ପୁଣି ଟ୍ୱିଟ୍ କରି ଟାର୍ଗେଟ୍ କଲେ ଅପରାଜିତା... ପଚାରିଲେ, ମୁଖ୍ୟମନ୍ତ୍ରୀଙ୍କର କ'ଣ ହୋଇଛି ?
ଭୁବନେଶ୍ୱର : 6-ଟି ସଚିବଙ୍କ ସାରା ରାଜ୍ୟ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିବା ପରେ ଏବେ ଟ୍ୱିଟ୍ କରି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାସଂଦ ଅପରାଜିତା ଷଢଙ୍ଗୀ । ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କ ପ୍ରଶ୍ନ ଉପରେ ଜବାବ ରଖିଥିବା ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ବାଇଟ୍ କୁ ନେଇ ପୁଣି ପ୍ରଶ୍ନ କରିଛନ୍ତି ଅପରାଜିତା ।

ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଥିବା ନେଇ ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିବା ପରେ ଏହାକୁ ନେଇ ଟ୍ୱିଟ କରି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇପାରୁ ନଥିବା ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ଗୁରୁତର ପ୍ରସଙ୍ଗ ବୋଲି ବୋଲି ଲେଖିଛନ୍ତି । ଏ ଅକ୍ଷମତା କାହିଁକି ? ସେ କାହିଁକି ରାଜ୍ୟ ସାରା ଗସ୍ତ କରିପାରୁ ନାହାଁନ୍ତି ? ଏ ସମ୍ପର୍କରେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ଅପରାଜିତା ଟ୍ୱିଟ୍ କରି କହିଛନ୍ତି ।
Saw the response of Sri Prafulla Samal ji, senior @bjd_odisha leader & ex- Minister, yesterday about Hon'ble CM's inability to move around in the State.
We are concerned.Serious matter.
Why this inability?
What has happened?People of Odisha would like to know the reason. pic.twitter.com/k4u10UCnXq
— Aparajita Sarangi, Member of Parliament (@AprajitaSarangi) June 19, 2023
ଏହାପୂର୍ବରୁ କାହା ନାଁ ନ ନେଇ 5-ଟି ସଚିବଙ୍କ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଟାର୍ଗେଟ୍ କରିଥିଲେ ଅପରାଜିତା । ଏପରିକି ଓଡ଼ିଶାର ଶାସନ ବ୍ୟବସ୍ଥା ହାଇଜାକ୍ ହୋଇଥିବା କଥା ଅପରାଜିତା କହିଥିଲେ । ପାଣ୍ଡିଆନଙ୍କ ନାଁ ନ ନେଇ ଏମିତି ସାଂଘାତିକ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଏପରିକି ନିର୍ବାଚିତ ଲୋକ ପ୍ରତିନିଧି ଦେଖିବାକୁ ମିଳୁନାହାଁନ୍ତି । ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରି ସଚିବସ୍ତରର ଲୋକ ଶାସନ ହାଇଜାକ୍ କରୁଥିବା ଅଭିଯୋଗ କରିଥିଲେ ଅପରାଜିତା ।












Click it and Unblock the Notifications