ବିଜେପି ତାଲିକାରେ ପରିବାରବାଦ, ମନ୍ତ୍ରୀ ବିଧାୟକଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେଉଛି ଦଳ

ବେଙ୍ଗାଲୁରୁ : ରାଜ୍ୟ ନିର୍ବାଚନ ହେଉ କି କେନ୍ଦ୍ର ନିର୍ବାଚନ ଟିକେଟ୍ ବଣ୍ଟନରେ ପରିବାରବାଦ ବିରୋଧରେ ସବୁବେଳେ ବୟାନ ବାଜି କରିଥାଏ ଭାରତୀୟ ଜନତା ପାର୍ଟି । ବିରୋଧୀ ଦଳମାନେ ପରିବାରବାଦକୁ ପ୍ରୋତ୍ସାହନ ଦେଉଥିବା ନେଇ ବାରମ୍ବାର କହିଆସୁଛି ବିଜେପି । କିନ୍ତୁ ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରୁ ଦଳର ଅସଲ ଚେହେରା ପଦାରେ ପଡ଼ିଛି ।

କର୍ଣ୍ଣାଟକର ମୋଟ 224 ବିଧାନସଭା ଆସନ ମଧ୍ୟରୁ 212 ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ବିଜେପି ଜାରି କରିଥିବା 212 ଜଣ ପ୍ରାର୍ଥୀଙ୍କ ତାଲିକାରେ ଅନେକ ପ୍ରାର୍ଥ ଅଛନ୍ତି ଯାହାର ପରିବାରରେ କେହି ନା କେହି ରାଜନୀତିରେ ପଦବଦବୀରେ ବସିଛନ୍ତି ।

BJP

212 ଜଣ ପ୍ରାର୍ଥୀଙ୍କ ତାଲିକାରେ ପ୍ରାୟ ଦୁଇ ଡଜନ ପ୍ରାର୍ଥୀ ଅଛନ୍ତି ଯେଉଁମାନେ 10 ଟି ବିଭିନ୍ନ ରାଜନୈତିକ ପରିବାରର ଅଟନ୍ତି । ଏଥିରେ ବାପା, ପୁଅ, ଭାଇ, ପରିବାରର ଅନ୍ୟ ସଦସ୍ୟ ଅଛନ୍ତି, ଯେଉଁମାନେ ପାର୍ଟୀ ଦ୍ୱାରା ଟିକେଟ ପାଇଛନ୍ତି ।

ଗୋଟିଏ ପରିବାରକୁ 2 ଟିକେଟ୍

ଝରକୀହୋଲୀ ବିଷୟରେ କହିବାକୁ ଗଲେ ଦଳ ରମେଶ ଏବଂ ବାଲାଚନ୍ଦ୍ରଙ୍କୁ ଟିକେଟ ଦେଇଛି । ସ୍ୱର୍ଗତ ମନ୍ତ୍ରୀ ଉମେଶ କଟ୍ଟୀଙ୍କ ପରିବାରକୁ ଦୁଇଟି ଟିକେଟ୍ ମିଳିଛି । ଉମେଶଙ୍କ ପୁଅ ନିଖିଲ ଏବଂ ଭାଇ ରମେଶଙ୍କୁ ଟିକେଟ ଦିଆଯାଇଛି । ଖଣି ଜଏଣ୍ଟ ସୋମାସେଖରା ରେଡ୍ଡୀ ଏବଂ କରୁଣାକର ରେଡ୍ଡୀଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି ।

ପତ୍ନୀ, ସାଂସଦ ଓ ପୁଅକୁ ଟିକେଟ୍

ସୋମାସେଖରଙ୍କୁ ବେଲାରୀ ସହରରୁ ଏବଂ ହରପନହଲ୍ଲୀରୁ କରୁଣାକରଙ୍କୁ ଟିକେଟ୍ ଦିଆଯାଇଛି । ମନ୍ତ୍ରୀ ଶଶିକଲା ଜୋଲେ ସାଂସଦ ଅନ୍ନସାହେବ ଜୋଲେଙ୍କ ପତ୍ନୀ । ଗୁଲବର୍ଗ ସାଂସଦ ଉମେଶ ଯାଦବ ଅବିନାଶ ଯାଦବଙ୍କ ପୁଅ । ଦଳ ତାଙ୍କୁ ଚିଞ୍ଚୋଲିରୁ ପ୍ରାର୍ଥୀ କରିଛି । ତୁମକୁର ସାଂସଦ ଜିଏସ ବାସବରାଜଙ୍କ ପୁଅ ଜ୍ୟୋତି ଗଣେଶ ତୁମକୁର ସହରର ବିଧାୟକ ।

ମନ୍ତ୍ରୀ ବିଧାୟକଙ୍କ ପରିବାରକୁ ଟିକେଟ୍

ଦଳ ବିଜୟନଗରରୁ ପର୍ଯ୍ୟଟନ ମନ୍ତ୍ରୀ ଆନନ୍ଦ ସିଂହଙ୍କ ପୁଅ ସିଦ୍ଧାର୍ଥ ସିଂହଙ୍କୁ ଟିକେଟ୍ ଦେଇଛି । ବାସାୱାଗୁଡି ବିଧାୟକ ଏଲ ଏ ସୁବ୍ରମଣ୍ୟମ ବାଙ୍ଗାଲୋର ସାଉଥ ରୁ ସାସଂଦ ତେଜସ୍ୱୀ ସୂର୍ଯ୍ୟଙ୍କ ମାମୁଁ । ପରିବହନ ମନ୍ତ୍ରୀ ବି ଶ୍ରୀରାମଲୁ ଏବଂ ତାଙ୍କ ପୁତୁରା ସୁରେଶ ବାବୁଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି । ବିଜେପି ଭେଟେରାନ ବିଏସ ୟେଦୁରୁପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ଶିକରିପୁରାରୁ ଦଳ ଟିକେଟ ଦେଇଛି । ବିଜୟେନ୍ଦ୍ରଙ୍କ ଭାଇ ବିୱାଇ ରାଘବେନ୍ଦ୍ର ହେଉଛନ୍ତି ଶିବାମୋଗାରୁ ବିଜେପି ସାଂସଦ ।

ବଂଶବାଦ ପାଇଁ 34 ପ୍ରାର୍ଥୀଙ୍କୁ ଟିକେଟ୍

ବିଜେପି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ଏହାକୁ ନେଇ ଟାର୍ଗେଟ୍ କରିଛି । ବିଜେପି ତାଲିକାରେ 34 ଜଣ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଦଳ ନେତାଙ୍କ ପରିବାରରୁ ଆସିଛନ୍ତି । କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲବ କହିଛନ୍ତି ଯେ ପାରିବାର କାରଣରୁ ପ୍ରତି 6 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ନିର୍ବାଚନ ଲଢୁଛନ୍ତି । 212 ଜଣଙ୍କ ମଧ୍ୟରୁ 34 ଜଣ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ବଂଶବାଦ କାରଣରୁ ଟିକେଟ୍ ପାଇଛନ୍ତି ।

କଂଗ୍ରେସ ନେତାମାନେ ସୋଶାଲ ମିଡିଆରେ ବିଜେପି ପ୍ରାର୍ଥୀଙ୍କ ତାଲିକା ସେୟାର କରି ପରିବାରବାଦ ଅଭିଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଭଳି ଭାବରେ ପରିବାରବାଦ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି, କଂଗ୍ରେସ ନେତାମାନେ ତାଙ୍କୁ ଏହି ତାଲିକା ମାଧ୍ୟମରେ ଟାର୍ଗେଟ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+