ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କରକରେଙ୍କ ଦେଶଭକ୍ତି ଉପରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବୟାନ
ମତେ ଅଷ୍ଟମ ଶ୍ରେଣୀରେ ଶିକ୍ଷା ଦେଇଥିବା ଆଚାର୍ଯ୍ୟ ଜୀଙ୍କର ଆଙ୍ଗୁଠି କରକରେ ଭାଙ୍ଗିଦେଇଥିଲେ । ସେଠାକାର ଲୋକମାନେ ତାଙ୍କୁ ଦେଶପ୍ରେମୀ ବୋଲି କହିବାରେ କୁଣ୍ଠା ବୋଧ କରିନ୍ତି ନାହିଁ, କିନ୍ତୁ ଯିଏ ପ୍ରକୃତ ଦେଶପ୍ରେମୀ ସେ ତାଙ୍କୁ କେବେବି ଦେଶପ୍ରେମୀ ବୋଲି କହିବେନି
ଭୋପାଳ : ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିବୃତ୍ତି ମାଧ୍ୟମରେ ସେ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କରକରେଙ୍କ ଦେଶଭକ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ତାଙ୍କୁ ଦେଶପ୍ରେମୀ ବୋଲି ମାନିବାକୁ ମନା କରିଦେଇଛନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିକଟ ସିହୋରରେ ଜରୁରୀକାଳୀନ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ଏହା କହିଛନ୍ତି ।

ଜରୁରୀକାଳୀନ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ "1975 ରେ ଏକ ଜରୁରୀକାଳୀନ ଘୋଷଣା ହୋଇଥିଲା ଏବଂ 2008 ରେ ଆଉ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁ ଦିନ ସାଧ୍ୱୀ ପ୍ରଜ୍ଞା ଠାକୁର ମାଲେଗାଓଁ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିଲେ ।" ସେ କହିଛନ୍ତି ଯେ ମୁଁ ମଧ୍ୟ ସେହି ପରିସ୍ଥିତିକୁ ଅନୁଭବ କରିଛି, ଦେଖିଛି ଏବଂ ଶୁଣିଛି ।
ଏହା ସହିତ, ହେମନ୍ତ କରକରେଙ୍କୁ ନେଇ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ମତେ ଅଷ୍ଟମ ଶ୍ରେଣୀରେ ଶିକ୍ଷା ଦେଇଥିବା ଆଚାର୍ଯ୍ୟ ଜୀଙ୍କର ଆଙ୍ଗୁଠି କରକରେ ଭାଙ୍ଗିଦେଇଥିଲେ । ସେଠାକାର ଲୋକମାନେ ତାଙ୍କୁ ଦେଶପ୍ରେମୀ ବୋଲି କହିବାରେ କୁଣ୍ଠା ବୋଧ କରିନ୍ତି ନାହିଁ, କିନ୍ତୁ ଯିଏ ପ୍ରକୃତରେ ଦେଶପ୍ରେମୀ, ସେ ତାଙ୍କୁ କେବେବି ଦେଶପ୍ରେମୀ ବୋଲି କହିବେ ନାହିଁ ।
#WATCH | BJP MP Pragya Thakur says, "An Emergency was imposed in 1975 & an Emergency-like situation had formed in 2008 when Sadhvi Pragya Singh Thakur was jailed in Malegaon blast case...People call Hemant Karkare a patriot, but those who are real patriots don't call him one..." pic.twitter.com/UgplzFd1d7
— ANI (@ANI) June 25, 2021
ଆପଣଙ୍କୁ କହି ରଖୁଛୁ, ବିଜେପି ସାଂସଦ ପ୍ରଜ୍ଞା କରକରେଙ୍କ ଉପରେ ବିବାଦୀୟ ବୟାନ ଦେବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ଲୋକସଭା ନିର୍ବାଚନ -2019 ସମୟରେ ମଧ୍ୟ ପ୍ରଜ୍ଞା ତାଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇଥିଲେ ।
ସୂଚନାଯୋଗ୍ୟ, ମୁମ୍ବାଇରେ ହୋଇଥିବା 26/11 ଆତଙ୍କବାଦୀ ଆକ୍ରମଣରେ ହେମନ୍ତ କରକରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ଏଥି ସହିତ ମାଲେଗାଓଁ ବିସ୍ଫୋରଣର ତଦନ୍ତ ମଧ୍ୟ ତାଙ୍କ ହାତରେ ଥିଲା ।












Click it and Unblock the Notifications