ପିପିଲି ଉପ-ନିର୍ବାଚନ ପାଇଁ ଆଶ୍ରିତ ପଟ୍ଟନାୟକ ବିଜେପି ପାର୍ଥୀ
ପିପିଲି ବିଧାନସଭା ଉପ-ନିର୍ବାଚନ ପାଇଁ ବିଜେପି ଗୁରୁବାର ଏହାର ପ୍ରାର୍ଥୀ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ମୋନୋନୀତ କରାଯାଇଛି । ଏନେଇ ଦଳ ଏକ ବିବୃତ୍ତିରେ ପ୍ରକାଶ କରିଛି ।
ଭୁବନେଶ୍ୱର : ପିପିଲି ବିଧାନସଭା ଉପ-ନିର୍ବାଚନ ପାଇଁ ବିଜେପି ଗୁରୁବାର ଏହାର ପ୍ରାର୍ଥୀ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ମୋନୋନୀତ କରାଯାଇଛି । ଏନେଇ ଦଳ ଏକ ବିବୃତ୍ତିରେ ପ୍ରକାଶ କରିଛି ।
ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ଆଶ୍ରିତ ବିଜେଡ଼ି ପ୍ରାର୍ଥୀ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଠାରୁ 15 ହଜା 787 ଭୋଟରେ ପରାସ୍ତ ହୋଇଥିଲେ । ପିପିଲିରୁ ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦୀପ 88 ହଜାର 518 ଖଣ୍ଡ ଭୋଟ୍ ପାଇଥିବା ବେଳେ ଆଶ୍ରିତ 72 ହଜାର 731 ଖଣ୍ଡ ଭୋଟ୍ ପାଇଥିଲେ ।

ପିପିଲିରୁ ପ୍ରାର୍ଥୀ ହେବା ପେରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପିପିଲି-ଡେଲାଙ୍ଗାବାସୀ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ମତ ପରିବର୍ତ୍ତନ କରିଥିବାରୁ ସେ ବିଜୟକୁ ନେଇ ଆଶାବାଦୀ ଅଛନ୍ତି । ତାଙ୍କ ଉପରେ ଦଳର ବିଶ୍ୱାସ କରିଥିବାରୁ ସେ ଦଳର ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅପରପକ୍ଷରେ ବିଜେଡି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ନାମ ଘୋଷଣା କରିନଥିବା ବେଳେ ପୂର୍ବତନ ବିଧାୟକଙ୍କ ପତ୍ନୀ ଓ ପୁତ୍ରଙ୍କ ମଧ୍ୟରୁ କେହ ଟିକେଟ୍ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ତିନୋଟି ନାମ ପଠାଯାଇଛି ।
ଆସନ୍ତା ଏପ୍ରିଲ 17 ତାରିଖରେ ପିପିଲିରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ, ମାର୍ଚ୍ଚ30 ତାରିଖ ରହିଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ।












Click it and Unblock the Notifications