ଶସ୍ତା ରାଜନୀତି କରୁଛି ବିଜେପି : ବିଜେଡି ମୁଖପାତ୍ର ସୁଲତା ଦେଓ

ଅପରାଧ ଘଟଣାର ରାଜନୀତିକରଣ କରି ଓଡିଶା ବିଜେପି ଶସ୍ତା ରାଜନୀତି କରୁଛି । ବିଜେଡ଼ି ସରକାର ଅପରାଧ ଓ ଅପରାଧୀଙ୍କ ବିରୋଧରେ ସର୍ବଦା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମତି ସୁଲତା ଦେଓ ।

ଭୁବନେଶ୍ୱର : ଅପରାଧ ଘଟଣାର ରାଜନୀତିକରଣ କରି ଓଡିଶା ବିଜେପି ଶସ୍ତା ରାଜନୀତି କରୁଛି । ବିଜେଡ଼ି ସରକାର ଅପରାଧ ଓ ଅପରାଧୀଙ୍କ ବିରୋଧରେ ସର୍ବଦା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମତି ସୁଲତା ଦେଓ । ଅତୀତରେ ମଧ୍ୟ କୁନ୍ଦୁଲି ଏବଂ ଟିକ୍ରି, ରାୟାଗଡା ମାମଲାରେ ମିଛ କାହାଣୀକୁ ନେଇ ରାଜନୀତି କରୁଥିଲା । ଯେଉଁ ବ୍ୟକ୍ତକୁ ସେମାନେ ଅପରାଧୀ ବୋଲି ଅଭିଯୋଗ କରିଥିଲେ ପରବର୍ତ୍ତୀ ସମୟରେ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେଇଥିଲେ ବୋଲି ଶ୍ରୀମତି ଦେଓ ଅଭିଯୋଗ କରିଛନ୍ତି ।

Sulata-deo

ଏହା ଆଶ୍ଚର୍ଯ୍ୟଜନକ ଏବଂ ହାସ୍ୟାସ୍ପଦ ଯେ ବିଜେପି ବର୍ତ୍ତମାନ ପରୀ ମାମଲାରେ ଏସଆଇଟି ଦ୍ୱାରା ଅନୁସନ୍ଧାନ ଉପରେ ପ୍ରଶ୍ନ ଉଠଉଛି । ନାର୍କୋ ଟେଷ୍ଟ କାହିଁକି କରାଯାଇଥିଲା ବୋଲି ପ୍ରଶ୍ନ କରି ବିଜେପି ବର୍ତ୍ତମାନ ଏସଆଇଟିର ମୁଖ୍ୟ ହେବାକୁ ଚାହିଁବା ସହ ବର୍ତ୍ତମାନ କେଉଁ ପରୀକ୍ଷା କରାଯିବ କିମ୍ବା କରାଯିବ ନାହିଁ ତାହା ଜଣାଇବାକୁ ଚାହୁଁଛି କି ? ବିଜେପିର ଏଭଳି ବିବୃତ୍ତି ପାଇଁ ଓଡିଶବାସୀ ସେମାନଙ୍କ ଉପରେ ହସୁଛନ୍ତି । ଯଦି ସେମାନଙ୍କ ନିକଟରେ କୌଣସି ପ୍ରମାଣ ଅଛି, ତେବେ ସେମାନେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ କୋର୍ଟ ନିକଟକୁ ଆସନ୍ତୁ ବୋଲି କହିଛନ୍ତି ମୁଖପାତ୍ର ।

ଓଡିଶାର ଲୋକମାନେ ବର୍ଷ ବର୍ଷ ଧରି ବିଜେପିର ମିଥ୍ୟା ଏବଂ ଶସ୍ତା ରାଜନୀତି ଦେଖିଛନ୍ତି ଏବଂ ନିର୍ବାଚନରେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଛନ୍ତି ।

ମହାଙ୍ଗା ହତ୍ୟା ମାମଲାରେ, ଦୋଷୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ସରକାର ଦୃଢ ପ୍ରତିବଦ୍ଧ । ଏହି ଘୃଣ୍ୟ ଅପରାଧର ଅପରାଧୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏନସିଆରବି ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟରେ ରାଜନୈତିକ ହତ୍ୟା ଓଡିଶା ତୁଳନାରେ ବହୁତ ଅଧିକ । ଏହିପରି ଅପରାଧ ସମ୍ବନ୍ଧୀୟ ପ୍ରସଙ୍ଗକୁ ରାଜନୀତିକରଣ କରି ଓଡିଶା ବିଜେପି ନିଜର ସମ୍ବେଦନଶୀଳତା ଦେଖାଉଛି । ସେମାନଙ୍କ ନିକଟରେ କୌଣସି ପ୍ରକୃତ ବିଷୟ କିମ୍ବା ସମସ୍ୟ ନାହିଁ ବୋଲି କହି ଶ୍ରୀମତି ଦେଓ ବିଜେପିକୁ କଟାକ୍ଷ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+