ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ବିଜେପି, ରାଜ୍ୟ ମୁହାଁ ହେଉଛନ୍ତି କେନ୍ଦ୍ର ନେତୃତ୍ୱ

ଭୁବନେଶ୍ୱର: ଆଉ ମାସ କେଇଟା ପରେ ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଅଣ୍ଟା ଭିଡ଼ିଲାଣି ବିଜେପି । କେନ୍ଦ୍ର ନେତୃତ୍ୱଙ୍କ ଟାର୍ଗେଟ୍ ରେ ରହିଛି ଓଡ଼ିଶା । ନିର୍ବାଚନ ପୂର୍ବରୁ ଓଡିଶା ମୁହାଁ ହେଉଛନ୍ତି କେନ୍ଦ୍ରୀୟ ନେତା । ଏହାକୁ ନେଇ ବିଜେପି ଶିବିର ସରଗରମ ଥିବାବେଳେ କର୍ମୀମାନେ ଉତ୍ସାହିତ ଅଛନ୍ତି ।

BJP

ଏହିକ୍ରମରେ ଓଡିଶା ଗସ୍ତରେ ଆସୁଛି ବିଜେପିର ବରିଷ୍ଠ ନେତା । ବିଭିନ୍ନ ସଂସଦୀୟ କ୍ଷେତ୍ରର ପରିଦର୍ଶନ ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ । ଶିବରାଜ ସିଂହ ଚୌହ୍ୱାନ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିବେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ ।

ସେହିପରି 15 ତାରିଖ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହାବାଦ 22 ତାରିଖରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମାସ ଶେଷରେ ଜେ. ପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

କିଛି ଦିନ ତଳେ ସମ୍ବଲପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ମୋଦୀ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ । ଏହା ପରେ ବର୍ତ୍ତମାନ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତରୁ ଏହା ସ୍ପଷ୍ଟ ହେଉଛି ଯେ, 2024 ବିଧାନସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ବଳ କଷିବା ଆରମ୍ଭ କରିଦେଇଛି । ଏପରିକି ରାଜ୍ୟରେ ସରକାର ଗଠନ ନେଇ ନେତାମାନେ ଦୃଢୋକ୍ତି ପ୍ରକାଶ କରିବା ଆରମ୍ଭ କଲେଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+