ଅସୁସ୍ଥ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଢଙ୍ଗୀ
ଅସୁସ୍ଥ ହୋଇପଡ଼ିଛନ୍ତି ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଫକୀର ମୋହନ ମେଡିକାଲ କଲେଜରେ ଥିବା ଆଇସିୟୁରେ ପ୍ରତାପ ଷଡ଼ଙ୍ଗୀ ଚିକିତ୍ସାଧୀନ ଅଛନ୍ତି ।
ଭୁବନେଶ୍ୱର: ଅସୁସ୍ଥ ହୋଇପଡ଼ିଛନ୍ତି ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଫକୀର ମୋହନ ମେଡିକାଲ କଲେଜରେ ଥିବା ଆଇସିୟୁରେ ପ୍ରତାପ ଷଡ଼ଙ୍ଗୀ ଚିକିତ୍ସାଧୀନ ଅଛନ୍ତି । ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ତିନି ଦିନ ଧରି ପ୍ରତାପ ଥଣ୍ଡା, ଜ୍ୱର ସହ ଅସୁସ୍ଥ ଅନୁଭବ କରୁଥିଲେ । ପରେ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଛି ।
ବାଲେଶ୍ୱର ସିଡିଏମଓ ଡାକ୍ତର ଦୁଲାଲ ସେନ ଜଗଦେବ କହିଛନ୍ତି, ତିନି ଦିନ ତଳେ ସାଂସଦ ଷଡ଼ଙ୍ଗୀ କାଶ ଓ ଥଣ୍ଡାରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାକୁ ଆସିଥିଲେ । ତେବେ ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ଯାଞ୍ଚ ପରେ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡ଼ିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତିନି ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।












Click it and Unblock the Notifications