ପୁଅର ଟିକେଟ୍ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ
ଲକ୍ଷ୍ନୌ କ୍ୟାଣ୍ଟରୁ ପୁଅ ମାୟଙ୍କ ଯୋଶୀଙ୍କୁ ଟିକେଟ ପାଇଁ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଏକ ଚିଠି ଲେଖି ନିଜର ମତ ଦେଇଛନ୍ତି ।
ଲକ୍ଷ୍ନୌ : ଲକ୍ଷ୍ନୌ କ୍ୟାଣ୍ଟରୁ ପୁଅ ମୟଙ୍କ ଯୋଶୀଙ୍କୁ ଟିକେଟ ପାଇଁ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଏକ ଚିଠି ଲେଖି ନିଜର ମତ ଦେଇଛନ୍ତି । ରୀତା ବହୁଗୁଣା କହିଛନ୍ତି ଯେ ଯଦି ବର୍ତ୍ତମାନର ସାଂସଦଙ୍କ ପୁଅକୁ ଟିକେଟ୍ ଦେବାରେ କିଛି ଅସୁବିଧା ଥାଏ, ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ।

ରୀତା ବହୁଗୁଣା ଯୋଶୀ ଜଣେ ବିଜେପି ସାଂସଦ । ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ରୀତା କହିଛନ୍ତି ଯେ ତାଙ୍କ ପୁଅ ମୟଙ୍କ ଯୋଶୀ 2009 ମସିହାରୁ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ଲୋକଙ୍କ ପାଇଁ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ପୁଅ ମୟାଙ୍କ କୁ ଟିକେଟ୍ ମିଳିବା ଉଚିତ୍ । ସେ କହିଛନ୍ତି ଯେ ଲକ୍ଷ୍ନୌ କ୍ୟାଣ୍ଟରୁ ମୟଙ୍କ ଯୋଶୀ ଟିକେଟ୍ ପାଇଁ ଆବେଦନ କରିଛନ୍ତି, କିନ୍ତୁ ଯଦି ପରିବାର ପ୍ରତି ପରିବାରରୁ କେବଳ ଜଣଙ୍କୁ ଟିକେଟ୍ ଦେବାକୁ ଦଳ ନିଷ୍ପତ୍ତି ନେଇଛନ୍ତି, ତେବେ ମୟଙ୍କ ଟିକେଟ୍ ପାଇଁ ମୁଁ ବର୍ତ୍ତମାନର ଲୋକସଭା ଆସନରୁ ଇସ୍ତଫା ଦେବି ।
ରୀତା ଯୋଶୀ ଆହୁରି କହିଛନ୍ତି, ମୁଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛି । ମୁଁ ସବୁବେଳେ ବିଜେପି ପାଇଁ କାମ କରିବି । ପାର୍ଟି ମୋ ଅଫରକୁ ଗ୍ରହଣ କରିପାରେ କିମ୍ବା ନ କରିପାରେ । ମୁଁ ବହୁ ବର୍ଷ ପୂର୍ବେ ଘୋଷଣା କରିଥିଲି ଯେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ ।
ଆପଣଙ୍କୁ କହି ରଖୁଛୁ ଲକ୍ଷ୍ନୌ କ୍ୟାଣ୍ଟ ଆସନ ପାଇଁ ବିଜେପିରେ ଅନେକ ପ୍ରତିଯୋଗୀ ଅଛନ୍ତି । ରୀତା ଯୋଶୀଙ୍କ ବ୍ୟତୀତ ନିଜ ପୁଅ ପାଇଁ ଟିକେଟ୍ ମାଗିବା ଦୌଡ଼ରେ ବିଜେପି ସାଂସଦ ଜଗଦମ୍ବିକା ପାଲ, କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାମ ରହିଛି । ସମସ୍ତେ ବିଧାନସଭା ନିର୍ବାଚନରେ ପୁଅମାନଙ୍କ ପାଇଁ ଟିକେଟ୍ ଦାବି କରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications