ଅଯୋଧ୍ୟା ଜମି ବିବାଦ : ନିଜ ଚାନ୍ଦା ଫେରାଇ ନେଇପାରନ୍ତି ସଞ୍ଜୟ ସିଂହ ଏବଂ ଅଖିଳେଶ - ସାକ୍ଷୀ ମହାରାଜ
ସାକ୍ଷୀ ଆହୁରି କହିଛନ୍ତି, "ଏଭଳି ବ୍ୟକ୍ତିଙ୍କ ଉପରେ ଦୋଷ ଦେବା ଠିକ୍ ନୁହେଁ । ତଥାପି, ଯଦି ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂହ ରାମ ମନ୍ଦିର ପାଇଁ କିଛି ଦାନ କରିଛନ୍ତି, ତେବେ ସେ ରସିଦ ଦେଖାଇ ନିଜର ଦାନ ଫେରସ୍ତ କରିପାରିବେ ।
ଉନ୍ନାଓ : ଯେଉଁମାନେ ରାମ ମନ୍ଦିର ନିର୍ମାଣରେ ଦୁର୍ନୀତି ଅଭିଯୋଗ କରୁଛନ୍ତି, ସେମାନେ ରସିଦ ଦେଖାଇ ସେମାନଙ୍କ ଦାନ ପ୍ରତ୍ୟାହାର କରିନିଅନ୍ତୁ । ଭାରତୀୟ ଜନତା ପାର୍ଟି ସାଂସଦ ସାକ୍ଷୀ ମହାରାଜ କହିଛନ୍ତି ଯେ 'ବର୍ତ୍ତମାନ ଯେଉଁ ନେତାମାନେ ଅଭିଯୋଗ କରୁଛନ୍ତି ସେମାନେ ଅତୀତରେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିଲେ । ଚମ୍ପତ ରାୟଙ୍କ ବିଷୟରେ କହିବାକୁ ଗଲେ ସେ ନିଜ ଜୀବନକୁ ପ୍ରଭୁ ରାମଙ୍କୁ ଉତ୍ସର୍ଗ କରିଛନ୍ତି ।'

ସାକ୍ଷୀ ମହାରାଜ ଆହୁରି କହିଛନ୍ତି ଯେ, 'ସେମାନେ କହିଥିଲେ ଯେ ବାବ୍ରି ମସଜିଦ ନିକଟରେ ଏକ ପକ୍ଷୀକୁ ମଧ୍ୟ ଯିବାକୁ ଦେବେ ନାହିଁ । ସେମାନଙ୍କର ଅହଂକାରକୁ ଉପଯୁକ୍ତ ଉତ୍ତର ଦିଆଯାଇଛି ଏବଂ ରାମ ଜନ୍ମଭୂମି ସ୍ଥାନରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଉଛି । ଏପରି ଲୋକଙ୍କ ଭିତ୍ତିହୀନ ଅଭିଯୋଗ କରିବା ଛଡା ଆଉ କିଛି ନାହିଁ ।'
ସେ କହିଛନ୍ତି ଯେ ଚମ୍ପତ ରାୟ ତାଙ୍କର ସମସ୍ତ ଜୀବନକୁ ଭଗବାନ ରାମଙ୍କୁ ଉତ୍ସର୍ଗ କରିଛନ୍ତି । ସାକ୍ଷୀ ଆହୁରି କହିଛନ୍ତି, "ଏଭଳି ବ୍ୟକ୍ତିଙ୍କ ଉପରେ ଦୋଷ ଦେବା ଠିକ୍ ନୁହେଁ । ତଥାପି, ଯଦି ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂହ ରାମ ମନ୍ଦିର ପାଇଁ କିଛି ଦାନ କରିଛନ୍ତି, ତେବେ ସେ ରସିଦ ଦେଖାଇ ନିଜର ଦାନ ଫେରସ୍ତ କରିପାରିବେ । ଅଖିଳେଶ ଯାଦବ ଯଦି ଦାନ କରିଛନ୍ତି, ତେବେ ସେ ତାଙ୍କର ଦାନ ମଧ୍ୟ ପ୍ରତ୍ୟାହାର କରିପାରିବେ । ଏହି ବ୍ୟକ୍ତି ମାନେ ରାମ ମନ୍ଦିରକୁ ଦୃଢ ବିରୋଧ କରିଥିଲେ ।"
ସୂଚନାଯୋଗ୍ୟ, ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଏବଂ ସମାଜବାଦୀ ପାର୍ଟି ରାମ ଜନ୍ମଭୂମି ଟ୍ରଷ୍ଟ ଉପରେ ରାମ ମନ୍ଦିର ନାମରେ ଘୋଟାଲା କରୁଥିବା ଅଭିଯୋଗ କରିଛନ୍ତି ।












Click it and Unblock the Notifications