Get Updates
Get notified of breaking news, exclusive insights, and must-see stories!

ଆଦିବାସୀ, ଓବିସି ଓ ବ୍ରାହ୍ମଣ: ତିନି ରାଜ୍ୟରୁ 2024 ପାଇଁ ଏମିତି ରହିଛି ବିଜେପିର ଗେମ୍ ପ୍ଲାନ୍...

ଛତିଶଗଡ଼, ମଧ୍ୟପ୍ରଦେଶ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ନେଇ ବିଜେପି ଘୋଷଣା କରିସାରିଛି । ଛତିଶଗଡ଼ରେ ବିଷ୍ଣୁଦେଓ ସାଏ ଏବଂ ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନ ଦେବା ପରେ ରାଜସ୍ଥାନରେ ଭଜନଲାଲ ଶର୍ମାଙ୍କୁ ଶାସନ ଭାର ଦେଇଛି । ତିନି ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ଚୟନ ସମସ୍ତଙ୍କୁ ଚକ୍କିତ କରିଦେଇଛି । ରାଜ୍ୟରେ ବଡ଼ ବଡ଼ ନେତାଙ୍କ ନାମ କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏମାନଙ୍କୁ ଶାସନ ଭାର ଦେବା ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରେ ବିଜେପି ଜାତୀୟ ସମୀକରଣକୁ ଦୃଷ୍ଟିରେ ରଖି ଆଦିବାସୀ, ଓବିସି ଏବଂ ବ୍ରାହ୍ମଣ ଚେହେରା ଉପରେ ଭରସା କରିଛି । 2024 ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସମସ୍ତ ବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଏଭଳି ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ଏହି ତିନି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଏବଂ ଗୋଟିଏ ସାଧାରଣ କଥା ହେଉଛି, ତିନି ଜଣ ମୁଖ୍ୟମନ୍ତ୍ରୀ ସଂଘର ପୃଷ୍ଠଭୂମିରୁ ଆସିଛନ୍ତି ।

BJP

ବିଜେପିର 'ୱାନ୍ ପ୍ଲସ୍ ଟୁ ଫର୍ମୁଲା'

ବିଜେପି ପକ୍ଷରୁ ଆଦିବାସୀ, ଓବିସି ଏବଂ ସାଧାରଣ ବର୍ଗ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ୱାନ୍ ପ୍ଲସ୍ ଟୁ ଫର୍ମୁଲା ରେ କାମ କରିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି ।

ଗୋଟିଏ ପଟେ ବିପକ୍ଷ ଜାତିଭିତ୍ତିକ ଜନଗଣନା କୁ ନେଇ ବୟାନବାଜି କରୁଛି । ଏପରିକି ଏହି ତିନି ରାଜ୍ୟ ନିର୍ବାଚନରେ ଜାତି ଭିତ୍ତିକ ଜନଗଣନା ଏକ ପ୍ରତିଶୃତି ଥିଲା । ଏହା ପରେ ନିର୍ବାଚନ ଜିତି ବିଜେପି ତିନି ରାଜ୍ୟରେ ସମସ୍ତ ବର୍ଗରୁ ନେତା ନେଇ ସାଧାଣ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଚା କରିଥିବା କୁହାଯାଉଛି ।

ଛତିଶଗଡରେ ଆଦିବାସୀ ସମାଜରୁ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ରେ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପ୍ରଦେଶର ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କ ଉପରେ ଭରସା କରିଛି । ରାଜ୍ୟରେ ଆଦିବାସୀ ସମୁଦାୟର ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିବାରୁ ବିଜେପି ଆଦିବାସୀ କାର୍ଡ ଖେଳିଛି । ଏହା ପରେ ସାଏ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।

ଏହା ବାଦ୍ ବିଜେପି ବିଜୟ ଶର୍ମା ଏବଂ ଅରୁଣ ସାଓ ଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଛି । ଫଳରେ ରାଜ୍ୟରେ କୌଣସି ବି ଜାତିକୁ ଅବହେଳା କରାଯାଇ ନଥିବା ସନ୍ଦେଶ ଦେଇଛି ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଓବିସି

ସେହିପରି ମଧ୍ୟ ପ୍ରଦେଶରେ ବିଜେପି ଶିବରାଜ ସିଂହଙ୍କୁ ନ ବାଛି ଓବିସି ଚେହେରାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛି । ବାସ୍ତବରେ, କଂଗ୍ରେସ ରାଜ୍ୟରେ ବାରମ୍ବାର ଓବିସି ପ୍ରସଙ୍ଗ ଉଠାଇଥିଲା । ଏଭଳି ପରିସ୍ଥିତିରେ ବିଜେପି ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ କଂଗ୍ରେସକୁ କଡ଼ା ଜବାବ ଦେଇଥିବା କୁହାଯାଉଛି । ଏପରିକି ଓବିସି ଭୋଟ୍ ବ୍ୟାଙ୍କ ହାତେଇବା ସହ ଜାତିଭିତ୍ତିକ ଜନଗଣନା ଭଳି ପ୍ରସଙ୍ଗକୁ ଥଣ୍ଡା କରିବାକୁ ଚେଷ୍ଟା କରିଛି ।

ରାଜସ୍ଥାନରେ ସାଧାରଣ ବର୍ଗରୁ ମୁଖ୍ୟମନ୍ତ୍ରୀ

ରାଜସ୍ଥାନରେ ସାଧାରଣ ବର୍ଗରୁ ମୁଖ୍ୟମନ୍ତ୍ରୀ ଦେଇଛି ବିଜେପି । ଭଜନଲାଲ ଶର୍ମାଙ୍କୁ ମିଳିଛି ରାଜ୍ୟର ଶାସନ ଭାର । ଶ୍ରୀ ଶର୍ମା ବ୍ରାହ୍ମଣ ସମାଜରୁ ଆସିଥାନ୍ତି । ଏପରି ପରିସ୍ଥିତିରେ, ବ୍ରହାଣ ଭୋଟରଙ୍କୁ ଏକଜୁଟ୍ କରି ରଖିବା ପାଇଁ ପ୍ରୟାସ କରାଯାଇଛି । ଏହା 2024 ଲୋକସଭା ନିର୍ବାଚନରେ ବିଜେପିକୁ ସହାୟକ ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।

ସାଧାରଣ ନିର୍ବାଚନ ପାଇଁ BJP ର ଏଜେଣ୍ଡା

ଏହି ତିନି ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ସାଧାରଣ କଥା ହେଉଛି ତିନି ଜଣ ଆରଏସ୍ଏସ୍ ପୃଷ୍ଠଭୂମିଠାରୁ ଆସିଛନ୍ତି । ଏହା ସହିତ, ତିନୋଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଡେପୁଟି ସିଏଣ୍ ଘୋଷଣା ସହିତ, ବିଜେପି 2024 ପାଇଁ ଏହାର ଏଜେଣ୍ଡାକୁ ସ୍ପଷ୍ଟ କରିଛି । ପାର୍ଟି ଦ୍ୱାରା ଚୟନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନାଁ ରୁ ଆଗାମୀ 2024 ଲୋକସଭା ନିର୍ବାଚନ ପାଇଁ ବିଜେପିର ଏଜେଣ୍ଡା କଣ ରିହିଛି ତାହା ସଫା ସଫା ନଜର ଆସୁଛି । ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପାର୍ଟି ଦ୍ୱାରା ସମସ୍ତ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+