ମଦ୍ୟପାନ କରି ଗୁରୁଦ୍ୱାର ପରିଦର୍ଶନ କରିଥିବା ନେଇ ପଞ୍ଜାବର ସିଏମ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ
ଚଣ୍ଡିଗଡ଼ : ବିଜେପି ନେତା ତେଜିନ୍ଦର ପାଲ ସିଂହ ବଗ୍ଗା ଶନିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଭଗୱନ୍ତ ମାନ୍ ଗୁରୁଙ୍କ ମଦ୍ୟପାନ କରି ଗୁରୁଦ୍ୱାରକୁ ଯିବା ନେଇ ଏହି ଅଭିଯୋଗ କରାଯାଇଛି । ଅଭିଯୋଗ ଉପରେ ପଞ୍ଜାବର ଡିଜିପିଙ୍କ ନିକଟରେ ବଗ୍ଗା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ବଗ୍ଗା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, "ମଦ୍ୟପ ଅବସ୍ଥାରେ ଗୁରୁଦ୍ୱାର ଦାମଦାମା ସାହିବଙ୍କୁ ଭେଟିବା ପାଇଁ ପଞ୍ଜାବର ସିଏମ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସ ନିକଟରେ ଏକ ଅଭିଯୋଗ କରାଯାଇଛି । ମୁଁ ଡିଜିପି ପଞ୍ଜାବକୁ ମୋର ଅଭିଯୋଗ ଉପରେ କାର୍ଯ୍ୟ କରିବାକୁ ଅନୁରୋଧ କରୁଛି ।" ଏହା ସହିତ ବଗ୍ଗା ଅଭିଯୋଗର ସ୍କ୍ରିନ ସଟ ମଧ୍ୟ ସେୟାର କରିଛନ୍ତି ।
ପଞ୍ଜାବରେ ଗୁରୁଦ୍ୱାର ପରିଚାଳନା କରୁଥିବା ସଂସ୍ଥା ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ଶୁକ୍ରବାର ଦିନ ଅଭିଯୋଗ କରିଛି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଭଗୱନ୍ତ ସିଂହ ମାନ୍ ନିଶାସକ୍ତ ଅବସ୍ଥାରେ ବୈଶାଖୀ ଅବସରରେ ଦମଦାମା ସାହିବଙ୍କୁ ଭେଟିଛନ୍ତି ।












Click it and Unblock the Notifications