Get Updates
Get notified of breaking news, exclusive insights, and must-see stories!

'2024 ଲୋକସଭା ନିର୍ବାଚନରେ ବହୁମତ ହରାଇବ ବିଜେପି', ଦାବି କଲେ କଂଗ୍ରେସ ସାଂସଦ

2024 ନିର୍ବାଚନରେ ବିଜେପି 2019 ଭଳି ବହୁମତ ହାସଲ କରିବାରେ ସଫଳ ହେବ ନାହିଁ ବୋଲି ଦାବି ହୋଇଛି । କଂଗ୍ରେସ ସାଂସଦ ଶଶି ଥରୁର 2024 ଲୋକସଭା ନିର୍ବାଚନକୁ ନେଇ ଏପରି ଦାବି କରିଛନ୍ତି ।

ନୂଆଦିଲ୍ଲୀ : 2024 ଲୋକସଭା ନିର୍ବାଚନକୁ ଆହୁରି ଏକ ବର୍ଷ ବାକି ଅଛି । କିନ୍ତୁ ଦେଶର ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଦାବି କରିଆସୁଥିବା ବେଳେ ବିରୋଧୀ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା କରି ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ ଚେଷ୍ଟା କରୁଛି । କିନ୍ତୁ 2024 ନିର୍ବାଚନରେ ବିଜେପି 2019 ଭଳି ବହୁମତ ହାସଲ କରିବାରେ ସଫଳ ହେବ ନାହିଁ ବୋଲି ଦାବି ହୋଇଛି । କଂଗ୍ରେସ ସାଂସଦ ଶଶି ଥରୁର 2024 ଲୋକସଭା ନିର୍ବାଚନକୁ ନେଇ ଏପରି ଦାବି କରିଛନ୍ତି । ଆସନ୍ତା ଲୋକସବା ନିର୍ବାଚନରେ ଦଳ 50 ଆସନ ହରାଇବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

Shashi Tharoor

ସାଂସଦ ଥରୁର ଶୁକ୍ରବାର କେରଳ ସାହିତ୍ୟ ମହୋତ୍ସବରେ ସମ୍ବୋଧିତ କରି ଏପରି କହିଛନ୍ତି । ସେ ଦେଶରେ ଭାରତୀୟ ଜନତା ପାର୍ଟିକୁ ନେଇ କହିଛନ୍ତି ଦଳ ଅନେକ ରାଜ୍ୟ ହରାଇଛି । ଏଭଳି ପରିସ୍ଥିତିରେ 2024 ରେ ଲୋକସଭା ନିର୍ବାଚନରେ ହାରିବା ସମ୍ଭବ ହୋଇପାରେ । ସେ କହିଛନ୍ତି ଯେ "ଯଦି ଆପଣ ଦେଖିବେ, 2019 ରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଥିଲା । ହରିୟାଣା, ଗୁଜୁରାଟ, ରାଜସ୍ଥାନରେ ସେମାନଙ୍କର ନିକଟରେ ଭଲ ଆସନ ଥିଲା । ଏହା ସହିତ ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ଦଳ ପ୍ରାୟ ସମସ୍ତ ଆସନ ଅକ୍ତିଆର କରିଥିଲା । ଦଳ ବଙ୍ଗଳାରେ 18 ଟି ଆସନ ଜିତିଥିଲା । କିନ୍ତୁ 2024 ରେ ଏହି ସମସ୍ତ ଆସନରେ ବିଜୟ ପୁନରାବୃତ୍ତି କରିବା କଷ୍ଟସାଧ୍ୟ ହେବ । ଏପରି ପରିସ୍ଥିତିରେ ଯଦି ଦଳ ସଂଖ୍ୟାଗରିଷ୍ଠତା ହରାଇବା କୌଣସି ବଡ଼ କଥା ନୁହଁ ।

କଂଗ୍ରେସ ସାଂସଦ କହିଛନ୍ତି ଯେ ନିର୍ବାଚନର ଶେଷ ପର୍ଯ୍ୟାୟରେ ପୁଲୱାମା ଆକ୍ରମଣ ଏବଂ ବାଲାକୋଟ ଆକ୍ରମଣ ଭଳି ଘଟଣା କାରଣରୁ ଦଳ ସପକ୍ଷରେ ଏକ ଲହର ଦେଖାଦେଇଥିଲା । କିନ୍ତୁ 2024 ରେ ଏହାକୁ ପୁନରାବୃତ୍ତି କରିବା ସମ୍ଭବ ନୁହେଁ । ଏହି ସବୁ ରାଜ୍ୟରେ 2024 ମସିହାରେ ବିଜେପି 50 ଟି ଆସନ ହରାଇପାରେ ବୋଲି କହିଛନ୍ତି ଥରୁର । ଏହାର ଫାଇଦା ନେଇ ବିରୋଧୀଦଳ ସମଗ୍ର ନିର୍ବାଚନରେ ଆଗକୁ ବଢି ପାରନ୍ତି ।

କଂଗ୍ରେସ ସାଂସଦ କହିଛନ୍ତି ଯେ ଯଦି ବିଜେପି 250 ଟି ଆସନ ଅକ୍ତିଆର କରେ ଏବଂ ବିରୋଧୀ ଦଳ 290 ଟି ଆସନ ଜିତିବେ, ତେବେ ବିଜେପି 20 କିମ୍ବା 10 ଟି ଆସନ ନିଜ ସପକ୍ଷରେ କରିପାରିବ । ଯଦିଓ ଏହା ବିଷୟରେ ଅଧିକ କିଛି କହିପାରିବି ନାହିଁ । ଆମେ ଆପଣଙ୍କୁ କହିରଖୁଛୁ ଯେ 2019 ଲୋକସଭା ନିର୍ବାଚନରେ ବିଜେପି 543 ଟି ଆସନ ମଧ୍ୟରୁ 303 ଟି ଆସନ ଜିତିଥିଲା । ଅପରପକ୍ଷରେ କଂଗ୍ରେସ ମାତ୍ର 52 ଟି ଆସନ ଜିତିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+