ସରଗରମ୍ କର୍ଣ୍ଣାଟକ ରାଜନୀତି, ସରକାର ଗଠନ ନେଇ ଦାବି କରୁଛନ୍ତି ଉଭୟ ବିଜେପି - କଂଗ୍ରେସ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ସରଗରମ୍ ହୋଇଉଠିଛି ରାଜ୍ୟ ରାଜନୀତି । ରାଜ୍ୟରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ନିଜ ନିଜ ପତିଆରା ବଢାଇବାରେ ଜୋରଦାର ଲାଗିପଡ଼ିଛନ୍ତି । ପରସ୍ପରକୁ ଟାର୍ଗେଟ୍ କରିବା ସହ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆପଣାଉଛନ୍ତି ରଣନୀତି ।
ଗୋଟିଏ ପଟେ ଶାସକ ବିଜେପି ଶାସନ ଗାଦି ବଜାୟ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରୁଥିବା ବେଳେ ପୁଣି ସତ୍ତାକୁ ଫେରିବାକୁ ଆଶା ରଖିଛି ବିରୋଧୀ କଂଗ୍ରେସ । ଏଥିସହିତ ଉଭୟ ଦଳ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠ କରିବା ନେଇ ମଧ୍ୟ ଦାବି କରୁଛନ୍ତି ।
ନିର୍ବାଚନ ତାରିଖ ଘୋଷଣା ଉପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଡି ଶିବକୁମାର (କର୍ଣ୍ଣାଟକ କଂଗ୍ରେସ ପାର୍ଟି ଅଧ୍ୟକ୍ଷ) ଦୁର୍ନୀତିରେ ବଡ କଂଗ୍ରେସ ନେତାଙ୍କୁ ଅନୁସରଣ କରୁଛନ୍ତି । କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଏବଂ ପୂ ସଂଖ୍ୟାଗରିଷ୍ଠତା ସହିତ ବିଜେପି ସରକାର ଗଠନ କରିବ ।
ଅନ୍ୟପକ୍ଷରେ, ଏଥର କ୍ଷମତାକୁ ଫେରିବାକୁ ଦାବି କରୁଥିବା କଂଗ୍ରେସ ଦଳ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ କଂଗ୍ରେସ ଦଳର ରାଜ୍ୟ ସଭାପତି ଡି.କେ ଶିବକୁମାର କହିଛନ୍ତି ଯେ କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଆମେ ଚାହୁଁ ଏହି ସରକାର ବରଖାସ୍ତ ହୁଅନ୍ତୁ । ଏହି ସରକାର ଯେତେ ଶୀଘ୍ର ବରଖାସ୍ତ ହେବ, ତାହା ରାଜ୍ୟ ତଥା ଦେଶ ପାଇଁ ଭଲ ହେବ । ଏହି ନିର୍ବାଚନ ବିକାଶ ଭିତ୍ତିକ ତଥା ଦୁର୍ନୀତିମୁକ୍ତ ରାଜ୍ୟ ତଥା ଦେଶ ପାଇଁ ହେବ ।
ଆପଣଙ୍କୁ କହି ରଖୁଛୁ ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କଂଗ୍ରେସ ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ଆମ ଦଳର ବିଧାୟକମାନଙ୍କୁ ଡାକି ଆସନ ଦେଉଛନ୍ତି । ବୋମ୍ମାଇ ଦାବି କରିଛନ୍ତି ଯେ ଯଦି କଂଗ୍ରେସ ଏହାର ସ୍ଥିତି ଦୃଢ ବୋଲି ଦାବି କରୁଛି, ତେବେ ସେମାନେ ଆମ ବିଧାୟକମାନଙ୍କୁ କାହିଁକି ଡାକୁଛନ୍ତି ? କଂଗ୍ରେସର ସଠିକ୍ ସ୍ଥିତି କହିବା ପାଇଁ ଏହା ଯଥେଷ୍ଟ ।












Click it and Unblock the Notifications