Get Updates
Get notified of breaking news, exclusive insights, and must-see stories!

ସାଂସଦ ଅପରାଜିତାଙ୍କୁ ବିଜେଡ଼ିର 5 ପ୍ରଶ୍ନ, 4 ବର୍ଷରେ କଣ କରିଛ... କେବେ ଦୂର ହେବ ଇସ୍କନ ସର୍ଭିସ ରୋଡ୍ ପାଣି ସମସ୍ୟା

ଭୁବନେଶ୍ୱର: ଶାସକ ବିଜେଡ଼ିକୁ ବାରମ୍ବାର ପ୍ରଶ୍ନ ବାଣରେ ଘାଇଲା କରୁଥିବା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ପାଲଟା ଆକ୍ରମଣ କରିଛି ବିଜେଡ଼ି । ରାଜ୍ୟର ବିକାଶରେ ଖୁସି ନଥିବା ଅଭିଯୋଗ କରି ଅନେକ ପ୍ରଶ୍ନ କରିଛି ବିଜେଡ଼ି । ଇସ୍କନ ମନ୍ଦିର ସର୍ଭିସ୍ ରୋଡ୍ ପାଣି ସମସ୍ୟା, ଖୋର୍ଦ୍ଧା-ଭୁବନେଶ୍ୱର ଜାତୀୟ ରାଜପଥ କାମ, କ୍ୟାପିଟାଲ ରିଜିଅନ୍ ମାଷ୍ଟର ପ୍ଲାନିଂ କାର୍ଯ୍ୟକାରୀ, ବ୍ୟାଙ୍କିଂ ସେବା, ଟେଲିକମ୍ ସେବା ଆଦିକୁ ନେଇ ଭୁବନେଶ୍ୱର ସାଂସଦଙ୍କୁ ପ୍ରଶ୍ନ ବାଣରେ ଘେରିଛି ଶାସକ ବିଜେଡ଼ି ।

aparajita sarangi - shreemayee Mishra

ରାଜ୍ୟର ବିକାଶରେ ଖୁସି ନାହାଁନ୍ତି ଏବଂ ଗତ 4 ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରବାସୀ ତଥା ଓଡ଼ିଶାବାସୀଙ୍କ ପାଇଁ କ'ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ବୋଲି ପଚାରିଛି ବିଜେଡ଼ି ।

ଇସ୍କନ ସର୍ଭିସ ରୋଡ୍ ଜାତୀୟ ରାଜପଥରେ ବର୍ଷା ଦିନେ ପାଣି ଜମୁଛି । ଗତ 4 ବର୍ଷ ଧରି ବର୍ଷା ଜଳ ଜମି ରହୁଛି । ଜଳ ନିଷ୍କାସନ ହୋଇ ପାରୁନି । ଜଳବନ୍ଦୀ ସ୍ଥିତି କେବେ ସୁଧୁରିବ ଏବଂ ସେ ଏ ଦିଗରେ କ'ଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରିଛି ଶାସକ ଦଳ । ସେହିପରି ଭୁବନେଶ୍ୱର - ଖୋର୍ଦ୍ଧା ଜାତୀୟ ରାଜପଥ ମରାମତି କାମକୁ ନେଇ ମଧ୍ୟ ଅପରାଜିତାଙ୍କୁ ଘେରିଛି ବିଜେଡ଼ି । ରୋଡ୍ ମରାମତି ଚାଲିଥିବାରୁ ଗାଡି ଠିକ୍ ଭାବେ ଯାଇପାରୁନି । ଭୁବନେଶ୍ୱରରୁ ଖୋର୍ଦ୍ଧା ଦେଢ ରୁ ଦୁଇ ଘଣ୍ଟା ଲାଗୁଛି । ଏହି ଲାଇଫଲାଇନ ରାସ୍ତା କାମ କେବେ ସୁଦ୍ଧା ସରିବ ସେ ନେଇ ସାଂସଦ ଉତ୍ତର ରଖନ୍ତୁ ବୋଲି କହିଛି ବିଜେଡ଼ି ।

ଏହା ବାଦ୍ ତିନି ଚାରି ବର୍ଷ ତଳେ କ୍ୟାପିଟାଲ ରିଜିଅନର ମାଷ୍ଟର ପ୍ଲାନ ହୋଇଥିଲା, ତାହା କେବେ ବାସ୍ତବିକ ରୂପ ନେବ ? ଟେଲିକମ୍ ବର୍ତ୍ତମାନ ଜରୁରୀ ସେବାରେ ପରିଣତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଅନେକ ବ୍ଲକରେ ଡାଟା ସ୍ପିଡ୍ ବା ଟେଲି ଡେନସିଟି ପାଇ ପାରିଲେନି । ଏ ବାବଦରେ ସେ କେନ୍ଦ୍ରକୁ ଜଣାଇଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛି ବିଜେଡ଼ି ।

ଅଧିକ ବ୍ୟଙ୍କିଂ ସେବା ରହିଲେ ଜନସାଧାରଣ ଅଧିକରୁ ଅଧିକ ସୁବିଧା ପାଇବେ । ବ୍ୟାଙ୍କିଂ ନେଟଓ୍ୱର୍କ ବଢ଼ାଇବା ପାଇଁ ଭୁବନେଶ୍ୱର ସାଂସଦ କ'ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

କେବଳ ସେତିକି ନୁହେଁ ପୁରୀ ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ସେ ନିଜ ଅନୁଗତଙ୍କ ସହ ସୁପ୍ରିମକୋର୍ଟରେ PIL ଫାଇଲ କରିଥିଲେ, ଯାହା ଖାରଜ ହୋଇଛି । ସେହିପରି ଏକାମ୍ର ପ୍ରକଳ୍ପ ଅଟକାଇବାକୁ ଚେଷ୍ଟା କରିଥିଲେ. ହେଲେ ଆଜି ଯାଏଁ ସେ କ୍ଷମା ପ୍ରାର୍ଥନା କରି ନାହାନ୍ତି । ଓଡ଼ିଆଙ୍କ ମନରେ ଦୁଃଖ ଦେଇ କାହିଁକି କ୍ଷମା ମାଗି ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+