ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ାରେ ପହଞ୍ଚିଲେ ନଡ୍ଡା, କାଲି ଜନସମ୍ପର୍କ ସମାବେଶକୁ କରିବେ ସମ୍ବୋଧନ
ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତାରେ ଆସିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ଓଡ଼ିଶାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ଜିଲ୍ଲା କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି । ଏଠାରେ ବରଗଡ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ।

ଏହା ପରେ ଆସନ୍ତାକାଲି ନଡ୍ଡା ଭବାନୀପାଟଣାରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ । ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ 9 ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ମହା ଜନସଂପର୍କ ସମାବେଶକୁ ସମ୍ବୋଧିତ କରିବେ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।
ଏହି ଗସ୍ତ ସମୟରେ ନଡ୍ଡା ବିଜେପିର 9 ବର୍ଷର ଶାସନର ସଫଳତା ବଖାଣିବେ । ଏହା ସହ ରାଜ୍ୟ ବିଜେପିର ନେତା ମାନଙ୍କ ସହ ବୈଠକ କରିବେ ।
ନଡ୍ଡାଙ୍କ କଳାହାଣ୍ଡି ଗସ୍ତ କରିବାର ଉଦ୍ଦେଶ୍ୟ ଦଳର 'ଜନସମ୍ପର୍କ ଅଭିଯାନ' । ମୋଦୀ ସରକାରର 9 ବର୍ଷ ର ସଫଳତା ବଖାଣି ଆଗାମୀ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରୁଛି ବିଜେପି ।
ଏହି ସମୟରେ 2024 ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ ଓଡ଼ିଶା ଗସ୍ତ ବିଜେପି ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଦାବି କରିଛନ୍ତି ବିଜେପି ନେତା । ଅପର ପକ୍ଷରେ ନଡ୍ଡାଙ୍କ ଗସ୍ତ ଏପରି ଏକ ସମୟରେ ହେଉଛି, ଯେତେବେଳେ ରାଜ୍ୟ ବିଜେପିର ଅନେକ ନେତା ରାଜ୍ୟ ସରକାର ଓ 5-ଟି ସଚିବଙ୍କୁ ନେଇ ଶାସକ ଦଳକୁ ଟାର୍ଗେଟ୍ କରୁଛନ୍ତି । ନଡ୍ଡାଙ୍କ କଳାହାଣ୍ଡି ଗସ୍ତ ଏହି ପ୍ରସଙ୍ଗକୁ ଆହୁରି ଖୋରାକ୍ ଯୋଗାଇବ ବୋଲି ମଧ୍ୟ କୁହାଯାଉଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications