Get Updates
Get notified of breaking news, exclusive insights, and must-see stories!

ଧର୍ମେନ୍ଦ୍ର ସମ୍ଭାଳିବେ ବିଜେପି କମାଣ ! ଦଳର ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ପ୍ରଧାନ

ଯଦି ଦଳର ବିଗ୍ ଟୁ ନଡ୍ଡାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନକରିବାକୁ ନିଷ୍ପତ୍ତି ନିଅନ୍ତି ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗ ଦିଆଯାଇପାରେ । ନଡ୍ଡାଙ୍କ ସମ୍ପ୍ରସାରଣ ଉପରେ ଦୁଇଟି ବିକଳ୍ପ ରହିଛି ।

ନୂଆଦିଲ୍ଲୀ : ଅକ୍ଟୋବର ମଧ୍ୟଭାଗରେ କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ଚୟନ କରିବାକୁ ନିଷ୍ପତ୍ତି ନେଉଥିବା ବେଳେ ଶାସକ ଦଳ ମଧ୍ୟରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉତ୍ତରାଧିକାରୀଙ୍କ ଉପରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ତାଙ୍କର ପ୍ରଥମ ତିନି ବର୍ଷର କାର୍ଯ୍ୟକାଳ ଆସନ୍ତା ଜାନୁଆରୀରେ ଶେଷ ହେବ ।

କଳ୍ପନା ଜଳ୍ପନାର କାରଣ ହେଉଛି ଯଦି ଦଳର ବିଗ୍ ଟୁ ନଡ୍ଡାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନକରିବାକୁ ନିଷ୍ପତ୍ତି ନିଅନ୍ତି ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗ ଦିଆଯାଇପାରେ । ନଡ୍ଡାଙ୍କ ସମ୍ପ୍ରସାରଣ ଉପରେ ଦୁଇଟି ବିକଳ୍ପ ରହିଛି । ଦଳ ହୁଏତ ଆଗାମୀ ସାଧାଣ ନିର୍ବାଚନ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ କାର୍ଯ୍ୟକାଳ ସମ୍ପ୍ରସାରଣ କରିପାରେ କିମ୍ବା ଆଉ ଏକ ପାଳି ପାଇଁ ତିନି ବର୍ଷ ଦଳର ମଙ୍ଗ ତାଙ୍କ ହାତରେ ଦେଇପାରେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ରମାଗତ ଭାବେ ସର୍ବାଧିକ ଦୁଇ ଥର କାର୍ଯ୍ୟକାଳରେ ରହିପାରିବେ ।

dharmendra Pradhan

ଜଣେ ବରିଷ୍ଠ ନେତା କହିଛନ୍ତି: "ଯଦି ନଡ୍ଡାଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି ନହୁଏ, ତେବେ ପ୍ରଧାନ ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି । ଚର୍ଚ୍ଚାରେ ଆଉ ଏକ ନାମ ହିଛି ଭୁପେନ୍ଦ୍ର ଯାଦବ ।" ତେବେ ପାର୍ଟିରେ ଭଲ ସେବା କରିଥିବାରୁ ନଡ୍ଡାଙ୍କୁ ଏକ ବର୍ଷ ବୃଦ୍ଧି ହେବାର ସମ୍ଭାବନା ଅଧିକ ବୋଲି ଅନ୍ୟ ଏକ ସୂତ୍ରରୁ ପ୍ରକାଶ । " ନଡ୍ଡାଙ୍କ ନେୃତ୍ୱରେ ଅନେକ ରାଜ୍ୟରେ ବିଜେପିର ପ୍ରଦର୍ଶନ ଉନ୍ନତ ହୋଇଛି । କିନ୍ତୁ ସେ ହୁଏତ ଦ୍ୱିତୀୟ ପୂର୍ଣ୍ଣ କାର୍ଯ୍ୟକାଳ ନ ପାଇପାରନ୍ତି ବୋଲି ମଧ୍ୟ ଅନ୍ୟ ଏକ ସୂତ୍ରରୁ ପ୍ରକାଶ ପାଇଛି ।

ପ୍ରଧାନ ସାଂଗଠନିକ ପ୍ରସଙ୍ଗରେ ତାଙ୍କର ଗଭୀର ଅଭିଜ୍ଞତାକୁ ଟେବୁଲକୁ ଆଣିଛନ୍ତି ଏବଂ ତାଙ୍କର ଉତ୍ତମ ବୁଝାମଣା ଦକ୍ଷତା ଅଛି । ସେ ଛାତ୍ର ଜୀବନ କାଳରେ ABVP ସହିତ କାମ କରୁଥିବାବେଳେ ସାଂଗଠନିକ କାର୍ଯ୍ୟରେ ସାମିଲ ଥିଲେ । ସେ ଜଣେ ତୀକ୍ଷ୍ଣ ଏବଂ ଚତୁର ଏବଂ ଦଳ ସହ ମେଣ୍ଟ କରିବାର କ୍ଷମତା ରଖିଛନ୍ତି ବୋଲି ଜଣେ ବିଜେପି ନେତା କହିଛନ୍ତି ।

ଅରୁଣ ଜେଟଲୀ ଢାଞ୍ଚାରେ ପ୍ରଧାନ ମଧ୍ୟ ଜଣେ ଟ୍ରବଲସୁଟର୍ ଭାବରେ ବିବେଚନା କରାଯାଏ । ଯେତେବେଳେ ଦଳ ସମସ୍ୟାର ସମ୍ମୁଖୀନ ହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାର୍ଯ୍ୟ ନ୍ୟସ୍ତ କରନ୍ତି ଏବଂ ସେ କୌଶଳପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଜାଣନ୍ତି । ଯେତେବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ ରମେଶ ପୋଖରିଆଲଙ୍କ କାର୍ଯ୍ୟକାଳ ସମୟରେ ସରକାର ଜାତୀୟ ଶିକ୍ଷା ନୀତି, 2020 କାର୍ଯ୍ୟକାରୀ କରିବାକୁ ସଂଘର୍ଷ କରିଥିଲେ, ସେତେବେଳେ ମୋଦୀ ଗତ ବର୍ଷ ପ୍ରଧାନଙ୍କୁ ଏହି ଦାୟିତ୍ୱ ଦେଇଥିଲେ ।

ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟରେ ଦାୟିତ୍ୱ ନେଇ ସେ ଦଳକୁ ସଫଳତା ଆଣି ଦେଇଛନ୍ତି । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, କଣ୍ଣାଟକର ଦାୟିତ୍ୱ ନେଇ ସେ ନିଜର ଦକ୍ଷତା ଦେଖାଇଛନ୍ତି । ଏମିତିକି ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ କୋର ଟିମରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବେଶ ପ୍ରଭାବ ରହିଛି । ଦଳର ଯେଉଁ କେତେଜଣ ପ୍ରଭାବଶାଳୀ ନେତା ଅଛନ୍ତି ସେମାନଙ୍କ ମଧ୍ୟରେ ସେ ଅନ୍ୟତମ ।

ଅପରପକ୍ଷରେ ଭୁପେନ୍ଦ୍ର ଯାଦବ ନିକଟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଜଣେ ବିଜେପି ନେତା କହିଛନ୍ତି ଯେ, ନଡ୍ଡାଙ୍କ ଉତ୍ତରାଧିକାରୀ ଖୋଜାଯିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ ଦୌଡ଼ରେ ଆଗରେ ରହିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+