Get Updates
Get notified of breaking news, exclusive insights, and must-see stories!

ବିଜେଡ଼ି-ବିଜେପି ମେଣ୍ଟ: ଛିଡ଼ିଲା ଆସନ ଗଣିତ ! ଏହି ଅନୁପାତରେ ହେଲା ଆସନ ଭାଗବଣ୍ଟା

ବିଜେଡ଼ି-ବିଜେପି ମେଣ୍ଟ: ରାଜ୍ୟରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ମେଣ୍ଟ ଚର୍ଚ୍ଚା ରାଜନୈତିକ ମାହୋଲକୁ ବେଶ୍ ସରଗରମ କରି ରଖିଛି । ଔପଚାରିକ ଘୋଷଣା ହୋଇ ନଥିଲେ ମଧ୍ୟ ମେଣ୍ଟ ହେବା ନିଶ୍ଚିତ ବୋଲି ଆଲୋଚନା ହେଉଛି । ତେବେ ଆସନ ଭାଗବଣ୍ଟାକୁ ନେଇ ଅଙ୍କ ଛିଣ୍ଡୁ ନଥିବାରୁ ଏହା ଉପରେ ତର୍ଜମା କରାଯାଉଥିବା କୁହାଯାଉଛି ।

bjp-bjd

ଏଥି ମଧ୍ୟରେ ବିଜେଡିର ଦୁଇ ପ୍ରମୁଖ ନେତା ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇଛନ୍ତି । ବିଜେପି ନେତାମାନେ ଦିଲ୍ଲୀରେ ଥିବାବେଳେ ଦୁଇ ପ୍ରମୁଖ ବିଜେଡି ନେତାଙ୍କ ଦିଲ୍ଲୀ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦିଲ୍ଲୀରେ ଦୁଇଦିନ ଧରି କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ଘନ ଘନ ବୈଠକ ଜାରି ରହିଛି । ତେବେ ଆଜି ଏହାକୁ ନେଇ କୌଣସି ନିର୍ଯାସ ଆସିବାର ସମ୍ଭାବନା ରହିଛି ।

ଚୂଡ଼ାନ୍ତ ନିଷ୍ପତ୍ତି ବାହାରକୁ ଆସି ନଥିବା ବେଳେ କିଏ କେତେ ଆସନରୁ ଲଢିବ ସେ ନେଇ ଚର୍ଚ୍ଚା ଜୋର୍ ଧରିଲାଣି । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି କେତେକ ଗଣମାଧ୍ୟମରେ ମଧ୍ୟ ଆସନ ଭାଗବଣ୍ଟାକୁ ନେଇ ପୋଷ୍ଟ ଦେଖିବାକୁ ମିଳୁଛି । ବିଜେପି-ବିଜେଡି ଭାଗବଣ୍ଟାକୁ ନେଇ କେତେକ 13-8 ରେ ଅଙ୍କ ଛିଣ୍ଡାଇ ଦେଇଛନ୍ତି ତ ଆଉ କେତେକ 14-7 ରେ ବୁଝାମଣା ହୋଇଥିବା ଆଲୋଚନା କରୁଛନ୍ତି ।

କେବଳ ଏତିକି ନୁହଁ ରାଜ୍ୟ ବିଧାନସଭା ନିର୍ବାଚନ କୁ ନେଇ ମଧ୍ୟ ଆସନ ବୁଝାମଣା ଉପରେ ଆଲୋଚନା ଜୋର୍ ଧରିଛି । ବିଜେଡି 98 ଏବଂ ଭାଜପା 49 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଥିବା ଅନେକ ଗଣମାଧ୍ୟମ ପ୍ରକାଶ କରିଛନ୍ତି ।

ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବା ସ୍ପଷ୍ଟ ଥିବା କୁହାଯାଉଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି । ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ଉଭୟ ଦଳ ପକ୍ଷରୁ ମେଣ୍ଟ ନେଇ ଶୁକ୍ରବାର ଘୋଷଣା କରାଯାଇପାରେ । କେତେକ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ଏଥର 2004, 2009 ଠାରୁ ଅଲଗା ସମୀକରଣରେ ମେଣ୍ଟ ହେବ । ଉଭୟ ଦଳ ଆସନ ବୁଝାମଣା କରୁଥିଲେ ମଧ୍ୟ କେହି କାହା ସରକାରରେ ହସ୍ତକ୍ଷେପ କରିବେ ନାହିଁ । ଅର୍ଥାତ୍‌ ବିଜେଡି କେନ୍ଦ୍ରରେ ଏନ୍‌ଡିଏର ସହଯୋଗୀ ରହିଲେ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ । ସେହିପରି ରାଜ୍ୟରେ ବିଜେପି ବିଧାନସଭା ଆସନ ବୁଝାମଣା କଲେ ମଧ୍ୟ ସରକାରରେ ସାମିଲ ହେବ ନାହିଁ । ବାହାରୁ ଉଭୟ ଉଭୟଙ୍କୁ ସମର୍ଥନ କରିବେ ।

ଅନ୍ୟପକ୍ଷରେ ଆସନ୍ତା 12 ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ମେଣ୍ଟ ନେଇ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+