ବିହାରରେ ଝଟକା ପରେ 2024 ରେ 35 ଆସନ ଲକ୍ଷ୍ୟ, ବିଜୟ ମନ୍ତ୍ର ଦେଲେ ଅମିତ ଶାହା
ଯେଉଁଭଳି ଭାବରେ ନୀତୀଶ କୁମାର ବିଜେପିକୁ ଝଟକା ଦେଇଛନ୍ତି, ଏହା ପରେ ଭାରତୀୟ ଜନତା ପାର୍ଟି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି, ରାଜ୍ୟରେ ଦଳକୁ କିପରି ମଜବୁତ କରାଯିବ ଏବଂ 2024 ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିବେ ।
ନୂଆଦିଲ୍ଲୀ : ବିହାରରେ ଶାସନ ଗାଦି ପରିବର୍ତ୍ତନରେ ବିଜେପିକୁ ଝଟକା ଲାଗିବା ପରେ ରାଜ୍ୟରେ ନିଜର ନୂଆ ରଣନୀତି ପ୍ରସ୍ତୁତ କରିଛି । ଯେଉଁଭଳି ଭାବରେ ନୀତୀଶ କୁମାର ବିଜେପିକୁ ଝଟକା ଦେଇଛନ୍ତି, ଏହା ପରେ ଭାରତୀୟ ଜନତା ପାର୍ଟି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି, ରାଜ୍ୟରେ ଦଳକୁ କିପରି ମଜବୁତ କରାଯିବ ଏବଂ 2024 ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିବେ । ଏହି ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ବିହାର ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଭାରତୀୟ ଜନତା ପାର୍ଟି 2024 ଲୋକସଭା ନିର୍ବାଚନରେ ବିହାରରେ 35 ଟି ଆସନ ଜିତିବାର ଲକ୍ଷ୍ୟ ରଖିଛି । ମଙ୍ଗଳବାର ଦିନ ଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ବିହାର ବିଜେପି କୋର କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇଥିଲେ । ଏହା ବ୍ୟତୀତ ବିହାର ବିଜେପି ସଭାପତି ସଞ୍ଜୟ ଜୈସୱାଲ, ବି.ଏଲ୍ ସନ୍ତୋଷ, ରବି ଶଙ୍କର ପ୍ରସାଦ, ଶାହନାୱାଜ ହୁସେନ୍, ମଙ୍ଗଲ ପାଣ୍ଡେ, ଜନକ ରାମ, ନନ୍ଦ କିଶୋର ଯାଦବଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ ।
ବୈଠକ ପରେ ଜୈସ୍ୱାଲ କହିଛନ୍ତି ଯେ ବିହାରରେ ମହାଗଠବନ୍ଧନ ଲୋକଙ୍କୁ ଧୋକା ଦେବାର ଗଠବନ୍ଧନ । ବିଜେପି ଏହା ବିରୋଧରେ ଲଢିବ । 2024 ଲୋକସଭା ନିର୍ବାଚନରେ ଦଳ 35 ଟି ଆସନ ଜିତିବାର ଲକ୍ଷ୍ୟ ରଖିଛି । ବିହାର କୋର କମିଟିର ବୈଠକରେ ଏ ପ୍ରସଙ୍ଗଗୁଡିକ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ସମସ୍ତଙ୍କୁ ଜଣା ଯେ ବର୍ତ୍ତମାନର ମିଳିତ ମଞ୍ଚ ଲୋକଙ୍କ ପ୍ରତି ବିଶ୍ୱାସଘାତକତା, ଏହି ମିଳିତ ମଞ୍ଚ ମାଧ୍ୟମରେ ଲାଲୁ ରାଜ ପଛ ଦ୍ୱାର ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ।
ଆପଣଙ୍କୁ କହି ରଖୁଛୁ ବିହାରରେ ମୋଟ 40 ଟି ଲୋକସଭା ଆସନ ଅଛି, ସେଥିମଧ୍ୟରୁ ବିଜେପିର 17 ଟି ସିଟ୍ ଥିବାବେଳେ ଜେଡିୟୁର 16 ଟି ସିଟ୍ ରହିଛି । ଲୋକ ଜନଶକ୍ତି ପାର୍ଟି ନିକଟରେ 6 ଟି ଆସନ ଏବଂ କଂଗ୍ରେସ ମାତ୍ର ଗୋଟିଏ ଆସନରେ ରହିଛି । ଏହାପୂର୍ବରୁ ମଙ୍ଗଳବାର ଦିନ ବିହାରରେ ନୀତୀଶ କୁମାର ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇଥିଲା । ଏଥିରେ 31 ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ନୂଆ ତନ ମନ୍ତ୍ରୀମାନଙ୍କୁ ବିହାର ରାଜ ଭବନରେ ରାଜ୍ୟପାଳ ଫାଗୁ ଚୌହ୍ୱାନ ଶପଥ ଗ୍ରହଣ କରା୍ଇଥିଲେ । କ୍ୟାବିନେଟରେ ଆରଜେଡି 16 ଟି ମନ୍ତ୍ରୀ ପଦବୀ ପାଇଥିବାବେଳେ ଜେଡିୟୁ 11 ଟି ମନ୍ତ୍ରୀ ପଦ ପାଇଛନ୍ତି । ଦୁଇଟି ମନ୍ତ୍ରୀ ପଦ କଂଗ୍ରେସ ଶିବିରକୁ ଯାଇଛନ୍ତି ଏବଂ ଗୋଟିଏ ମନ୍ତ୍ରୀ ପଦ ଜିତାନ ରାମ ମଞ୍ଜୀଙ୍କ ପାର୍ଟି HAM କୁ ଯାଇଛି । ଏହା ସହିତ ଜଣେ ସ୍ୱାଧୀନ ବିଧାୟକ ସୁମିତ କୁମାର ସିଂଙ୍କୁ ମଧ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି ।












Click it and Unblock the Notifications