Get Updates
Get notified of breaking news, exclusive insights, and must-see stories!

CMO କାହାକୁ କହନ୍ତି ? ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି... ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିରୋଧୀ ଦଳର ବୟାନ

Assembly Monsoon session: ରାଜ୍ୟରେ 5 ଟି ସଚିବଙ୍କ ଗସ୍ତକୁ ନେଇ ଗତ କିଛି ଦିନ ହେବ ଲାଗି ରହିଥିବା ପ୍ରସଙ୍ଗରେ ବିଧାନସଭାରେ ସ୍ପଷ୍ଟୀକଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଟିମ୍ ରାଜ୍ୟରେ ବୁଲି ଲୋକଙ୍କ ଅଭିଯୋଗ ଆଣିବା ଏବଂ ଏହାକୁ ସମାଧାନ କରିବାରେ ଅଧୁବିଧା କଣ ବୋଲି କହି ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଏଭଳି କାମକୁ ବିରୋଧ କରିବା ଜନ ବିରୋଧୀ ବୋଲି ବିରୋଧୀ ଦଳଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Jayanarayan Mishra

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ମତ ରଖିଛନ୍ତି ବିରୋଧୀ ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସିଧାସଳଖ CMO କୁ ନେଇ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, CMO କାହାକୁ କହନ୍ତି ? ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କୌଣସି କ୍ଲାରିଟି ନାହିଁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି, ସେ ଉତ୍ତର ଦାୟୀ । ମନ୍ତ୍ରୀଙ୍କୁ ଦେଖା କରୁନାହାଁନ୍ତି ସେ ଲୋକଙ୍କୁ କଣ ଦେଖା କରିବେ ବୋଲି କହିଛନ୍ତି ।

ବିଧାନସଭାରେ ପ୍ରଥମ କରି ବିରୋଧୀଦଳ ନେତାଙ୍କ ଲାଇନ କାଟିଦିଆଗଲା । ମୁଁ କହୁଥିଲା ବେଳେ ମୋର ଲାଇନ କାଟି ଦିଆଗଲା ବୋଲି ଅଭିଯୋଗ କରିଛନ୍ତି ଜୟନାରାୟଣ ମିଶ୍ର ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ର କୁ ହତ୍ୟା କରାଯାଉଛି । ବିଧାନସଭାର ଆବଶ୍ୟକତା ନାହିଁ । ମୁଲତବୀକୁ ଗ୍ରହଣ କରାଯାଉନାହିଁ । ପ୍ରଶ୍ନର ଉତ୍ତର ମିଳୁନି । ମତେ କହିବାର ସୁଯୋଗ ଦିଆଗଲା ନାହିଁ ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଜିଲ୍ଲାରୁ ଜିଲ୍ଲା ସିଏମଓ ବୁଲି ଅଭିଯୋଗପତ୍ର ଗ୍ରହଣ କରିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ପ୍ରତାପ କହିଛନ୍ତି, ବିଜେପି ବିଧାୟକ ନିଜ ଲୋକଙ୍କୁ ପଚାରନ୍ତୁ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେମାନଙ୍କ ନିର୍ବାଚନମଣ୍ଡଳୀକୁ ଯିବା ପରେ ଅଞ୍ଚଳର ସମସ୍ୟା ସମାଧାନ ହୋଇଛି ନା ନାହିଁ । ପ୍ରାୟ ବିରୋଧୀ ଦଳ ଲୋକଙ୍କ ମତ ହେଉଛି ଯେ ବହୁତ ଦିନରୁ କାମ ପଡିଥିଲା, ଯାହା ହେଉ ହୋଇଗଲା । ଏବେ ବି ଯଦି ସେମାନେ ହୃଦୟଙ୍ଗମ କରୁ ନାହାଁନ୍ତି, ସେମାନେ ସ୍ପଷ୍ଟ ଭାବେ କହି ଦିଅନ୍ତୁ ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ କାମ ଦରକାର ନାହଁ ।

ଆମେ ଲୋକଙ୍କ ଉନ୍ନତି ଓ ଅଞ୍ଚଳର ପ୍ରଗତି ପାଇଁ ଆସିଛୁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯିବା 5 -ଟି ଅଧୀନରେ ଅଛି । ଯଦି ବିରୋଧୀ ଏହା ଚାହୁଁ ନାହାନ୍ତି, ସେମାନେ ଲିଖିତ ଭାବେ ଦିଅନ୍ତୁ ଯେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଦରକାର ନାହିଁ । ଅନେକ କାମ ଆମ ଚେଷ୍ଟାରେ ବି ହୁଏନି, ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ହସ୍ତକ୍ଷେପ କଲେ, ଏହି କାମ ହେବାର ଆଶା ବଢିଯାଏ ଓ ଲୋକଙ୍କ ମନରେ ବିଶ୍ୱାସ ସଞ୍ଚାର ହୁଏ । ସିଏମଓର ହସ୍ତକ୍ଷେପ ପରେ ଯେଉଁ କାମ ଦୀର୍ଘଦିନରୁ ହୋଇପାରୁନଥିଲା ତାହା ନିର୍ବାଚନ ମଣ୍ଡଳୀ ଗୁଡିକରେ ସମ୍ପୂର୍ଣ୍ଣ ହେଉଛି । ଏହା ଲୋକଙ୍କ ହିତର କାର୍ୟ୍ୟ, ତାକୁ ସମାଲୋଚନା କରିବାର ଯଥାର୍ଥ ନାହିଁ ବୋଲି ପ୍ରତାପ କହିଛନ୍ତି ।

ସୂଚନାଥାଉକି, ଆଜି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି । ସିଏମ୍‌ଓ ଜନଶୁଣାଣି, ହେଲିକପ୍ଟର ଖର୍ଚ୍ଚ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ଼ ପୂର୍ବରୁ ସିଏମ୍‌ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ଼ ଯୋଗୁ ପ୍ରାୟ 2 ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା । କିନ୍ତୁ କୋଭିଡ଼ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠ ଆସୁ ନ ଥିବା ଦେଖିଲୁ । ସେଥିପାଇଁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ମୁଁ ଚିନ୍ତାକଲି ।'

ମୁଖ୍ୟମନ୍ତ୍ରୀ ବିବୃତି ରଖି ଏହା ମଧ୍ୟ କହିଛନ୍ତି ଯେ,'ମୋ ନିର୍ଦ୍ଦେଶରେ ସିଏମ୍‌ଓର ଅଧିକାରୀମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଶୁଣିଲେ । ଗତ 6 ମାସ ମଧ୍ୟରେ 190 ଜାଗାରେ 57 ହଜାର 442 ଅଭିଯୋଗ ଅଣାଯାଇଛି । ଆସିଥିବା ଅଭିଯୋଗରୁ ଆଜି ସୁଦ୍ଧା 43,536 ଅଭିଯୋଗ ସମାଧାନ ହୋଇଛି । ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛ ଓ ବୈଷୟିକ ଜ୍ଞାନକୌଶଳ ପରିଚାଳିତ । 2/3 ମାସ ମଧ୍ୟରେ ଦୀର୍ଘଦିନରୁ ପଡ଼ିଥିବା ସମସ୍ୟା ସମାଧାନ ହୋଇଯିବ ।'

ହେଲିକପ୍ଟର ବ୍ୟବହାର ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି । କହିଛନ୍ତି, '10 ଟାରୁ 3ଟା ଭିତରେ ଦିନକରେ 3-5 ମିଟିଂ କରିବା ଅସମ୍ଭବ । ଯଦି ସଡ଼କ ପଥରେ ଯାଇ ଏସବୁ କରାଯାଇଥାନ୍ତା, ତେବେ ଦେଢ଼ ବର୍ଷ ଲାଗିଥାନ୍ତା । ବିଗତ ସାଢ଼େ 3 ବର୍ଷରେ ହେଲିକପ୍ଟର ବାବଦରେ 40 କୋଟି ବ୍ୟୟ କରିଛୁ । ହିସାବ କଲେ ହେଲିକପ୍ଟର ବାବଦରେ ମାସକୁ 1ରୁ ଦେଢ଼ କୋଟି ଖର୍ଚ୍ଚ ହୋଇଛି । ଗତ 6 ମାସ ମଧ୍ୟରେ ବି ସେହି ସମାନ ମାସିକ 1-1.5 କୋଟି ଖର୍ଚ୍ଚ ହୋଇଛି । ହେଲିକପ୍ଟରରେ ଅତ୍ୟଧିକ ଖର୍ଚ୍ଚ ହେବା କୁହାଯିବା ମିଥ୍ୟା ଓ କପୋଳକଳ୍ପିତ ।'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+