ମଲ୍ଲିକାର୍ଜୁନଙ୍କ ବିବୃତ୍ତି ଉପରେ ରାଜ୍ୟସଭାରେ ଉତ୍ତେଜନା, କ୍ଷମା ଦାବି କଲା ବିଜେପି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ 'କୁକୁର' ବିବୃତ୍ତିକୁ ନେଇ ବିବାଦ ଉପୁଜିଛି । ଖାଡ଼ଗେଙ୍କ ବିବୃତ୍ତିକୁ ନେଇ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଛି ।

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ 'କୁକୁର' ବିବୃତ୍ତିକୁ ନେଇ ବିବାଦ ଉପୁଜିଛି । ଖାଡ଼ଗେଙ୍କ ବିବୃତ୍ତିକୁ ନେଇ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଛି । ବିଜେପି ତାଙ୍କ ବିବୃତ୍ତି ପାଇଁ କଂଗ୍ରେସ ଏବଂ ଖାଡ଼ଗେଙ୍କଠାରୁ କ୍ଷମା ଦାବି କରିଛି । ରାଜସ୍ଥାନର ଅଲୱାରରେ ଖାଡଗେ ନାଁ ନ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

mallikarjun kharge

ଖାଡ଼ଗେ କହିଛନ୍ତି, "ଆମେ ଦେଶକୁ ସ୍ୱାଧୀନତା ଦେଇଥିଲୁ ଏବଂ ଦେଶର ଏକତା ପାଇଁ ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଆମର ଦଳର ନେତାମାନେ ସେମାନଙ୍କର ଜୀବନ ଦେଇଛନ୍ତି, ତୁମେ କ'ଣ କରିଛ ? ଆପଣଙ୍କ ଘରେ ଦେଶ ପାଇଁ କୁକୁର ବି ମରିଛି କି ? କେହି କିଛି ବଳିଦାନ ଦେଇଛନ୍ତି କି ? ନା ।'

ଖାଡ଼ଗେ କହିଛନ୍ତି ଯେ ''ଆମେ ଚୀନ୍‌ର ଆକ୍ରୋଶ ଉପରେ ଆଲୋଚନା କରିବାକୁ ଚାହୁଁ, କିନ୍ତୁ ସେମାନେ (ସରକାର) ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ । ସେ ବାହାରେ ସିଂହ ପରି କଥାବାର୍ତ୍ତା କରନ୍ତି, କିନ୍ତୁ ବାସ୍ତବରେ ସେ ମୂଷା ପରି ଚାଲନ୍ତି । ଆମେ ଦେଶ ସହିତ ଅଛୁ, କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+