Get Updates
Get notified of breaking news, exclusive insights, and must-see stories!

‘ବିଜେଡ଼ି-ବିଜେପି କଥା ବେଳେ ସେ ବୋଧେ ଶୁଣିଦେଇଛନ୍ତି...', କଂଗ୍ରେସ କୁ ବିଜେପିର ଜବାବ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ନିଯୁକ୍ତ ହେବା ପରେ ଡ଼ ଅଜୟ କୁମାର ସିଧାସଳଖ ବିଜେଡି-ବିଜେପି ଉପରେ ବର୍ଷିଛନ୍ତି । ରାଜ୍ୟରେ ବ୍ୟୁରୋକ୍ରାଟ୍ ଶାସନ ଚାଲିଛି ଏବଂ ଆଗାମୀ ନିର୍ବାଚନରେ ବିଜେପିକୁ 15 ଲୋକସଭା ଆସନ ଦେବାକୁ ବିଜେଡ଼ି ସହ ଭିତିରି ବୁଝାମଣା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଭାରୀ ।

bjp-bjd-congress

ଏହାର ଜବାବ ରଖିଛନ୍ତି ଉଭୟ ବିଜେଡ଼ି ବିଜେପି । ବାରମ୍ବାର ହାରିବା ପରେ ତାଙ୍କ ନିଶା ଛାଡୁନି କହି ବିଜେଡ଼ି ବିଧାୟର ଅମର ଶତପଥୀ କହିଛନ୍ତି, ରାଜ୍ୟକୁ କଂଗ୍ରେସ ପ୍ରବାରୀ ନୂଆ ଆସିଛନ୍ତି । ତାଙ୍କୁ ଯେଉଁମାନେ ବୁଝାଇଛନ୍ତି ସେମାନେ ଭୁଲ ବୁଝାଇଛନ୍ତି । ରାଜ୍ୟବାସୀ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି, ତଥାପି ତାଙ୍କର ନିଶା ଛାଡି ନାହିଁ । ଏହା ସହ ଓଡ଼ିଶାରେ ବିଜେଡି କଣ କରୁଛି ନ କରୁଛି ତାହା ରାଜ୍ୟବାସୀ ଜାଣିଛନ୍ତି । ସେଥିପାଇଁ ରାଜ୍ୟବାସୀ ବାରମ୍ବାର ନବୀନଙ୍କୁ ଭୋଟ ଦେଉଛନ୍ତି । ସେ କେଉଁ ଦୃଷ୍ଟି ଭଙ୍ଗୀରେ ରାଜ୍ୟରେ ବାହାର ଲୋକ ଶାସନ କରୁଥିବା କଥା କହୁଛନ୍ତି ତାହା ସେ ଜାଣିନଥିବା କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ତେବେ ଯାହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେଠି ବାହାର ଲୋକ ଶାସନ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ।

ଅନ୍ୟପଟେ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ମଧ୍ୟ କଂଗ୍ରେ ପ୍ରଭାରୀଙ୍କ ମନ୍ତବ୍ୟ ଉପରେ ପାଲଟା ଜବାବ ରଖିଛନ୍ତି । ସେ କହିଛନ୍ତି, ବିଜେଡି-ବିଜେପି ସିଟ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ । ବିଜେଡିରେ ବିକ୍ରି ହୋଇଥିବା ଦଳ ହେଉଛି କଂଗ୍ରେସ । ଜାତୀୟ ସ୍ତରର ଦଳର ପ୍ରାର୍ଥୀ ହୋଇ ସେମାନେ ମାତ୍ର 3-4 ହଜାର ଭୋଟ ପାଉଛନ୍ତି । ସ୍ୱାଧୀନ ପ୍ରାର୍ଥୀ ବି ତାଙ୍କ ଠୁ ଅଧିକ ଭୋଟ ପାଉଛନ୍ତି । ତଥାପି ବିଜେପିକୁ ଆକ୍ଷେପ କରିବାକୁ ତାଙ୍କୁ ଟିକେ ଲାଜ ଲାଗୁନାହିଁ । ବିଜେଡି କିମ୍ବା କଂଗ୍ରେସ ସହିତ ନାହିଁ ବିଜେପି । କାହା ସହିତ ମେଣ୍ଟ ନକରି ଏକା ଲଢ଼ି 15 ଲୋକସଭା ସିଟରେ ଜିତିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ।

ଏହା ପରେ ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କଂଗ୍ରେସ ପ୍ରଭାରୀ ରାଜ୍ୟକୁ ନୂଆ ଆସିଛନ୍ତି । ତେଣୁ ତାଙ୍କୁ ଯେଉଁମାନେ ବୁଝେଇଛନ୍ତି ସେମାନେ ଭୁଲ ବୁଝେଇଛନ୍ତି । ରାଜ୍ୟବାସୀ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି, ତଥାପି ତାଙ୍କର ନିଶା ଛାଡି ନାହିଁ। ତେବେ ଓଡ଼ିଶାରେ ବିଜେଡି କଣ କରୁଛି ନ କରୁଛି ତାହା ରାଜ୍ୟବାସୀ ଜାଣିଛନ୍ତି। ସେଥିପାଇଁ ରାଜ୍ୟବାସୀ ବାରମ୍ବାର ନବୀନଙ୍କୁ ଭୋଟ ଦେଉଛନ୍ତି। ବିଶେଷ କରି ଓଡ଼ିଶାର ଅସ୍ମିତା ରକ୍ଷା ପାଇଁ ଅନେକ କାମ ହୋଇଛି। ସେ କେଉଁ ଦୃଷ୍ଟି ଭଙ୍ଗୀରେ ରାଜ୍ୟରେ ବାହାର ଲୋକ ଶାସନ କରୁଥିବା କଥା କହୁଛନ୍ତି ତାହା ସେ ଜାଣିନଥିବା କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ତେବେ ଯାହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେଠି ବାହାର ଲୋକ ଶାସନ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ।

ଉଲ୍ଲେଖଥାଉକି, ଓଡ଼ିଶା ଗସ୍ତରେ ଆସି ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ରାଜ୍ୟର ଶାସନ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଉଭୟ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ବିଜେଡି ଓ ବିଜେପି ଭିତରେ ବୁଝାମଣା ହୋଇଛି ବୋଲି ସେ କହିଛନ୍ତି । ଏପରିକି ବିଜେପିକୁ 15 ଲୋକସଭା ଆସନ ଦେବାକୁ ବିଜେଡି ସହ ବୁଝାମଣା ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି । ଅମଲା ଶାସନ ଲୋକଙ୍କ ପାଖରେ ପହଞ୍ଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍‌, ଆଇପିଏସ୍ କାମ କରିବା ଉଚିତ । କିନ୍ତୁ ଏଠାରେ ଆଇଏଏସ୍ ଓ ଆଇପିଏସ୍ ସରକାର ଚଳାଉଛନ୍ତି । ଏଠାରେ ମନ୍ତ୍ରୀ, ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡେ ଇଡି, ସିବିଆଇ ରେଡ୍ କରୁଛି, କିନ୍ତୁ ଓଡିଶାରେ କାହିଁକି ନୁହେଁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଅଜୟ କୁମାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+