ଏନଡିଏ ହାତ ଛାଡିଲା ବିଜେପି ସହଯୋଗୀ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି

ନୂଆ କୃଷି ଆଇନକୁ ବିରୋଧ କରି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଛାଡିବାକୁ ବିଜେପି ସହଯୋଗୀ ରାଷ୍ଟ୍ରୀୟ ଲୋକକାନ୍ତ ପାର୍ଟି (ଆରଏଲପି) ଶନିବାର ଘୋଷଣା କରିଛି |

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଛାଡିବାକୁ ବିଜେପି ସହଯୋଗୀ ରାଷ୍ଟ୍ରୀୟ ଲୋକକାନ୍ତ ପାର୍ଟି (ଆରଏଲପି) ଶନିବାର ଘୋଷଣା କରିଛି |

ଆଲୱାର ଜିଲ୍ଲାର ଶାହାଜାହାନପୁରରେ ଏକ କୃଷକ ସମାବେଶକୁ ସମ୍ବୋଧିତ କରି ନାଗୌର ସାଂସଦ ହନୁମାନ ବେନିୱାଲ କହିଛନ୍ତି ଯେ "ମୁଁ ଏନଡିଏରେ ଫେଭିକଲ ସହ ଜଡିତ ନୁହେଁ | ଆଜି ମୁଁ ନିଜକୁ ଏନଡିଏ ଠାରୁ ଅଲଗା କରୁଛି |"

RLP-Leader-Hanuman-Beniwal

ଶୁକ୍ରବାର ଦିନ ବେନିୱାଲ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନକୁ ସମର୍ଥନ କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଥିଲେ | ସେ କେନ୍ଦ୍ର ଦ୍ୱାରା ପ୍ରଣୀତ ତିନୋଟି ଚାଷ ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଆସୁଛନ୍ତି | ଏହି ଆଇନ ପ୍ରତ୍ୟାହାର କରିବାକୁ ସେ ଦାବି କରୁଥିଲେ | ଏଥିସହିତ କୃଷକମାନଙ୍କ ଉଦ୍ଦେଶ୍ୟରେ ସ୍ୱାମୀନାଥନ ଆୟୋଗର ସୁପାରିଶ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ | ରାଜସ୍ଥାନର କୃଷକମାନେ ଜୟପୁର-ଦିଲ୍ଲୀ ରାଜପଥରେ ରାଜସ୍ଥାନ-ହରିୟାଣା ସୀମା ନିକଟ ଶାହାଜାନପୁରରେ 14 ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି |

ତାଙ୍କର ଏପରି ଘୋଷଣା ପରେ ବିଜେପିକୁ ଏକ ଶକ୍ତ ଧକ୍କା ଲାଗିଛି | କେନ୍ଦ୍ର ସରକାରଙ୍କ ଏହି ଆଇନକୁ କଂଗ୍ରେସ ସମେତ ବହୁ ବିରୋଧୀ ରାଜନୈତିକ ଦଳ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବା ନେଇ ମଧ୍ୟ ଦାବି କରୁଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+