23 ରେ କଳାହାଣ୍ଡି ଆସିବେ ବିଜେପି ଅଧ୍ୟକ୍ଷ ନଡ୍ଡା
ଭୁବନେଶ୍ୱର :କଳାହାଣ୍ଡି ଗସ୍ତରେ ଆସିବେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା । ଜୁନ୍ 23 ତାରିଖରେ ଆସିବେ ନଡ୍ଡା । ଏହା ପୂର୍ବରୁ 22 ତାରିଖରେ ସେ କଳାହାଣ୍ଡି ଆସିବା ନେଇ କାର୍ଯ୍ୟକ୍ରମ ଥିଲା । ବର୍ତ୍ତମାନ ଏହା 23 ତାରିଖକୁ ସ୍ଥିର କରାଯାଇଛି ।

ଏହି ଗସ୍ତ ସମୟରେ ନଡ୍ଡା ବିଜେପିର 9 ବର୍ଷର ଶାସନର ସଫଳତା ବଖାଣିବେ । ଏହା ସହ ରାଜ୍ୟ ବିଜେପିର ନେତା ମାନଙ୍କ ସହ ବୈଠକ କରିବେ ।
ନଡ୍ଡାଙ୍କ କଳାହାଣ୍ଡି ଗସ୍ତ କରିବାର ଉଦ୍ଦେଶ୍ୟ ଦଳର 'ଜନସମ୍ପର୍କ ଅଭିଯାନ' । ମୋଦୀ ସରକାରର 9 ବର୍ଷ ର ସଫଳତା ବଖାଣି ଆଗାମୀ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରୁଛି ବିଜେପି ।
ଏହି ସମୟରେ 2024 ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ ଓଡ଼ିଶା ଗସ୍ତ ବିଜେପି ପାଇଁ ଏକ ଟର୍ଣ୍ଣଂ ପଏଣ୍ଟ ହେବ ବୋଲି ଦାବି କରିଛନ୍ତି ବିଜେପି ନେତା । ଅପର ପକ୍ଷରେ ନଡ୍ଡାଙ୍କ ଗସ୍ତ ଏପରି ଏକ ସମୟରେ ହେଉଛି, ଯେତେବେଳେ ରାଜ୍ୟ ବିଜେପିର ଅନେକ ନେତା ରାଜ୍ୟ ସରକାର ଓ 5-ଟି ସଚିବଙ୍କୁ ନେଇ ଶାସକ ଦଳକୁ ଟାର୍ଗେଟ୍ କରୁଛନ୍ତି । ନଡ୍ଡାଙ୍କ କଳାହାଣ୍ଡି ଗସ୍ତ ଏହି ପ୍ରସଙ୍ଗକୁ ଆହୁରି ଖୋରାକ୍ ଯୋଗାଇବ ବୋଲି ମଧ୍ୟ କୁହାଯାଉଛି ।












Click it and Unblock the Notifications