Get Updates
Get notified of breaking news, exclusive insights, and must-see stories!

ଲୋକସଭାରେ ରାଜ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଲୋକସଭାରେ ରାଜ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଉଚ୍ଚମାନର ଖଣିଜକୁ ନିମ୍ନ ମାନର ଦର୍ଶାଇ କୋଟି କୋଟି ହଡ଼ପ ହୋଇଥିବା କହିଲେ ଅପରାଜିତା ।

ନୂଆଦିଲ୍ଲୀ: ଲୋକସଭାରେ ରାଜ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଉଚ୍ଚମାନର ଖଣିଜକୁ ନିମ୍ନ ମାନର ଦର୍ଶାଇ କୋଟି କୋଟି ହଡ଼ପ ହୋଇଥିବା କହିଲେ ଅପରାଜିତା । ଓଡ଼ିଶାର ଅନେକ ଖଣି ୨୦୨୦-୨୧ରେ ରାଜ୍ୟ ସରକାର ନିଲାମ କରିଥିଲେ ।

aparajita sarangi

ସେ ଆହୁରି କହିଥିଲେ ଯେ, ନୂଆ ନିଲାମଧାରୀ ଅନେକ ଖଣିଜକୁ ହଠାତ୍ ନିମ୍ନମାନର ଦର୍ଶାଇଥିଲେ । ୨୦୧୯-୨୦୨୦ରେ ଲୋଗ୍ରେଡ୍ ଥିଲା ୦.୯%, ବର୍ଷକରେ ତାହା ୨୭.୩% ହୋଇଗଲା। ୨୦୨୨ ଏପ୍ରିଲରେ ୪୨.୩% ଏବଂ ମେରେ ୫୮.୯%କୁ ବୃଦ୍ଧି ପାଇଲା। ଲୋଗ୍ରେଡ୍ ଦର୍ଶାଇବା ଦ୍ୱାରା ରାଜକୋଷକୁ କ୍ଷତି ହେଲା, DMF ବି କମିଲା।ଏନେଇ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ମାଇନ୍ସ ତଦନ୍ତ କରିବାକୁ କହିଥିଲେ । କିନ୍ତୁ ରାଜ୍ୟ ସରକାର ତଦନ୍ତ କଲେନି କି ରିପୋର୍ଟ ଦେଲେନି ବୋଲି ଅପରାଜିତା କହିଛନ୍ତି । ତୁରନ୍ତ ରାଜ୍ୟ ସରକାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ସେହିପରି ଗତକାଲି ସଂସଦରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ
ସିବିଆଇ ତଦନ୍ତ ଦାବି କରିଥିଲେ ସାଂସଦ ସୁରେଶ ପୂଜାରୀ । ଏହି ମାମଲା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ତଦନ୍ତ ହେଉ ବୋଲି ସେ କହିଥିଲେ । ଉପଯୁକ୍ତ ତଦନ୍ତ ହେଲେ ସତ ବାହାରକୁ ଆସିବ ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+