ଶେଷ ରାଲିରେ ଟିଏମସି ଉପରେ ବର୍ଷିଲେ ଅମିତ ଶାହା : କହିଲେ ଟିଏମସି ହେଉ ଅବା ବାମପନ୍ଥୀ, ସେମାନେ ରୋଜଗାର ଦେଇପାରିବେ ନାହିଁ

ଟିଏମସି ହେଉ କିମ୍ବା ବାମ ପନ୍ଥୀ, ସେମାନେ ରୋଜଗାର ଯୋଗାଇ ପାରିବେ ନାହିଁ । ଯଦି ଆପଣ ଚାକିରୀ ଚାହୁଁଛନ୍ତି, ତେବେ ଆମକୁ ଭୋଟ୍ ଦିଅନ୍ତୁ ଏବଂ ଏଠାରେ ଏନଡିଏ ସରକାର ଗଠନ କରନ୍ତୁ ।

ଶେଷ ରାଲିରେ ଟିଏମସି ଉପରେ ବର୍ଷିଲେ ଅମିତ ଶାହା : କହିଲେ ଟିଏମସି ହେଉ ଅବା ବାମପନ୍ଥୀ, ସେମାନେ ରୋଜଗାର ଦେଇପାରିବେ ନାହିଁ

କୋଲକାତା : ଆଜି (ମାର୍ଚ୍ଚ 25) ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଥିଲା ପ୍ରଚାରର ଶେଷ ଦିନ । କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ଭେଟେରାନ ନେତା ଅମିତ ଶାହା ଆଜି ପୁରୁଲିଆ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ରାଲିରେ ଅମିତ ଶାହା ଟିଏମସି ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ଅମିତ ଶାହା କହିଛନ୍ତି, "ପ୍ରଥମେ ବାମପନ୍ଥୀମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଅନୁମତି ଦେଲେ ନାହିଁ, ତା'ପରେ ଟିଏମସି ଏବଂ ଦିଦି (ମମତା ବାନାର୍ଜୀ) ଏଠାରୁ ଶିଳ୍ପଗୁଡିକୁ ବାହାର କରିବା ପାଇଁ କାର୍ଯ୍ୟ କଲେ । ଟିଏମସି ହେଉ କିମ୍ବା ବାମ ପନ୍ଥୀ, ସେମାନେ ରୋଜଗାର ଯୋଗାଇ ପାରିବେ ନାହିଁ । ଯଦି ଆପଣ ଚାକିରୀ ଚାହୁଁଛନ୍ତି, ତେବେ ଆମକୁ ଭୋଟ୍ ଦିଅନ୍ତୁ ଏବଂ ଏଠାରେ ଏନଡିଏ ସରକାର ଗଠନ କରନ୍ତୁ ।" ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, ଆମେ ସରକାରୀ କ୍ଷେତ୍ରର ମହିଳାଙ୍କ ପାଇଁ 33 ପ୍ରତିଶତ ଚାକିରି ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛୁ । ଯଦି ଆମେ କ୍ଷମତାକୁ ଆସିବୁ, ତେବେ ଆମେ ପ୍ରତ୍ୟେକ ବ୍ଲକରେ ଏକ ଏକଲବ୍ୟ ମଡେଲ ସ୍କୁଲ ମଧ୍ୟ ନିର୍ମାଣ କରିବୁ ।

Amit-Shah

ଶାହାଙ୍କ ପ୍ରତିଶୃତି - ଆମେ 5 ବର୍ଷରେ ପ୍ରତ୍ୟେକ ପରିବାରରେ ଅତି କମରେ ଗୋଟିଏ ନିଯୁକ୍ତି ଦେବୁ

ଏହି ସମାବେଶରେ ଅମିତ ଶାହା ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ, ପଶ୍ଚିମବଙ୍ଗ ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ସାଧାରଣ ପରିବହନ ମାଗଣା ହେବ । ସେ ଆହୁରି ମଧ୍ୟ କହିଛନ୍ତି, 250 ବିପିଓ ମାଧ୍ୟମରେ ଆମେ ପୁରୁଲିଆର ଆଦିବାସୀ ଏବଂ କୁର୍ମି ଭାଇମାନଙ୍କୁ ଚାକିରି ଦେବୁ । ବିଜେପି ସରକାର ପାଞ୍ଚ ବର୍ଷରେ ପ୍ରତ୍ୟେକ ପରିବାରରେ ଅତି କମରେ ଗୋଟିଏ ରୋଜଗାର ଯୋଗାଇ ଦେବ ବୋଲି ମଧ୍ୟ ଶାହା ପ୍ରତିଶୃତି ଦଇଛନ୍ତି । ଏହି ନିର୍ବାଚନରେ ​​ମମତା ଦିଦିଙ୍କ ଗୁଣ୍ଡା ଆପଣଙ୍କୁ ହଇରାଣ କରିବେ ନାହିଁ । ଆପଣମାନେ କେବଳ ନିର୍ଭୟରେ ଭୋଟ୍ ଦିଅନ୍ତି । ଦିଦିଙ୍କ ଗୁଣ୍ଡାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ନିର୍ବାଚନ ଆୟୋଗ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାରାମିଲିଟାରୀ ଫୋର୍ସ ଗଠନ କରିଛନ୍ତି ବୋଲି କହିଛନ୍ତି ଅମିତ ଶାହା ।

ଦିଦିଙ୍କ ସରକାର ପରିବର୍ତ୍ତନ କରନ୍ତୁ, ଏହି ଅନୁପ୍ରବେଶକାରୀଙ୍କୁ ବାଛି ବାଛି ବାହାର କରିବୁ : ଶାହା

ଅମିତ ଶାହା ଏହା ରାଲିରେ କହିଛନ୍ତି, ମୋତେ କୁହନ୍ତୁ ବଙ୍ଗଳାରେ ଅନୁପ୍ରବେଶ ଠିକ ଅଛି କି, ସେହି ଅନୁପ୍ରବେଶକାରୀମାନେ ତୁମର ଚାକିରୀ ନେଉଛନ୍ତି, ଏହି କାଣରୁ ତୁମେ ଚାଉଳ ଏବଂ ଡାଲି ପାଇବ ନାହିଁ । ଦିଦିଙ୍କ ସରକାର ବଦଳାଇ ଦିଅନ୍ତୁ, ଏହି ଅନୁପ୍ରବେଶକାରୀଙ୍କୁ ବାଛି ବାଛି ବାହାର କରିବାର କାମ ଆମ ସରକାର କରିବ । ସେ ଆହୁରି ମଧ୍ୟ ପଚାରିଥିଲେ, ପୁରୁଲିଆ ଜିଲ୍ଲାରେ ଘରେ ଘରେ ପିଇବା ପାଣି ମିଳୁଛି କି ? ମମତା ଦିଦି ଆପଣଙ୍କୁ ଫ୍ଲୋରାଇଡଯୁକ୍ତ ପାଣି ପିଅଉଛନ୍ତି । ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛନ୍ତି ଯେ, ନିର୍ବାଚନ ଆପଣଙ୍କ ଉନ୍ନତି ଏବଂ ବିକାଶ ପାଇଁ ହେଉ । କିନ୍ତୁ ମମତା ଦିଦି ଚାହୁଁଛନ୍ତି ତାଙ୍କ ପୁତୁରା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଆପଣ ନିଜ ପାଇଁ କଣ ଚାହୁଁଛନ୍ତି ?

ଶାହାଙ୍କ ଘୋଷଣା - ସରକାର ଗଠନ ହେବା ମାତ୍ରେ ଚାଷୀଙ୍କ ନିକଟକୁ 18,000 ଟଙ୍କା ପଠାଯିବ

ଏହି ରାଲିରେ ଅମିତ ଶାହା ଘୋଷଣା କରିଛନ୍ତି ଯେ, ଆମ ସରକାର ପଶ୍ଚିମବଙ୍ଗକୁ ଆସିବା ମାତ୍ରେ ପ୍ରତ୍ୟେକ ଚାଷୀଙ୍କ ଘରକୁ ବ୍ୟାଙ୍କ ଆକାଉଣ୍ଟରେ 18,000 ଟଙ୍କା ପଠାଯିବ । ଶାହା ଆହୁରି ମଧ୍ୟ କହିଛନ୍ତ, କୌଣସି ଗୁରୁତର ରୋଗ ହେଲେ ଆପଣମାନଙ୍କୁ କୋଲକାତା ଯିବାକୁ ପଡ଼ୁଛି । ଆମେ ସ୍ଥିର କରିଛୁ ଯେ ଜଙ୍ଗଲମହଲରେ ନୂତନ AIIMS ନିର୍ମାଣ କରି ଆମେ ଆଦିବାସୀ ଏବଂ କୁର୍ମି ଭାଇମାନଙ୍କୁ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+