ପରିବାରବାଦକୁ ନେଇ ଧର୍ମେନ୍ଦ୍ରଙ୍କୁ କଟାକ୍ଷ, ‘ଗଳାବାଟ ଦେଇ ରାଜ୍ୟସଭା ଯାଇଛନ୍ତି'
ଭୁବନେଶ୍ୱର: ପରିବାରବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଉପରେ ଜବାବ ରଖିଛି ବିଜେଡ଼ି । ପରିବାରବାଦ ଉପରେ ଧର୍ମେନ୍ଦ୍ର କହିବା ହାସ୍ୟାସ୍ପଦ । ସେ ବି ପାରିବାରିକ ରାଜନୀତିରୁ ଆସିଛନ୍ତି । ରାଜନୈତିକ ପରିବାରର ସୁବିଧାକୁ ଉପଭୋଗ କରିଛନ୍ତି । ତେଣୁ ସେ ପରିବାରବାଦ ଉପରେ କହିବା ହାସ୍ୟାସ୍ପଦ ବୋଲି କହିଛନ୍ତି ମନ୍ତ୍ରୀ ପ୍ରୀତି ରଞ୍ଜନ ।

ଏପରିକି ଓଡିଶାବାସୀ ଭୋଟ ନଦେବାରୁ ଧର୍ମେନ୍ଦ୍ର ଗଳାବାଟ ଦେଇ ରାଜ୍ୟସଭା ଯାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରୀତି ରଞ୍ଜନ । ମୁଁ ଏକ ରାଜନୈତିକ ପରିବାରରୁ ଆସିଛି, ହେଲେ ବ୍ୟକ୍ତିଗତ ସ୍ତରରେ କଠିନ ପରିଶ୍ରମ ପାଇଁ, ଜନତା ମୋତେ ଲଗାତାର ତିନି ଥର ବିଧାୟକ ଭାବେ ନିର୍ବାଚିତ ହେବାକୁ ଆଶୀର୍ବାଦ କରିଛନ୍ତି ବୋଲି କହିଛନ୍ତି ଘଡ଼େଇ ।
କିନ୍ତୁ ଦୁଇଟି ନିର୍ବାଚନ ହାରିବା ପରେ ଧର୍ମେନ୍ଦ୍ର ଗଳାବାଟ ଜରିଆରେ ବିହାର ଏବଂ ମଧ୍ୟପ୍ରଦେଶ ଭଳି ଅନ୍ୟରାଜ୍ୟରୁ ରାଜ୍ୟସଭାକୁ ଯାଇଛନ୍ତି । କ୍ଲିନ ଏନର୍ଜି ସେସ୍ ବାବଦକୁ ପ୍ରାୟ 60 ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି । ହେଲେ ଓଡିଶାକୁ ଗୋଟିଏ ପଇସା ମିଳିନି । କେନ୍ଦ୍ରମନ୍ତ୍ରୀ ଯେତେବେଳେ ସୁକିନ୍ଦାରେ ପ୍ରଦୂଷଣ ବାବଦରେ ଉଲ୍ଲେଖ କରୁଛନ୍ତି, ସେତେବେଳେ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଯାଜପୁର ଜିଲ୍ଲାର ଜନତାଙ୍କୁ ଏହାର ଉତ୍ତର ଦେବାକୁ ପଡିବ । ଏମସିଏଲ, ନାଲକୋ ଏବଂ ଆଇଓସିଏଲ ଭଳି କେନ୍ଦ୍ରୀୟ ସଂସ୍ଥାରେ ବିହାର ଏବଂ ମଧ୍ୟପ୍ରଦେଶରୁ ଆସି ଲୋକ ଚାକିରୀ ପାଉଛନ୍ତି ।ହେଲେ ଓଡିଆ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି କାହିଁକି ବୋଲି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ପ୍ରଶ୍ନ କରିଛନ୍ତି ।
ସୂଚନାଥାଉକି, ଯାଜପୁର ସୁକିନ୍ଦା ଗସ୍ତ ବେଳେ ଗତକାଲି ପରିବାରବାଦ ରାଜନୀତିର କଥା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଡ଼ ଘଡ଼େଇ ଓ ସାନ ଘଡ଼େଇ ପ୍ରସଙ୍ଗ ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର । ପରିବାରବାଦ କ୍ୱିଟ ଇଣ୍ଡିଆ ସ୍ଲୋଗାନ ଦେଇ ସମାଲୋଚନା ମଧ୍ୟ କରିଥିଲେ ।
ଯାଜପୁର ସୁକିନ୍ଦାରେ ସୁରକ୍ଷା ବନ୍ଧନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ଓ ମହିଳାଙ୍କ ପ୍ରଗତି ପାଇଁ ମୋଦୀ ସରକାର ନେଉଥିବା ପଦକ୍ଷେପ ବିଷୟରେ କହିଥିଲେ । ଏହି ସମୟରେ ଓଡ଼ିଶା ରାଜନୀତିରେ ପରିବାରବାଦର କଥା ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, ବଡ଼ ଘଡ଼େଇ ଓ ସାନ ଘଡ଼େଇ ଚାରିଆଡ଼େ ଘଡ଼େଇ ଘଡ଼େଇ କହି ସ୍ଥାନୀୟ ବିଧାୟକଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications