ପିପିଲିରେ ନିର୍ବାଚନ ରାଲି କରିବ ନାହିଁ ବିଜେଡି : ଟ୍ଵିଟ୍ କରି କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ
ପିପିଲି ଉପ ନିର୍ବାଚନରେ ରାଲି କିମ୍ବା ସମାବେଶ କରିବ ନାହିଁ ବିଜୁ ଜନତା ଦଳ । କୋଭିଡ୍ ବିସ୍ତାରକୁ ନେଇ ନିର୍ବାଚନୀ ରାଲି, ସମାବେଶ ଓ ଶୋଭାଯାତ୍ରା ନକରିବାକୁ ଘୋଷଣା କଲେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ।
ଭୁବନେଶ୍ବର : ପିପିଲି ଉପ ନିର୍ବାଚନରେ ରାଲି କିମ୍ବା ସମାବେଶ କରିବ ନାହିଁ ବିଜୁ ଜନତା ଦଳ । କୋଭିଡ୍ ବିସ୍ତାରକୁ ନେଇ ନିର୍ବାଚନୀ ରାଲି, ସମାବେଶ ଓ ଶୋଭାଯାତ୍ରା ନକରିବାକୁ ଘୋଷଣା କଲେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ।
ବିଜେଡ଼ି ସୁପ୍ରିମୋ ନବାନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି, "ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଏହିପରି ଗୁରୁତର ପରିସ୍ଥିତିରେ ବିଜୁ ଜନତା ଦଳ ଓଡିଶା ପିପିଲି ଉପ ନିର୍ବାଚନରେ କୌଣସି ସାଧାରଣ ସଭା କିମ୍ବା ଅଭିଯାନ ସଭା ନକରିବାକୁ ନିଷ୍ପତ୍ତି ନେଇଛି ।"

ଏହା ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି, "ଏକ ଦାୟିତ୍ୱପୂର୍ଣ୍ଣ ଦଳ ଭାବରେ ବିଜେଡି ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ପସନ୍ଦ କରିବ ନାହିଁ । ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ପ୍ରତିଯୋଗିତା କରୁ । ଯଦି ଏହି ଅଭିଯାନର ଜୀବନ ପ୍ରତି ବିପଦ ରହିଛି, ତେବେ ମୁଁ ପ୍ରଚାରର ଅବଧି ଏବଂ ପଦ୍ଧତିର ପୁନର୍ବିଚାର କରିବାକୁ ରାଜନୈତିକ ଦଳ ତଥା ଭାରତର ନିର୍ବାଚନ ଆୟୋଗକୁ ନିବେଦନ କରିବି ।"
Every life is precious and I always consider people of #Odisha as my family members. In this extremely serious #COVID19 situation amidst surge in cases in the country, @bjd_odisha has decided not to hold any public rallies or campaign meetings in Pipili bypoll.
— Naveen Patnaik (@Naveen_Odisha) April 19, 2021
ଭାରତ ଏକ ପରିପକ୍ୱ ଗଣତନ୍ତ୍ର ଏବଂ ମିଳିତ ଭାବେ ଆମେ ଏକ ସମାଧାନ ବାହାର କରିପାରିବା । ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ ଏବଂ ଲୋକଙ୍କ ପାଇଁ ବୋଲି ମଧ୍ୟ ଲେଖିଛନ୍ତି ଶ୍ରୀ ପଟ୍ଟନାୟକ ।












Click it and Unblock the Notifications