Get Updates
Get notified of breaking news, exclusive insights, and must-see stories!

ଅପରାଜିତାଙ୍କୁ ବିଜେଡ଼ିର ପ୍ରଶ୍ନ; ସୌମ୍ୟଙ୍କୁ ନିଜ ଦଳରେ ନେବେ କି ?

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଦପ୍ତର ଓ 5 ଟି ସଚିବଙ୍କୁ ନେଇ ବାରମ୍ବାର ଆଲେଖ୍ୟକୁ ନେଇ ସରଗରମ ରାଜନୀତି । ବିଜେଡ଼ିରେ ଥାଇ ବି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି ବାରମ୍ବାର ମତ ରଖୁଛନ୍ତି ସୌମ୍ୟ ପଟ୍ଟନାୟକ । ଏହାକୁ ବିଜେଡ଼ି ପକ୍ଷରୁ ବ୍ଲାକମେଲ୍ କୁହାଯାଉଥିବା ବେଳେ ବିରୋଧୀ ସୌମ୍ୟଙ୍କ ସପକ୍ଷରେ ବାହାରୁଛନ୍ତି । ଏପରିକି କଂଗ୍ରେସ ସୌମ୍ୟଙ୍କୁ ହିମାଳୟ ବୋଲି କହିଛି । ସେହିପରି ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଢଙ୍ଗୀ ସୌମ୍ୟଙ୍କୁ ସାହସୀ ବୋଲି କହିଛନ୍ତି ।

 Shreemayee Mishra - aparajita

ଏହାର ଜବାବ ରଖିଛି ବିଜେଡ଼ି .। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ସାଂସଦଙ୍କୁ X (ଟ୍ୱିଟ୍) ରେ ଏକ ପୋଷ୍ଟ କରି ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ କହିଛନ୍ତି, ସୌମ୍ୟ ପଟ୍ଟନାୟକ ଜଣେ ଭଲ ଲୋକ । କଂଗ୍ରେସ ତାଙ୍କ ଦଳରେ ମିଶିବା ପାଇଁ ସୌମ୍ୟ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରି ସାରିଲାଣି । ମୁଁ ଅନୁରୋଧ କରୁଛି, ଶ୍ରୀମତୀ ଅପରାଜିତା ଷଡଙ୍ଗୀ ତାଙ୍କ ଦଳକୁ ପଚାରନ୍ତୁ ସୌମ୍ୟ ପଟ୍ଟନାୟକଙ୍କୁ ତାଙ୍କ ଦଳରେ ମିଶିବା ଲାଗି ଆମନ୍ତ୍ରଣ କରିବେ କି ?

ସୂଚନାଥାଉ କି, ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ବିଜେଡି ପକ୍ଷରୁ ନିନ୍ଦା କରାଯାଉଛି । ଜଣକ ପରେ ଜଣେ ବିଜେଡି ନେତା ସୌମ୍ୟ ପଟ୍ଟନାୟକଙ୍କୁ ସମାଲେଚନା କରୁଛନ୍ତି । ଅରୁଣ ସାହୁ, ଅତନୁ ସବ୍ୟସାଚା ନାୟକ ଓ ପ୍ରତାପ କେଶରୀ ଦେବ ସୌମ୍ୟ ବ୍ଲାକମେଲ୍ କରୁଥିବା କହିଛନ୍ତି । ଏହାର ପାଲଟା ଜବାବରେ ନିଜ ପଦ ବଞ୍ଚାଇବାକୁ ବିଜେଡ଼ି ନେତା ଏପରି କହୁଥିବା କହିଛନ୍ତି ସୌମ୍ୟ । ଏପରିକି ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ଓ 5 ଟି ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଦଳ ଛାଡି ସମ୍ପାଦକୀୟ ଲେଖିବା ନେଇ ପ୍ରତାପଙ୍କ ବୟାନରେ ଜବାବ ଦେଇ ସୌମ୍ୟ କହିଥିଲେ, ସଚିବ ରାଜନୀତି କରିପାରିବେ ନାହିଁ । ଚାକିରି ଛାଡି ଦଳ ଚଲାନ୍ତୁ । ରାଜନୀତି କରନ୍ତୁ । ଏପରିକି ଦଳ ତୃତୀୟ ମହଲାର ନିର୍ଦ୍ଦେଶରେ ଚାଲି ପାରିବ ନାହିଁ ବୋଲି କହି ସିଧାସଳଖ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ସୌମ୍ୟ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+