ମିଶନ୍ 2022 : ପାଞ୍ଚଟି ରାଜ୍ୟରେ ପ୍ରଭାରୀ ନିଯୁକ୍ତ କଲା ବିଜେପି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ
ଦେଶର ରାଜନୀତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଉତ୍ତରପ୍ରଦେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମିଳିଛି ସହ-ପ୍ରଭାରୀ ଦାୟିତ୍ୱ ।
ନୂଆଦିଲ୍ଲୀ : ଆସନ୍ତା ବର୍ଷ 2022 ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରସ୍ତୁତି ଆରମ୍ଭ କରିଛି । ବୁଧବାର ଦିନ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ସମ୍ପର୍କରେ ବିଜେପି ଏକ ବଡ଼ ଘୋଷଣା କରିଛି । ଦଳ ଆସନ୍ତା ନିର୍ବାଚନ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଉତ୍ତରାଖଣ୍ଡ ପ୍ରଭାରୀ ନିଯୁକ୍ତ କରିଥିବାବେଳେ ଲୋକସଭା ସାଂସଦ ଲକେଟ୍ ଚାଟାର୍ଜୀ ଏବଂ ସର୍ଦ୍ଦାର ଆରପି ସିଂଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ ଚାରିଟି ନିର୍ବାଚନ ରାଜ୍ୟ ପାଇଁ ବିଜେପି ଏହାର ଇନ-ଚାର୍ଜର ନାମ ଘୋଷଣା କରିଛି ।

ଦେଶର ରାଜନୀତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଉତ୍ତରପ୍ରଦେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମିଳିଛି ସହ-ପ୍ରଭାରୀ ଦାୟିତ୍ୱ । ପଞ୍ଜାବ ବିଧାନସଭା ନିର୍ବାଚନର ଦାୟିତ୍ୱକୁ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ସହ ହରଦୀପ ପୁରୀ, ମୀନାକ୍ଷୀ ଲେଖୀ, ବିନୋଦ ଚାଭଡାଙ୍କ ହାତରେ ଦେଇଛି । ଏହା ବ୍ୟତୀତ ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ, ଯେଉଁଥିପାଇଁ ଦଳର ବିଜୟର ଦାୟିତ୍ୱ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କାନ୍ଧରେ ରଖିଛି । ଏଥି ସହ ମଣିପୁରର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି ।












Click it and Unblock the Notifications