ଆଜି ସନ୍ଧ୍ୟାରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି
ଭାରତୀୟ ଜନତା ପାର୍ଟି ଆଜି ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ ।
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଆଜି ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ । ଜୁନ୍ 29 ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ 19 ପର୍ଯ୍ୟନ୍ତ କରାଯାଇପାରିବ ।

ଶନିବାର ଦିନ ହେବାକୁ ଥିବା ସଂସଦୀୟ ବୈଠକରେ ବିଜେପି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏହାର ସଂସଦୀୟ ବୋର୍ଡରେ ଦଳର ସଭାପତି ଜେ ପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ଶାସକ ଏନଡିଏ ମିଳିତ ମଞ୍ଚର ଅଗ୍ରଣୀ ଅଂଶୀଦାର ବିଜେପି ମଧ୍ୟ ଏହାର ସହଯୋଗୀଙ୍କ ନିକଟେରେ ପ୍ରାର୍ଥୀ ନାମ ନେଇ ଆଲୋଚନା କରିବ ।
ଚର୍ଚ୍ଚାରେ ରହିଛି ଏମାନଙ୍କ ନାମ
ରାଷ୍ଟ୍ରପତି ନିର୍ବାଚନରେ ଏକପାଖିଆ ବାତାବରଣ ସୃଷ୍ଟି କରିଥିବା ବିଜେପି ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ଜିତିବା ସହଜ ବୋଲି ବିବେଚନା କରାଯାଉଛି । ଯେଉଁ ପ୍ରାର୍ଥୀଙ୍କ ନାମ ବିଜେପି ଆଲୋଚନା କରୁଛି ସେମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ନାମ ଆଗରେ ରହିଛି । ନିକଟରେ ମୁଖତାର ଅବ୍ବାସ ନକଭି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେବା ପରେ ତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ନକଭି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ।
ନକଭିଙ୍କ ବ୍ୟତୀତ ଉପରାଷ୍ଟ୍ରପତି ପଦ ପାଇଁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି । ଏହା ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ନଜମା ହେପତୁଲ୍ଲାଙ୍କ ନାମ ଉପରେ ମଧ୍ୟ କଳ୍ପନାଜଳପନା କରାଯାଉଛି । ତେବେ ରାଷ୍ଟ୍ରପତି ପଦ ପାଇଁ ଜଣେ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ଉପରାଷ୍ଟ୍ରପତି ପଦ ପାଇଁ ଅନ୍ୟ ଜଣେ ମହିଳାଙ୍କ ନାମ ଉପରେ କୌଣସି ଆଶା ନାହିଁ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications