ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାବେଶରେ ଯୋଗଦେବେ କି ଦୁଇ 'ଦାଦା' ? ପ୍ରତିକ୍ରିୟା ରଖିଲେ ବିଜେପି ନେତା...
ପଶ୍ଚିମବଙ୍ଗର ଦୁଇ ଚର୍ଚ୍ଚିତ ବ୍ୟକ୍ତି ସୌରଭ ଗାଙ୍ଗୁଲି ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ବିଜେପିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଏହି ଦୁଇଜଣଙ୍କୁ ନେଇ ପଶ୍ଚିମବଙ୍ଗ ବିଜେପି ଅଧିକାରୀଙ୍କ ପ୍ରତିକ୍ରିୟା
କୋଲକାତା : ପଶ୍ଚିମବଙ୍ଗରେ ରାଜନୈତିକ ଦଳ ଗୁଡ଼ିକର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍ 7 ମାର୍ଚ୍ଚରେ କୋଲକାତାରେ ପହଞ୍ଚି ରାଜ୍ୟରେ ବିଜେପି ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ନରେନ୍ଦ୍ର ମୋଦୀ ସମାବେଶକୁ ସମ୍ବୋଧିତ କରିବେ । ଏହି ଅବସରରେ ପଶ୍ଚିମବଙ୍ଗର ଦୁଇ ଚର୍ଚ୍ଚିତ ବ୍ୟକ୍ତି ସୌରଭ ଗାଙ୍ଗୁଲି ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ବିଜେପିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଏହି ଦୁଇଜଣଙ୍କ ଆଗମନକୁ ନେଇ ପଶ୍ଚିମବଙ୍ଗ ବିଜେପି ଅଧିକାରୀମାନେ ପ୍ରତିକ୍ରିୟା ଦେଇଛନ୍ତି ।

ଦୁଇ ଦାଦାଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା
ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ଚେୟାରମ୍ୟାନ୍ ହେବା ଦିନଠାରୁ ବିଜେପିର ନିକଟତର ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏଥିସହ ମିଥୁନ ଟିଏମସିର ପୂର୍ବତନ ରାଜ୍ୟସଭା ସାଂସଦ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆରଏମଏସ ମୁଖ୍ୟ ମୋହନ ଭଗବତଙ୍କୁ ଭେଟିବା ପରେ ବିଜେପିରେ ଯୋଗଦେବା କଥା ମଧ୍ୟ ରାଜନୈତିକ ମହଲେରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ପରିସ୍ଥିତିରେ ମୋଦୀଙ୍କ ରାଲିରେ ଏହି ଦୁଇଜଣ ଯୋଗଦେବା ନେଇ ବିଜେପି ନେତାମାନେ ଉଭୟଙ୍କୁ ସ୍ୱାଗତ କରୁଛନ୍ତି, କିନ୍ତୁ ସେମାନେ ବିଜେପିରେ ସାମିଲ ହେବେ କି ନାହିଁ ସେ ନେଇ ସ୍ପଷ୍ଟ ଭାବେ କିଛି କହୁ ନାହାଁନ୍ତି ।

ବୁଲେଇ ବଙ୍କେଇ ପ୍ରତିକ୍ରିୟା ଦେଉଛନ୍ତି ବିଜେପି ନେତା
ମିଥୁନ ଚକ୍ରବର୍ତ୍ତୀ ଏବଂ ସୌରଭ ଗାଙ୍ଗୁଲିଙ୍କ ବିଜେପିରେ ଯୋଗଦେବା ନେଇ ବିଜେପି ନେତାମାନେ ସ୍ପଷ୍ଟ ଉତ୍ତର ରଖୁନାହାଁନ୍ତି । ମିଥୁନ ବିଜେପିରେ ଯୋଗଦେବା ନେଇ ପ୍ରଶ୍ନରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ କହିଛନ୍ତି, ଯଦି ସେ ବିଜେପିକୁ ଆସନ୍ତି ତେବେ ଏହା ଉଭୟ ବଙ୍ଗଳା ଏବଂ ଆମ ଦଳ ପାଇଁ ଭଲ ହେବ । ଯଦି ସେ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ରହନ୍ତି, ତେବେ ବଙ୍ଗଳାବାସୀ ଖୁସି ହେବେ । ଏଥି ସହ ବିଜେପି ବଙ୍ଗଳା ଦାୟିତ୍ୱରେ ଥିବା ତଥା ଦଳର ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିୟ କହିଛନ୍ତି, ମୁଁ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ମୋ ଫୋନରେ କଥା ହୋଇଛି, ତାଙ୍କୁ ଭେଟିବା ପରେ ଆମେ ଅଧିକ କିଛି କହିପାରିବୁ ।

ଆମେ ସୌରଭଙ୍କୁ ସ୍ୱାଗତ କରିବୁ
ସୌରଭ ଗାଙ୍ଗୁଲିଙ୍କ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଏବଂ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ କହିଛନ୍ତି, ତାଙ୍କ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ । ନିକଟରେ ହୋଇଥିବା କୋର କମିଟି ବୈଠକରେ ମଧ୍ୟ ଏ ନେଇ କୌଣସି ଆଲୋଚନା ହୋଇନାହିଁ । ଏପରି ପରିସ୍ଥିତିରେ ସେମାନେ କିଛି କହିପାରିବେ ନାହିଁ ।
ଏହା ସହ ବିଜେପି ମୁଖପାତ୍ର ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଯଦି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଭଲ ରହେ ଏବଂ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଷ୍ପତ୍ତି ନିଅନ୍ତି ତେବେ ତାଙ୍କୁ ସ୍ୱାଗତ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications