Get Updates
Get notified of breaking news, exclusive insights, and must-see stories!

ହରିଚନ୍ଦନଙ୍କ ବିବୃତ୍ତି ଆଜି ଓଡିଶା ବିଜେପି ଓ ଏହାର ପଛୁଆ ବର୍ଗ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି : ବିଜେଡ଼ି

2020 ମସିହାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଓଡିଶା ବିଜେପି ଏହି ବିଲ ପାରିତ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମର୍ଥନ କରିଥିବାବେଳେ ଆଜି ପଛୁଆ ବର୍ଗଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ବିଜେପିର ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁଃଖଦାୟକ ।

ଭୁବନେଶ୍ୱର : ପୃଥୀରାଜ ହରିଚନ୍ଦନଙ୍କ ବିବୃତ୍ତି ଆଜି ଓଡିଶା ବିଜେପି ଓ ଏହାର ପଛୁଆ ବର୍ଗ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି । 2020 ମସିହାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଓଡିଶା ବିଜେପି ଏହି ବିଲ ପାରିତ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମର୍ଥନ କରିଥିବାବେଳେ ଆଜି ପଛୁଆ ବର୍ଗଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ବିଜେପିର ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

Ipsita Sahu

ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ହୋଇନଥିବାରୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ତାଙ୍କରି ଦଳ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ କରିବା ଲାଗି ଫେବୃଆରୀ, ୨୦୨୦ ରେ ବିଧାନସଭାରେ ସମର୍ଥନ କରିଥିବା ବିଷୟ ସେ ଜାଣିନାହାନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କୁ ଜବାବ ଦେଇ ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ବିଲ୍‌କୁ ବିଜେପି ସମେତ ଓଡିଶା ବିଧାନସଭାର ସମସ୍ତ ରାଜନୈତିକ ଦଳ ସର୍ବସମ୍ମତି କ୍ରମେ ପାରିତ କରିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ହରିଚନ୍ଦନ ଏହାକୁ ସହଜରେ ଭୁଲି ଯାଇଛନ୍ତି କିମ୍ବା ଏ ବିଷୟରେ ଆଦୌ ଅବଗତ ନୁହଁନ୍ତି ।

ସେହିପରି ବିଜେଡ଼ି କହିଛି ଆମେ ଆଶା କରୁଛୁ ଓଡିଶା ବିଜେପି ଏବଂ ପୃଥୀରାଜ ହରିଚନ୍ଦନଙ୍କ ସଦବୁଦ୍ଧି ଉଦୟ ହେଉ ଏବଂ ସେ ତାଙ୍କର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ଓଡିଶାର ପଛୁଆ ବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛି ବିଜେଡ଼ି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+