ପଶ୍ଚିମବଙ୍ଗରେ ବିଜେପିକୁ ଆଉ ଏକ ଝଟକା, ଟିଏମସିରେ ଯୋଗ ଦେଲେ ବିଧାୟକ କୃଷ୍ଣ କଲ୍ୟାଣୀ
ଚଳିତ ମାସ ଆରମ୍ଭରେ ଦଳରୁ ଇସ୍ତଫା ଦେଇଥିବା ପଶ୍ଚିମବଙ୍ଗ ବିଜେପି ବିଧାୟକ କୃଷ୍ଣ କଲ୍ୟାଣୀ କୋଲକାତାରେ ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗରେ ବିଜେପିକୁ ଆଉ ଏକ ଝଟକା । ଚଳିତ ମାସ ଆରମ୍ଭରେ ଦଳରୁ ଇସ୍ତଫା ଦେଇଥିବା ପଶ୍ଚିମବଙ୍ଗ ବିଜେପି ବିଧାୟକ କୃଷ୍ଣ କଲ୍ୟାଣୀ କୋଲକାତାରେ ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।

ରାୟଗଞ୍ଜରୁ ବିଜେପି ବିଧାୟକ କୃଷ୍ଣ କଲ୍ୟାଣୀ ଅକ୍ଟୋବର 1 ରେ ହଠାତ୍ ବିଜେପିରୁ ଇସ୍ତଫା ଦେଇଥିଲେ । ଏହି ଇସ୍ତଫା ଦେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ବିଧାୟକ କୃଷ୍ଣ କଲ୍ୟାଣୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ବିଜେପି ସାଂସଦ ଦେବଶ୍ରୀ ଚୌଧୁରୀଙ୍କ ବିରୋଧରେ ବୟାନ ରଖିଥିବା ନେଇ ବିଧାୟକଙ୍କୁ ଏହି କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା । ଏହାର ଗୋଟିଏ ଦିନ ପରେ କୃଷ୍ଣ କଲ୍ୟାଣୀ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାବେଳେ କଲ୍ୟାଣୀ କହିଥିଲେ ଯେ ମୁଁ ଏକ ଦଳରେ ରହିପାରିବି ନାହିଁ ଯେଉଁଥିରେ ଦେବଶ୍ରୀ ଚୌଧୁରୀ ସାଂସଦ ଅଟନ୍ତି ।
West Bengal: BJP MLA Krishna Kalyani, who resigned from the party earlier this month, joins Trinamool Congress in presence of State Minister Partha Chatterjee in Kolkata pic.twitter.com/smPsX7gMs4
— ANI (@ANI) October 27, 2021












Click it and Unblock the Notifications