କେଉଁ ଚିଠି ଆଧାରରେ ଜଷ୍ଟିସ ଜେପି ଦାସଙ୍କୁ ନିଯୁକ୍ତି ଦିଆଗଲା, ଚିଠି ସାର୍ବଜନୀନ କରିବାକୁ ବିଜେପିର ଦାବି

ତଦନ୍ତ କୁ ନେଇ ସରକାର ଉପରେ ବର୍ଷିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ । ଏ ନେଇ ସରକାର ନିଜେ ପ୍ରମାଣ କରିଛନ୍ତି ।

naba das

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ ହାତରେ କୌଣସି ସୁରାକ୍ ଲାଗିପାରିନାହିଁ । ଏହି ସମୟରେ ତଦନ୍ତର ତଦାରଖ ପାଇଁ ନିଯୁକ୍ତ ହାଇକୋର୍ଟ ଅବସରପ୍ରାପ୍ତ ଜଜ୍ ଜେପି ଦାସ ଝାରସୁଗୁଡ଼ାରେ କ୍ରାଇମ୍ ବ୍ରାଞ୍ଚକୁ ଭେଟି ତଦାରଖ କରିବେ ।

ଅପରପକ୍ଷରେ ତଦନ୍ତ କୁ ନେଇ ସରକାର ଉପରେ ବର୍ଷିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ । ଏ ନେଇ ସରକାର ନିଜେ ପ୍ରମାଣ କରିଛନ୍ତି । ଯେଉଁଥିପାଇଁ ତଦନ୍ତର ତଦାରଖ ପାଇଁ ଜଣେ ହାଇକୋର୍ଟ ଜଜଙ୍କୁ ନିଯୁକ୍ତି ପାଇଁ ଚିଠି ଲେଖିଲେ । ପ୍ରମାଣ ନଷ୍ଟକାରୀ ଅଫିସରକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଶୀଘ୍ର ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଏହା ସହିତ କେଉଁ ଚିଠି ଆଧାରରେ ଜଷ୍ଟିସ ଜେପି ଦାସଙ୍କୁ ନିଯୁକ୍ତି ଦିଆଗଲା, ତାହା ସମସ୍ତଙ୍କୁ ଦେଖାନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀଯୁକ୍ତ ଆଚାର୍ଯ୍ୟ । ଏପରିକି ନବ ଦାସ ହତ୍ୟାକାଣ୍ଡର ତଦାରଖ କରୁଥିବା ଅବସରପ୍ରାପ୍ତ ଜେ.ପି ଦାସଙ୍କ ନିଯୁକ୍ତି, ସମ୍ପୂର୍ଣ ବେଆଇନ ବୋଲି ସେ କହିଛନ୍ତି ।

ହାଇକୋର୍ଟ କୌଣସି ଜୁଡିସିଆଲ ଅର୍ଡର କରି ନାହାନ୍ତି, ଯାହାକୁ ନେଇ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସରପ୍ରାପ୍ତ ଜଷ୍ଟିସ ଜେପି ଦାସ କରିବେ ବୋଲି ଅଭିଯୋଗ କରିଛନ୍ତି ପୀତାମ୍ବର ଆଚାର୍ଯ୍ୟ । ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟର୍ଡ ତଦନ୍ତ ନୁହେଁ । କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ । ବିଜେଡିର ଦାବି କୋର୍ଟ ମନିଟର୍ଡ ତଦନ୍ତ, ଏହା ସମ୍ପୂର୍ଣ ମିଥ୍ୟା । ହାଇକୋର୍ଟ କୌଣସି ଜୁଡିସିଆଲ ଅର୍ଡର କରି ନାହାନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସରପ୍ରାପ୍ତ ଜଷ୍ଟିସ ଜେ ପି ଦାସ କରିବେ ବୋଲି । ଜଷ୍ଟିସ ଜେ ପି ଦାସ ଜୁଡିସିଆରି ଦ୍ୱାରା ନିୟୋଜିତ ହୋଇ ନାହାଁନ୍ତି । ସରକାର ନିଜ ପାପରେ ହାଇକୋର୍ଟକୁ ସାମିଲ କରନ୍ତୁ ନାହିଁ ବୋଲି କହିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+