ଜନସଂଘରୁ ବିଜେପି : କେମିତି ଥିଲା ବିଜେପିର ୪୩ ବର୍ଷର ଅଭିଯାନ ?
ନୂଆଦିଲ୍ଲୀ: ୪୩ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେପି । ନିର୍ବାଚନକୁ ଆଉ ବର୍ଷେ ଥିଲାବେଳେ ବିଜେପି ଏବେ ଖୁବ୍ ତତ୍ପର ହୋଇ ଉଠିଛି । ନିକଟ ବିଧାନସଭା ନିର୍ବାଚନରେ ବି ଦଳ ଭଲ ପ୍ରଦର୍ଶନ କରିଥିଲା । ରାଜ୍ୟ କାର୍ଯ୍ୟାଳୟର ବି ଧୁମ୍ ଧାମରେ ପାଳନ ହେଉଛି ଏହି ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଭାଜପା ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ଲାଭ କରିଛି । ତେବେ ଚାଲନ୍ତୁ ଜାଣିବା କେମିତି ଗଠନ ହେଲା ବିଜେପି । ଜନସଂଘରୁ ବିଜେପିର କେମିତି ହେଲା । କିଏ ଥିଲେ ତାର ପ୍ରତିଷ୍ଠାତା ? କାହିଁକି ବିଜେପି ଆଜି ସର୍ବବୃହତ ପାର୍ଟି ?

ଜନସଂଘର ପ୍ରତିଷ୍ଠା- ୧୯୫୧ ମସିହା ଅକ୍ଟୋବର ୨୧ ତାରିଖରେ ଦିଲ୍ଲୀରେ ଜନସଂଘର ସ୍ଥାପନା ହୋଇଥିବା ବେଳେ ୧୯୮୦ ଏପ୍ରିଲ ୬ରେ ବିଜେପି ଗଠନ ହୋଇଥିଲା । ତେବେ କେମିତି ହେଲ ବିଜେପି ? ଦେଶ ସ୍ଵାଧୀନତା ପାଇବା ପରେ ସେତେବେଳେର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ ଡ. ଶ୍ୟାମାମ ପ୍ରସାଦ ମୁଖାର୍ଜୀ କଂଗ୍ରେସରେ କାମ କରୁଥିଲେ । ୧୯୫୦ ଏପ୍ରିଲ ୧୯ରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ କଂଗ୍ରେସର ବିକଳ୍ପ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ଏହି ବିକଳ୍ପରୁ ଜନ୍ମ ହୋଇଥିଲା ଜନସଂଘ । ୧୯୫୧ ମସିହା ଅକ୍ଟୋବର ୨୧ରେ ଭାରତୀୟ ଜନସଂଘ ପ୍ରତିଷ୍ଠା ହୋଇଥିଲା । ଜନସଂଘର ଚିହ୍ନ ଦୀପ ଥିବାବେଳେ ପତାକା ଗେରୁଆ ରଙ୍ଗର ରହିଥିଲା ।
ଏହା ପରେ ୧୯୫୨ରେ ହୁଏ ନିର୍ବାଚନ । ଭାରତୀୟ ଜନସଂଘ ୯୪ଟି ସିଟରେ ଲଢ଼ି ମାତ୍ର ୩ଟି ଆସନ ପାଇବାକୁ ସକ୍ଷମ ହେଲା। ପଶ୍ଚିମବଙ୍ଗରୁ ଦୁଇଟି ଓ ରାଜସ୍ଥାନରୁ ଗୋଟିଏ ଜିତିଥିଲା । ୧୯୫୧-୫୨ରେ ଶ୍ୟାମା ପ୍ରସାଦ ଜନସଂଘର ଅଧ୍ୟକ୍ଷ ରହିଥିବା ବେଳେ ୧୯୬୯-୭୨ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ଏହାର ଅଧ୍ୟକ୍ଷ ଥିଲେ । ପରେ ୧୯୭୩-୭୭ ପର୍ଯ୍ୟନ୍ତ ଲାଲକୃଷ୍ଟ ଆଡ଼ଭାନୀ ନେଇଥିଲେ ଅଧ୍ୟକ୍ଷ ଭାର । କାଳକ୍ରମେ ୧୯୫୨ ପରେ ୧୯୫୭ରେ ୪ଟି, ୧୯୬୨ରେ ୧୪ଟି, ୧୯୬୭ରେ ୩୫ଟି, ୧୯୭୧ରେ ୨୨ଟି ଆସନ ପାଇଥିଲା ।
ତେବେ ୧୯୭୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରୁଥିବା ବେଳେ ଜନସଂଘ ଏହାର ବିରୋଧ କରିଥିଲା । ଜନସଂଘର ବଡ଼ ବଡ଼ ନେତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ପରେ ୧୯୭୭ରେ ଇନ୍ଦିରା ଜରୁରୀକାଳୀନ ପରିସ୍ଥିତି ସମାପ୍ତ ଘୋଷଣା କରିବା ପରେ ପରେ ସାଧାରଣ ନିର୍ବାଚନ ହୋଇଥିଲା ।
ବିପକ୍ଷ ଦଳମାନେ ନିଜ ନିଜ ମତଭେଦ ଭୁଲି ଇନ୍ଦିରା ଓ କଂଗ୍ରେସକୁ ପରାସ୍ତ କରିବା ପାଇଁ ଜନତା ପାର୍ଟି ଗଠନ କଲେ । ଜନସଂଘ ଜନତା ପାର୍ଟିରେ ବିଲୁପ୍ତ ହୋଇଗଲା । ସଂଯୁକ୍ତ ସୋସାଲିଷ୍ଟ ପାର୍ଟି, ଭାରତୀୟ ଲୋକଦଳ, କଂଗ୍ରେସ (ଓ), ଜନସଂଘ ମିଶି ଜନତା ପାର୍ଟି ଗଠନ କଲେ । ୧୯୭୭ ନିର୍ବାଚନରେ ଜନସଂଘକୁ ଅଦ୍ଭୂତପୂର୍ବ ସଫଳତା ମିଳିଲା । ମୋରାଜୀ ଦେଶାଈଙ୍କ ନେତୃତ୍ୱରେ ଦେଶରେ ଜନତା ପାର୍ଟି ସରକାର ଗଠନ କଲା । ତେବେ ୧୯୭୯ରେ ଜନତା ପାର୍ଟି ସରକାରର ପତ୍ତନ ଘଟିଲା । ଲୋକଦଳ ନେତା ଚୌଧରୀ ଚରଣ ସିଂହ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେଲେ ।
କିପରି ଆରମ୍ଭ ହୋଇଥିଲା ବିଜେପି - ୧୯୮୦ ନିର୍ବାଚନରେ ଜନତା ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ଏହାପରେ ଦଳରୁ ସମାଜବାଦୀ ଓ ଜନସଂଘ ସହ ଜଡ଼ିତ ନେତାମାନେ ଅଲଗା ହୋଇଯାଇଥିଲେ । ଆଉ ପରେ ଜନ୍ମ ନେଇଥିଲା ବିଜେପି । ୧୯୮୦ ଏପ୍ରିଲ ୬ରେ ଦିଲ୍ଲୀର ଫିରୋଜଶାହ କୋଟାଲା ଗ୍ରାଉଣ୍ଡରେ ଲାଲକୃଷ୍ଣ ଆଡଭାନୀ ଓ ଅଟଳ ବିହାରୀ ବାଜପେୟୀଙ୍କ ମିଶି ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ଆଉ ନିର୍ବାଚନୀ ଚିହ୍ନ 'ପଦ୍ମ' ରଖାଯାଇଥିବା ବେଳେ ଅଟଳ ବିହାରୀ ବାଜପେୟୀ ବିଜେପିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୮୪ ଲୋକସଭା ନିର୍ବାଚନରେ ବିଜେପିକୁ ଭଲ ସଫଳତା ମିଳିନଥିଲା । ବାଜପେୟୀ ପରାଜୟ ବରଣ କରିଥିଲେ । ପରେ ୧୯୮୬ରେ ଆଡଭାନୀ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲ।
ସବୁଠାରୁ ବଡ଼ ଦଳ - ୧୯୯୬, ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା । ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହେଇଥିଲେ । ଏହାପରେ ୨୦୧୪ ଠାରୁ ଜିତିଥିଲା ବିଜେପି । ନରେନ୍ଦ୍ର ମୋଦୀଙ୍କ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ । ୨୦୧୪ ନିର୍ବାଚନରେ ଦଳ ୨୮୨ଟି ସିଟ୍ ହାସଲ କରିଥିବା ବେଳେ ୨୦୧୯ରେ ୩୦୩ ସିଟ୍ ଅକ୍ତିଆର କରି ରେକର୍ଡ କରିଥିଲା । ଆଉ ଏବେ ୨୦୨୪ ପାଇଁ ବି ଫିଟ୍ ହେଉଛି ବିଜେପି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications