଗୁଁ ଦେଶ ପ୍ରାୟ 1,86,000 କୋଟି ଟଙ୍କା କ୍ଷତି ସହିଛି । କୋଇଲା ଖଣିର ଭୁଲ ଆବଣ୍ଟନକୁ ମଧ୍ୟ CAG ସୂଚିତ କରିଛି । ଏହି ଘୋଟାଲା କେବଳ ଦେଶ ପାଇଁ ଆର୍ଥିକ କ୍ଷତି ଘଟାଇ ନାହିଁ, ବରଂ ଦେଶର ଭାବମୂର୍ତ୍ତିକୁ ମଧ୍ୟ କ୍ଷତି ପହଞ୍ଚାଇଛି । ରବିବାର ଦିନ ବିଜେପି 'କଂଗ୍ରେସ ଅର୍ଥ ଦୁର୍ନୀତି' ଶୀର୍ଷକ 'କଂଗ୍ରେସ ଫାଇଲ'ର ପ୍ରଥମ ଏପିସୋଡ ପୋଷ୍ଟ କରିଛି ।












Click it and Unblock the Notifications