Assam Assembly Election : ବିଜେପିର ଘୋଷଣା ପତ୍ର ଜାରି କଲେ ଅଧ୍ୟକ୍ଷ ଜେପି ନଡ୍ଡା
ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଙ୍ଗଳବାର ଦିନ ଦଳର ଘୋଷଣା ପତ୍ର ଜାରି କରିଛନ୍ତି ।
ଗୌହାଟୀ : ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଙ୍ଗଳବାର ଦିନ ଦଳର ଘୋଷଣା ପତ୍ର ଜାରି କରିଛନ୍ତି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନେୱାଲ ଏବଂ ରାଜ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ମଧ୍ୟ ଉପସ୍ଥିତ ଥିଲେ । ମେନିଫେଷ୍ଟୋ ଜାରି କରିବାବେଳେ ଜେପି ନଡ୍ଡା କହିଛନ୍ତି, 'ଆମେ ବିକାଶର ଗତି ହାସଲ କରିବା ସହ ରାଜ୍ୟକୁ ନୂତନ ଉଚ୍ଚତାକୁ ନେବାକୁ ଚାହୁଁଛୁ ।'

ସେ ଆହୁର୍ ମଧ୍ୟ କହିଛନ୍ତି, ଏହି ଆକାଂକ୍ଷା ସହିତ ଆମେ ଆସାମର ଲୋକଙ୍କୁ ମେନିଫେଷ୍ଟୋରେ 10 ଟି ପ୍ରତିଶୃତି ଦେଇଛୁ । ଯଦି ଆମ ଦଳ କ୍ଷମତାକୁ ଆସେ, ତେବେ ବ୍ରହ୍ମପୁତ୍ର ନଦୀ ନିକଟରେ ବଡ଼ ଜଳଭଣ୍ଡାର ନିର୍ମାଣ କରାଯାଇ ଅତିରିକ୍ତ ଜଳ ସଂରକ୍ଷଣ କରାଯାଇପାରିବ ଯାହା ଦ୍ୱାରା ଲୋକମାନେ ବନ୍ୟା ପରିସ୍ଥିତିରୁ ରକ୍ଷା ପାଇପାରିବେ ।
ଏହା ବ୍ୟତୀତ ସେ କହିଛନ୍ତି ଯେ, ଅରୁଣୋଦୋଇ ଯୋଜନା ଅନୁଯାୟୀ 30 ଲକ୍ଷ ପରିବାରକୁ ମାସକୁ 3 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଆସାମର 126 ବିଧାନସଭା ଆସନ ପାଇଁ ନିର୍ବାଚନ ମାର୍ଚ୍ଚ 27 ରୁ ଅନୁଷ୍ଠିତ ହେବ । ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଏପ୍ରିଲ 6 ପର୍ଯ୍ୟନ୍ତ ଚାଲିବ । ଗତ 2016 ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ସହ କଂଗ୍ରେସକୁ କ୍ଷମତାରୁ ହଟାଇ କ୍ଷମତା ଅକ୍ତିଆର କରିଥିଲା । ବିଜେପି ପକ୍ଷରୁ ସରବାନନ୍ଦ ସୋନେୱାଲଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ଯଦି ଆମେ କଂଗ୍ରେସ ବିଷୟରେ କଥା କହିବା, ତେବେ ଏହାର ନିର୍ବାଚନ ରାଲିରେ କଂଗ୍ରେସ CAA ଏବଂ NRC ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରୁଛି । ରାଜ୍ୟର ମୁସଲମାନ ଜନସଂଖ୍ୟା ମଧ୍ୟ ଏହି ନିୟମକୁ ଭୟ କରୁଛନ୍ତି । ଏପରପକ୍ଷରେ ଯେ କୌଣସି ପରିସ୍ଥିତିରେ CAA ଏବଂ NRC କାର୍ଯ୍ୟକାରୀ ହେବ ବୋଲି ବିଜେପି ପୂର୍ବରୁ ସ୍ପଷ୍ଟ କରିସାରିଛି ।Assam Assembly Election : ବିଜେପିର ଘୋଷଣା ପତ୍ର ଜାରି କଲେ ଅଧ୍ୟକ୍ଷ ଜେପି ନଡ୍ଡା
ଗୌହାଟୀ : ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଙ୍ଗଳବାର ଦିନ ଦଳର ଘୋଷଣା ପତ୍ର ଜାରି କରିଛନ୍ତି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନେୱାଲ ଏବଂ ରାଜ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ମଧ୍ୟ ଉପସ୍ଥିତ ଥିଲେ । ମେନିଫେଷ୍ଟୋ ଜାରି କରିବାବେଳେ ଜେପି ନଡ୍ଡା କହିଛନ୍ତି, 'ଆମେ ବିକାଶର ଗତି ହାସଲ କରିବା ସହ ରାଜ୍ୟକୁ ନୂତନ ଉଚ୍ଚତାକୁ ନେବାକୁ ଚାହୁଁଛୁ ।'
ସେ ଆହୁର୍ ମଧ୍ୟ କହିଛନ୍ତି, ଏହି ଆକାଂକ୍ଷା ସହିତ ଆମେ ଆସାମର ଲୋକଙ୍କୁ ମେନିଫେଷ୍ଟୋରେ 10 ଟି ପ୍ରତିଶୃତି ଦେଇଛୁ । ଯଦି ଆମ ଦଳ କ୍ଷମତାକୁ ଆସେ, ତେବେ ବ୍ରହ୍ମପୁତ୍ର ନଦୀ ନିକଟରେ ବଡ଼ ଜଳଭଣ୍ଡାର ନିର୍ମାଣ କରାଯାଇ ଅତିରିକ୍ତ ଜଳ ସଂରକ୍ଷଣ କରାଯାଇପାରିବ ଯାହା ଦ୍ୱାରା ଲୋକମାନେ ବନ୍ୟା ପରିସ୍ଥିତିରୁ ରକ୍ଷା ପାଇପାରିବେ ।
ଏହା ବ୍ୟତୀତ ସେ କହିଛନ୍ତି ଯେ, ଅରୁଣୋଦୋଇ ଯୋଜନା ଅନୁଯାୟୀ 30 ଲକ୍ଷ ପରିବାରକୁ ମାସକୁ 3 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଆସାମର 126 ବିଧାନସଭା ଆସନ ପାଇଁ ନିର୍ବାଚନ ମାର୍ଚ୍ଚ 27 ରୁ ଅନୁଷ୍ଠିତ ହେବ । ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଏପ୍ରିଲ 6 ପର୍ଯ୍ୟନ୍ତ ଚାଲିବ । ଗତ 2016 ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ସହ କଂଗ୍ରେସକୁ କ୍ଷମତାରୁ ହଟାଇ କ୍ଷମତା ଅକ୍ତିଆର କରିଥିଲା । ବିଜେପି ପକ୍ଷରୁ ସରବାନନ୍ଦ ସୋନେୱାଲଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ଯଦି ଆମେ କଂଗ୍ରେସ ବିଷୟରେ କଥା କହିବା, ତେବେ ଏହାର ନିର୍ବାଚନ ରାଲିରେ କଂଗ୍ରେସ CAA ଏବଂ NRC ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରୁଛି । ରାଜ୍ୟର ମୁସଲମାନ ଜନସଂଖ୍ୟା ମଧ୍ୟ ଏହି ନିୟମକୁ ଭୟ କରୁଛନ୍ତି । ଏପରପକ୍ଷରେ ଯେ କୌଣସି ପରିସ୍ଥିତିରେ CAA ଏବଂ NRC କାର୍ଯ୍ୟକାରୀ ହେବ ବୋଲି ବିଜେପି ପୂର୍ବରୁ ସ୍ପଷ୍ଟ କରିସାରିଛି ।

Click it and Unblock the Notifications