ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଆୟୋଗର ଦ୍ୱାରସ୍ଥ ହେଲା ବିଜେପି
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କୋଲକାତାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟ ଶେଷ ହେବା ପରେ ମଧ୍ୟ ମମତା ବାନାର୍ଜୀ ହୁଗଲିରେ ପ୍ରଚାର କରୁଛନ୍ତି ।
କୋଲକାତା : ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଆୟୋଗର ଦ୍ୱାରସ୍ଥ ହୋଇଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କୋଲକାତାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟ ଶେଷ ହେବା ପରେ ମଧ୍ୟ ମମତା ବାନାର୍ଜୀ ହୁଗଲିରେ ପ୍ରଚାର କରୁଛନ୍ତି ।

ଏଥିସହ ଫେରି ମାର୍ଗକୁ ସିଲ୍ କରିବା, ନନ୍ଦିଗ୍ରାମରେ ନିଷ୍ପକ୍ଷ ନିର୍ବାଚନ କରିବା ପାଇଁ ଓସି ନନ୍ଦିଗ୍ରାମ ଏବଂ ଟିଏମସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ଅଧିକାରୀଙ୍କୁ ହଟାଇବା ସହ ଧାରା 144 ଲାଗୁ କରିବାକୁ ବିଜେପି ପ୍ରତିନିଧୀ ଦାବି କରିଛନ୍ତି ।
ଅଧିକାରୀଙ୍କ ଟ୍ରାନ୍ସଫର ପାଇଁ ଦାବି
ଏଥିସହ ବିଜେପି ଅନ୍ୟ ଏକ ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ଠାରୁ ବୀରଭୂମ ଜିଲ୍ଲାର ବୋଲପୁର ନିର୍ବାଚନମଣ୍ଡଳୀରେ ଟିଏମସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଦୁର୍ନୀତିଗ୍ରସ୍ତ ତଥା ଦଳୀୟ ଅଧିକାରୀଙ୍କୁ ବରଖାସ୍ତ ଏବଂ ତୁରନ୍ତ ଟ୍ରାନ୍ସଫର କରିବାକୁ ଦାବି କରିଛି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ମଧ୍ୟ ବିଜେପି ଅଭିଯୋଗ ଆଣିଛି । ଏହି ଅଭିଯୋଗରେ ବିଜେପି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାରତର ନିର୍ବାଚନ ଆୟୋଗଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରି ଭୋଟରଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ କରିଛି ।
'ମୁଁ ନିର୍ବାଚନ ଆୟୋଗକୁ ଏତେ ଅସହାୟତା ହେବା କେବେ ଦେଖିନି'
ଗୋଟିଏ ପରେ ବିଜେପି ଟିଏମସି ବିରୋଧରେ ଅଭିଯୋଗ ଦାଖଲ କରିଥିବାବେଳେ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ସେମାନଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି, "ଆମେ ପ୍ରତିଦିନ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରୁଛୁ କିନ୍ତୁ ସେମାନେ ଆମ କଥା ଶୁଣୁ ନାହିଁନ୍ତି । ସେମାନେ କେବଳ ବିଜେପିର କଥା ଶୁଣଉଛନ୍ତି । ମୁଁ ନିର୍ବାଚନ ଆୟୋଗଙ୍କୁ ଏତେ ଅସହାୟ ହେବା କେବେ ଦେଖି ନାହିଁ।"












Click it and Unblock the Notifications