Get Updates
Get notified of breaking news, exclusive insights, and must-see stories!

ପଶ୍ଚିମ ଓଡିଶା ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସୁରେଶ ପୂଜାରୀ

ପଶ୍ଚିମ ଓଡିଶା ସ୍ଥାୟୀ ବେଞ୍ଚ ନେଇ ନୂଆଦିଲ୍ଲୀରେ ପ୍ରେସ ମିଟ କଲେ ୪ ସାଂସଦ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏହି ପ୍ରେସମିଟ ହୋଇଛି । ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ ।

ନୂଆଦିଲ୍ଲୀ: ପଶ୍ଚିମ ଓଡିଶା ସ୍ଥାୟୀ ବେଞ୍ଚ ନେଇ ନୂଆଦିଲ୍ଲୀରେ ପ୍ରେସ ମିଟ କଲେ ୪ ସାଂସଦ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏହି ପ୍ରେସମିଟ ହୋଇଛି । ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାର ତାଙ୍କର ଦାୟିତ୍ୱ ତୁଲାଇ ନାହାଁନ୍ତି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କୁ ଦେଇ ନାହାନ୍ତି । ସ୍ଥାୟୀ ବେଞ୍ଚ ନେଇ କେନ୍ଦ୍ର ସରକାର ଅନେକ ସମୟରେ ଲୋକସଭା ଓ ରାଜ୍ୟ ସଭାରେ ପ୍ରତିବଦ୍ଧତାକୁ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇ ନାହାନ୍ତି ରାଜ୍ୟ ସରକାର । ସମ୍ବଲପୁର ଓକିଲ ମାନଙ୍କ ଲାଇସେନ୍ସ ରଦ୍ଧ ହୋଇଥବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

suresh pujari

ସମ୍ବଲପୁର ରେ ଯେଉଁ ପରିସ୍ଥିତି ଉପୁଜିଲା ତାହାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଓକିଲମାନଙ୍କ ଗିରଫ ଦାରୀକୁ ବନ୍ଦ କରଯାଉ । ଏଥିପାଇଁ ଆମେ ସମସ୍ତ ପଶ୍ଚିମ ଓଡିଶା ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ମେମୋରେଣ୍ଡମ ଦେଇଛୁ ବୋଲି ସେ କହିଛନ୍ତି । ସରକାର ଏଥିପାଇଁ କଣ ପଦକ୍ଷେପ ନେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ରେ ନିଜେ ବ୍ୟକ୍ତିଗତ ସ୍ତରରେ ମୁଣ୍ଡ ପୁରାନ୍ତୁ ବୋଲି କହିଛନ୍ତି ।

ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଚେଷ୍ଟା କରନ୍ତୁ । ମ୍ବାଧନିକ ପରମ୍ପରରେ ଯେଉଁ ଯେଉଁ ଜାଗାରେ କଥା ହେବା କଥା କଥା ହୁଅନ୍ତୁ। । ରାଜ୍ୟ ସରକାର ଏହି ପରିସ୍ଥିତି ପାଇଁ ଦାୟୀ ବୋଲି କହିଛନ୍ତି । ସୁରେଶ ପୂଜାରୀ ବସନ୍ତ ପଣ୍ଡା, ନିତେଶ ଗଙ୍ଗଦେଵ, ସଙ୍ଗୀତା ସିଂହ ଦେଓ ପ୍ରମୁଖ ଏହି ପ୍ରେସମିଟ କରିଥିବା ବେଳେ ଜୁଏଲ ଓରାମ ବିଳମ୍ବରେ ଆସି ପହଞ୍ଚିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+