100 ଦିନିଆ ସାରା ଦେଶ ଗସ୍ତରେ ଯିବେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା
ଦେଶସାରା 100 ଦିନିଆ ଗସ୍ତରେ ଯିବେ ଭାରତୀୟ ଜନତା ପାର୍ଟି(ବିଜେପି) ଅଧ୍ୟକ୍ଷ ଜେ ପି ନଡ୍ଡା | 2024 ସାଧାରଣ ନିର୍ବାଚନ ପାଇଁ ଦଳକୁ ଶକ୍ତିଶାଳୀ କରିବା ପାଇଁ ସେ ସାରା ଦେଶ ବୁଲିବେ |
ନୂଆଦିଲ୍ଲୀ : ଦେଶସାରା 100 ଦିନିଆ ଗସ୍ତରେ ଯିବେ ଭାରତୀୟ ଜନତା ପାର୍ଟି(ବିଜେପି) ଅଧ୍ୟକ୍ଷ ଜେ ପି ନଡ୍ଡା | 2024 ସାଧାରଣ ନିର୍ବାଚନ ପାଇଁ ଦଳକୁ ଶକ୍ତିଶାଳୀ କରିବା ପାଇଁ ସେ ସାରା ଦେଶ ବୁଲିବେ | ଅତୀତରେ ହୋଇଥିବା ବିଧାନସଭା ଏବଂ ଉପନିର୍ବାଚନରେ ବିପୁଳ ବିଜୟ ପରେ 'ରାଷ୍ଟ୍ରୀୟ ବିସ୍ତୃତ ପ୍ରବାସ' ଯୋଜନାରେ ସାରା ଦେଶ ଗସ୍ତରେ ଯିବେ |
ତାଙ୍କ ଏହି 100 ଦିନିଆ ଗସ୍ତରେ 2019 ସାଧାରଣ ନିର୍ବାଚନରେ ବିଜେପି ହାରିଯାଇଥିବା ରାଜ୍ୟ ତଥା ଆସନରେ 2024ରେ ଜିତିବା ଦିଗରେ ରୂପରେଖ ପ୍ରସ୍ତୁତ କର୍ବା ନେଇ ତାଙ୍କର ଉଦ୍ଦେଶ୍ୟ ରହିଛି |

ବିହାର ନିର୍ବାଚନ ବିଜୟ ପରେ ସେ ସ୍ଥାନୀୟ କର୍ମକର୍ତ୍ତାଙ୍କୁ ଭେଟିବା ସହ ଆଗାମୀ ପଦକ୍ଷେପ ବିଷୟରେ ଆଲୋଚନା କରିବେ | ବିଜେପି ଶାସିତ ରାଜ୍ୟରେ ସରକାରଙ୍କ ଭାବମୂର୍ତ୍ତିରେ କିପରି ଆହୁରି ଉନ୍ନତି କରାଯିବ ସେ ବିଷୟରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ସହ କର୍ମକର୍ତ୍ତାଙ୍କ ମଧ୍ୟରେ ଦଳର ଆଦର୍ଶ ବିଷୟରେ ଅବଗତ କରିବେ ବୋଲି ଯୋଜନା କରାଯାଇଛି |
ଜେ ପି ନଡ୍ଡାଙ୍କ ଏହି ଗସ୍ତ ସମୟରେ କରୋନା ସଂକ୍ରମଣକୁ ନଜରରେ ରଖି ବଡ଼ ହଲରେ ଆୟୋଜନ କରିବା ସହ 200ରୁ ଅଧିକ ଲୋକଙ୍କୁ ଏକାଠି ନ କରିବାକୁ ଅନୁରୋଧ କରାଯାଇଛି |












Click it and Unblock the Notifications