ମାଗଣାରେ ରାମ ମନ୍ଦିର ପରିଦର୍ଶନ କରାଇବାକୁ ପ୍ରତିଶୃତି ଦେଲେ ବିଜେପି ପ୍ରାର୍ଥୀ, ନୋଟିସ୍ ଜାରି କଲା ନିର୍ବାଚନ ଆୟୋଗ
ପାଣ୍ଡବେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜିତେନ୍ଦ୍ର ତିଓ୍ୱାରୀ ନିର୍ବାଚନ ଜିତିଲେ ଅଯୋଧ୍ୟା ରାମ ମନ୍ଦିରକୁ ମାଗଣାରେ ପରିଦର୍ଶନ କରାଇବା ନେଇ ପ୍ରତିଶୃତି ଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେଲ ବାଜି ମାରିବାକୁ ରାଜନୈତିକ ଦଳମାନେ ସମସ୍ତ ଉଦ୍ୟମ କରୁଛନ୍ତି । ଭାରତୀୟ ଜନତା ପାର୍ଟିର ନେତାମାନେ ବଙ୍ଗଳାରେ ଶାସକ ତୃଣମୂଳ କଂଗ୍ରେସକୁ ପରାସ୍ତ କପିବା ନେଇ ନିଦର ସମସ୍ତ ଶକ୍ତି ପ୍ରଦର୍ଶନ କରିବା ସହ ଭୋଟରଙ୍କୁ ଆକର୍ଷିତ କରିବା ନେଇ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି । ଏହି ସମୟରେ ଏପରି ଏକ ଖବର ଆସିଛି ଯେଉଁଥି ପାଇଁ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିବାକୁ ପଡ଼ିଛି ।

ପାଣ୍ଡବେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜିତେନ୍ଦ୍ର ତିଓ୍ୱାରୀ ନିର୍ବାଚନ ଜିତିଲେ ଅଯୋଧ୍ୟା ରାମ ମନ୍ଦିରକୁ ମାଗଣାରେ ପରିଦର୍ଶନ କରାଇବା ନେଇ ପ୍ରତିଶୃତି ଦେଇଛନ୍ତି । ଏହା ପରେ ଭୋଟରଙ୍କୁ ରାମ ମନ୍ଦିର ପରିଦର୍ଶନ କରାଇବା କହି ପ୍ରଲୋଭିତ କରିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ଏହାକୁ ନେଇ ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛି ଯେ, ବିଜେପି ପ୍ରାର୍ଥୀ ଜିତେନ୍ଦ୍ର ତିୱାରୀ ମାର୍ଚ୍ଚ 21 ରେ ହରିପୁରରେ ଏକ ସାଧାରଣ ସଭାରେ ଏବଂ ପରେ ଦଳୀୟ ବୈଠକରେ ଏହା କହିଛନ୍ତି । ମାର୍ଚ୍ଚ 22 ରେ ଟିଏମସି ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା । ନିର୍ବାଚନ ଆୟୋଗର ବିଜ୍ଞପ୍ତିର ଉତ୍ତରରେ ବିଜେପି ପ୍ରାର୍ଥୀ ଜିତେନ୍ଦ୍ର ତିୱାରୀ କହିଛନ୍ତି ଯେ, ଏପରି ପ୍ରତିଶ୍ରୁତି ଦେବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବ ବୋଲି ସେ ଜାଣି ନାହାଁନ୍ତି । ସେ ଏହି ବିଷୟରେ ଅଜ୍ଞ ଥିବାରୁ ନିର୍ବାଚନ ଆୟୋଗଙ୍କୁ କ୍ଷମା ମାଗିଛନ୍ତି ।












Click it and Unblock the Notifications