ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ‘କିଛି ବି ହେଇପାରେ, ନିଷ୍ପତ୍ତି ନେବେ ରାଷ୍ଚ୍ରୀୟ ଅଧ୍ୟକ୍ଷ'- ଅମିତ ଶାହା

ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଗତ କିଛି ଦିନ ହେବ ଜୋର୍ ଧରିଛି ମେଣ୍ଟ ଚର୍ଚ୍ଚା । ରାଜ୍ୟରେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ମେଣ୍ଟ ହେବା ନେଇ ଅନେକ ଚର୍ଚ୍ଚା ହେଉଛି । ଯଦିଓ ଗତ ଦୁଇ ତିନି ଦିନ ଧରି ଏହା ସାମାନ୍ୟ ଥଣ୍ଡା ପଡ଼ିଯାଇଥିଲା, କିନ୍ତୁ ଦୁଇ ଦଳର ପ୍ରମୁଖ ନେତାଙ୍କ ବୟାନ ଏହାକୁ ପୁଣି ଉଜ୍ଜିବିତ କରିଛି ।

Amit Shah

ପୁଣି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ସମୟରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେପିର କେନ୍ଦ୍ର ନେତା ଅମିତ ଶାହା । ମେଣ୍ଟ ବିଷୟରେ ଏକ ପ୍ରଶ୍ନରେ ଶାହା କହିଛନ୍ତି, 'କିଛି ବି ହେଇପାରେ । ଆଗ ଏ ନେଇ ନିଷ୍ପତ୍ତି ହେଇଯାଉ ।'

ଶାହାଙ୍କ ଏପରି ବିବୃତ୍ତି ପରେ ବିଜେଡି ସହ ବିଜେପିର ମେଣ୍ଟ ଚର୍ଚ୍ଚା ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାମିଲ ହୋଇ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି । 'କିଛି ବି ହୋଇପାରେ । ଏ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ।'

ଏହା ସହ ସେ କହିଛନ୍ତି ମେଣ୍ଟ ହେଲେ ବିଜେଡି ସହ ଲଢିବୁ । ନ ହେଲେ ରାଜ୍ୟରେ ସରକାର ଗଢିବା ଲାଗି ବିଜେପି ଏକାକୀ ଲଢିବ । ଏପରିକି ରାଜ୍ୟରେ ବିଜେପିର ଆସନକୁ ନେଇ ଶାହା କହିଛନ୍ତି, 'ନିଶ୍ଚିତ ଭାବେ ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢ଼ିବ । ଓଡ଼ିଶାରେ ଆମ ଶକ୍ତିରେ ବଡ଼ ଅଭିବୃଦ୍ଧି ହେବଲ ।

ଏହା ବାଦ୍ ଦିନକ ପୂର୍ବରୁ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ନେଇ ଶାହା କହିଛନ୍ତି, 'ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି । ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି । ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି । ଏହାରି ଗଣତନ୍ତ୍ରର ସୁନ୍ଦରତା ।'

ଆପଣଙ୍କୁ କହି ରଖୁଛୁ, ଦିନକ ପୂର୍ବରୁ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମେଣ୍ଟ ଉପରେ ମଧ୍ୟ ବୟାନ ଦେଇଥିଲେ । ରାଜ୍ୟରେ ବିଜେଡ଼ିକୁ ସରକାର ଗଢିବାକୁ ବିଜେପିର ଆବଶ୍ୟକତା ନାହିଁ କିମ୍ବା କେନ୍ଦ୍ରରେ ବିଜେପିକୁ ସରକାର ଗଢିବା ପାଇଁ ବିଜେଡ଼ିର ଆବଶ୍ୟକତା ନାହିଁ । ଯଦି ମେଣ୍ଟ ହୁଏ, ତେବେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ହୋଇପାରେ ବୋଲି କହିଥିଲେ ପାଣ୍ଡିଆନ୍ ।

ଏହା ପରେ ଅମିତ ଶାହାଙ୍କ ଏପରି ବୟାନ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି । ତେବେ ଆଜିକାଲି ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।

ଦୁଇ ଦଳ ମେଣ୍ଟ କରିବେ ନା ଏକାକୀ ନିର୍ବାଚନୀ ମୈଦୀନକୁ ଓହ୍ଲାଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+