Get Updates
Get notified of breaking news, exclusive insights, and must-see stories!

'ମଜବୁତ ସରକାର ଠାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଆଶା', ଏପରି କହି ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ

ୟୁପି ବିଧାନସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଥିବା ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଟାର୍ଗେଟ୍ କରିଛନ୍ତି

ନୂଆଦିଲ୍ଲୀ : ୟୁପି ବିଧାନସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଥିବା ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଟାର୍ଗେଟ୍ କରିଛନ୍ତି । ବ୍ୟାଙ୍କରେ ଠକେଇ ଏବଂ ଆର୍ଥିକ ଅପରାଧ ପ୍ରସଙ୍ଗରେ ବରୁଣ ଗାନ୍ଧୀ ଟ୍ୱିଟ୍ କରି ଏଥର କେନ୍ଦ୍ର ସରକାରଙ୍କୁ ଘେରି ରହିଛନ୍ତି । ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ଏବିଜି ସିପିୟାର୍ଡର ପୂର୍ବତନ ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କ ନାମ ନେଇ ବରୁଣ ଗାନ୍ଧୀ ଲେଖିଛନ୍ତି ଯେ ଏଭଳି ଦୁର୍ନୀତି ଉପରେ ଏକ ମଜବୁତ ସରକାରଙ୍କ ଠାରୁ ଦୃଢ କାର୍ଯ୍ୟାନୁଷ୍ଠାନର ଆଶା ରହିଛି ।

Varun Gandhi

ଶୁକ୍ରବାର ଦିନ ବରୁଣ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, 'ବିଜୟ ମାଲ୍ୟା: 9000 କୋଟି, ନୀରବ ମୋଦୀ: 14000 କୋଟି, ଋଷି ଅଗ୍ରୱାଲ: 23000 କୋଟି । ଆଜି ଯେତେବେଳେ ଋଣ ବୋଝରେ ବୁଡ଼ି ପ୍ରତିଦିନ 14 ଲୋକ ଆତ୍ମହତ୍ୟା କରୁଛନ୍ତି ସେତେବେଳେ ଏଭଳି ଧନପଶୁମାନଙ୍କ ଜୀବନ ଚମତ୍କାରତାର ଶୀର୍ଷରେ ରହିଛି । ଏହି ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଉପରେ ଏକ 'ମଜବୁତ ସରକାର' ଠାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+