ମୋଦୀ ସରକାରଙ୍କ ଆଠ ବର୍ଷ ପୂର୍ତ୍ତିକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛି ବିଜେପି

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରକୁ ଆଠ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଚଳାଇଛି ।

ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରକୁ ଆଠ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଚଳାଇଛି । ଖବର ଅନୁଯାୟୀ ଦଳର 12 ଜଣ ବରିଷ୍ଠ ନେତାଙ୍କ ଏକ ଟିମ୍ ମଧ୍ୟ ଉତ୍ସବ କାର୍ଯ୍ୟକ୍ରମ ପାଇଁ ସୋମବାର 25 ଅପ୍ରେଲରେ ଏକ ବୈଠକ କରିଛନ୍ତି ।

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ, ସି.ଟି ରବି ଏବଂ ଡି ପୁରନ୍ଦରେଶ୍ୱରୀ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ମୋଦୀ ସରକାରଙ୍କ 8 ବର୍ଷ ପୂରଣ ଅହସରରେ ସାରା ଦେଶରେ ଗ୍ରାଣ୍ଡ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ଆସନ୍ତା 5 ତାରିଖ ସୁଦ୍ଧା ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । 543 ସଦସ୍ୟ ବିଶିଷ୍ଟ ଲୋକସଭାରେ ବିଜେପି 303 ହାସଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 30 ମେ 2019 ରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ।

narendra Modi

ଏଥି ସହିତ, ଏହାର ପୂର୍ବ କାର୍ଯ୍ୟକାଳରେ, 26 ମେ 2014 ରେ, ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ଦେଶର ଆଭିମୁଖ୍ୟ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ହାତରେ ଆସିଥିଲା । 2020 ମସିହା ମେ ମାସରେ କରୋନା ମହାମାରୀ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା ଏବଂ ଏହି କାରଣରୁ ମୋଦୀ ସରକାରଙ୍କ ପ୍ରଥମ ତଥା ଦ୍ୱିତୀୟ ବାର୍ଷିକ ଉତ୍ସବରେ ଦଳ କଣସି ବଡ କାର୍ଯ୍ୟକ୍ରମ କରିପାରି ନଥିଲା ।

ଏଥି ସହିତ, ବିଜେପି ମୁଖ୍ୟାଳୟରେ ଆୟୋଜିତ ଏହି ବୈଠକରେ କମିଟିର ସଦସ୍ୟମାନେ ବିଭିନ୍ନ ପରାମର୍ଶ ଏବଂ ସମ୍ଭାବ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଦଳର ବିଜୟ ଉତ୍ସବ ପାଳନ ଅବସରରେ ଗଠିତ ସମିତିରେ ରାଜୀବ ଚନ୍ଦ୍ରଶେଖର, ସାଂସଦ ବିନୟ ରାଜଦୀପ ରାୟ, ରାଜୁ ବିସ୍ତା, ବିନୟ ସହସ୍ରବୁଦ୍ଧେ, ଅପରାଜିତା ଷଢ଼ଙ୍ଗୀଙ୍କ ବ୍ୟତୀତ ଶିବ ପ୍ରକାଶ ଏବଂ ଲାଲ ସିଂହ ଆର୍ଯ୍ୟ ଭଳି ସଙ୍ଗଠନର ଅନ୍ୟ ନେତା ମାନେ ସାମିଲ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+